Essay, Letter, Application and Content

Search

ତୁଳନାତ୍ମକ ସାହିତ୍ୟ : ସଂଜ୍ଞା, ସରୂପ ଓ ପ୍ରକାରଭେଦ

No comments

 

ତୁଳନାତ୍ମକ ସାହିତ୍ୟ : ସଂଜ୍ଞା, ସରୂପ ପ୍ରକାରଭେଦ

    ତୁଳନାତ୍ମକ ସାହିତ୍ୟ ହେଉଛି ଏକ ଆଧୁନିକ ବିଚାର ଯେକୌଣସି ଭାଷାରେ ରଚିତ ସାହିତ୍ୟର ସ୍ଵରୂପ ପ୍ରରୂପକୁ ଏହି ବିଚାରଧାରାରେ ବିଶ୍ଳେଷଣ କରାଯାଇ ତା ମୂଲ୍ୟାଙ୍କନ କରାଯାଏ ପୂର୍ବରୁ ଯେପରି ସାହିତ୍ୟ କେବଳ ପାଠକ ଶ୍ରୋତା ମଧ୍ଯରେ ଆନନ୍ଦ ପ୍ରଦାନର ମାଧ୍ୟମ ଥିଲା, ତାହା ରହିଛି କିନ୍ତୁ ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ପାଠକ କେବଳ ଏକ ନିର୍ଦ୍ଦିଷ୍ଟ ପରିଧ୍ଵ ମଧ୍ଯରେ ରହି ବିଶ୍ଵକୁ ଦେଖୁଥାଏ ବିଶ୍ବର ସାମାଜିକ, ସାଂସ୍କୃତିକ, ରାଜନୀତିକ, ଆର୍ଥନୀତିକ ଜୀବନଧାରା ସହିତ ଯୋଡ଼ି ହୋଇଥାଏ ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ଆଞ୍ଚଳିକ ଭାଷାର ସୀମାରେଖାକୁ ଅତିକ୍ରମ କରି ସାହିତ୍ୟ କିପରି ଜାତୀୟ, ଆନ୍ତର୍ଜାତୀୟ, ବିଶ୍ଵସାହିତ୍ୟର ମର୍ଯ୍ୟାଦା ଲାଭ କରିଥାଏ ତାହା ସ୍ପଷ୍ଟ ଜାଣିହୁଏ ଏହି ଧାରାଟି ଉନବିଂଶ ଶତାବ୍ଦୀରୁ ହିଁ ଆରମ୍ଭ ହୋଇଛି ୧୮୧୬ ମସିହାରେ ଫ୍ରେଞ୍ଚ ଭାଷାରେ ରଚିତ କବିତା, ଗଳ୍ପର ଚୟନିକା ପାଇଁ ପ୍ରଥମେ ‘deliterature comparee' ଶବ୍ଦର ପ୍ରୟୋଗ କରାଗଲା ୧୮୧୮ ମସିହାରେ ଜର୍ମାନର କବି ଗେଟେ ବିଶ୍ଵସାହିତ୍ୟ ବୋଲି “World Literature” (ୱେଲଡ୍ ଲିତ୍ରାତୁର) ଏକ ଶବ୍ଦ ବିଭିନ୍ନ ଭାଷାରେ ରଚିତ କେତୋଟି କ୍ଲାସିକ ଗ୍ରନ୍ଥ ଅଧ୍ୟୟନ କରି ପ୍ରୟୋଗ କଲେ ୧୮୪୮ ମସିହାରେ ଇଂରାଜୀ ସାହିତ୍ୟରେ ମାଥ୍ୟ ଆରନୋଲଡ୍‌ ‘comparative’ ଶବ୍ଦ ପ୍ରୟୋଗ କଲେ | ଉନବିଂଶ - ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ଇଉରୋପରେ ତୁଳନାତ୍ମକ ସାହିତ୍ୟ ପଦ୍ଧତିର ଆରମ୍ଭ ହୋଇଯାଇଥିଲା ନିଜ ଭାଷାରେ ରଚିତ ପ୍ରାଚୀନ ସାହିତ୍ୟ ସହ ଆଧୁନିକ ସାହିତ୍ୟର ଗଠନ ରୀତି, ପ୍ରକରଣର ନୂତନତା ପ୍ରଦର୍ଶନ କରିବା ଏହି ତୁଳନାତ୍ମକ ଦୃଷ୍ଟିର ଲକ୍ଷ୍ୟ ଥିଲା ଊନବିଂଶ ଶତାବ୍ଦୀରେ ବିଜ୍ଞାନ ଦୃଷ୍ଟିର ପ୍ରସାର ହେତୁ ପ୍ରତ୍ୟେକ ଘଟଣା ସର୍ଜନଶୀଳତାକୁ ତର୍କଣା ମାଧ୍ୟମରେ ଗ୍ରହଣ କରିବାକୁ ପ୍ରୟାସ ହେଲା " ବିଶ୍ଵ ସାହିତ୍ୟ ସଂପର୍କରେ ଜାଣିବାର ଆଗ୍ରହରୁ ତୁଳନାତ୍ମକ ସାହିତ୍ୟର ସୃଷ୍ଟି ଏହା ପୂର୍ବରୁ ଅର୍ଥାତ୍ ଊନବିଂଶ ଶତାବ୍ଦୀ ପୂର୍ବରୁ ବିଶ୍ବର ବିଭିନ୍ନ ଧର୍ମ, ସସ୍କୃତିର ତୁଳନାତ୍ମକ ଅଧ୍ୟୟନର ପରମ୍ପରା ସୃଷ୍ଟି ହୋଇ ସାରିଥିଲା ବିଶ୍ବର ବିଭିନ୍ନ ଲୋକଧର୍ମ ତୁଳନାତ୍ମକ ସାହିତ୍ୟକୁ ଦଧ୍ଵ ଭାଣ୍ଡର ଲହୁଣି ସହ ତୁଳନା କରାଯାଇପାରେ ଦଧିକୁ ମନ୍ଥନ କଲେ ଯେପରି ଲହୁଣି ବାହାରୁଥାଏ ଠିକ୍ ସେହିପରି ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ସାହିତ୍ୟକୁ ମନ୍ଥନ କଲେ ରୋଚକତା ବୃଦ୍ଧିପାଇଥାଏ"

    ୧୯୦୭ ମସିହାରେ ରବୀନ୍ଦ୍ର ନାଥ ଠାକୁରବିଶ୍ଵସାହିତ୍ୟବିଷୟରେ ଉଲ୍ଲେଖ କରିଥିଲେ ' ସେ ବିଶ୍ବର ବିଭିନ୍ନ ସାହିତ୍ୟ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ ଉପରେ ଗୁରୁତ୍ଵ ଦେଇଥିଲେ ଏହି ଅଧ୍ୟୟନ ଦ୍ଵାରା ବିଶ୍ଵ ଭାବନାର ଉନ୍ମେଷ ଉତ୍ତରଣ ହୋଇଥାଏ ଏତଦ୍ବ୍ୟତୀତ ଜ୍ଞାନର ଦିଗ୍ବଳୟ ବିସ୍ତାର ହୋଇଥାଏ ଏବଂ ସର୍ବୋପରି ପାରସ୍ପରିକ ସଦ୍ଭାବର ଅଭ୍ୟୁଦୟ ହୋଇଥାଏ

ତୁଳନାତ୍ମକ ସାହିତ୍ୟ ?

    ତୁଳନାତ୍ମକ ସାହିତ୍ୟ ଦୁଇଟି ସୃଷ୍ଟି ମଧ୍ୟରେ କେବଳ ବିଷୟ ବସ୍ତୁଗତ ବା ଚରିତ୍ର ଗତ ତୁଳନା ନୁହେଁ, ବରଂ ଦୁଇ ସୃଷ୍ଟି ସହ ସାମଞ୍ଜସ୍ୟ ଥିବା ଅନ୍ୟାନ୍ୟ ସୃଷ୍ଟିଗୁଡ଼ିକୁ ଆଲୋଚନା ପରିସରକୁ ଆଣି ଏମାନଙ୍କ ଭିତରେ ଥିବା ସାଦୃଶ୍ୟତା, ପ୍ରଭାବ, ତଥ୍ୟ, ବର୍ଣ୍ଣନା ଆଦିକୁ ବିଶ୍ଳେଷଣ କରିବା ଏଠି ଆଉ ଏକ ବିଶେଷ କଥା ହେଉଛି ଗୋଟିଏ ଭାଷାରେ ରଚିତ ଦୁଇଟି ସାହିତ୍ୟ ବା ଦୁଇଜଣ କବିଙ୍କ ସଂପର୍କରେ ତୁଳନା କରାଯିବାକୁ ତୁଳନାତ୍ମକ ସାହିତ୍ୟ କୁହାଯାଏ ନାହିଁ ଯେତେବେଳେ ଗୋଟିଏ ଭାଷାର ସାହିତ୍ୟକୁ ଅନ୍ୟ ଏକଭାଷାର ସାହିତ୍ୟ ସହିତ ତୁଳନା କରାଯାଏ ତାହା ତୁଳନାତ୍ମକ ସାହିତ୍ୟ ହୁଏ ଉଦାହରଣସ୍ୱରୂପ ବଳରାମ ଦାସଙ୍କ ଓଡ଼ିଆ ରାମାୟଣ ସହିତ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସକୁ ତୁଳନାକୁ ତୁଳନାତ୍ମକ ସାହିତ୍ୟ କୁହାଯିବା ନାହିଁ ଯେତେବେଳେ ବଳରାମ ଦାସଙ୍କ ରାମାୟଣ ସହିତ ତୁଳସୀ ଦାସଙ୍କ ରାମଚରିତ ମାନସର ତୁଳନା କରଯାଏ, ତାହାକୁ ତୁଳନାତ୍ମକ ସାହିତ୍ୟ କୁହାଯାଏ

    ଠିକ୍ ସେହିପରି ରାଷ୍ଟ୍ର ବାହାରକୁ ଚାଲିଗଲେ ଫକୀରମୋହନ ସେନାପତିଙ୍କ ଉପନ୍ୟାସକୁ ଟମାସ୍ ହାଡ଼ିଙ୍କ ଉପନ୍ୟାସ ସହ ତୁଳନା କରାଗଲେ, ତାହାକୁ ତୁଳନାମୁ ସାହିତ୍ୟ କୁହାଯାଏ ତେଣୁ ସୂକ୍ଷ୍ମଦୃଷ୍ଟିରୁ ବିଚାର କଲେ

    () ବହୁ ଭାଷିକ ଏକ ରାଷ୍ଟ୍ରର ପରିଧ୍ଵ ଅନ୍ତର୍ଗତ ଭାଷାମାନଙ୍କରେ ରଚିତ ସାହିତ୍ୟ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ

କରାଯାଇପାରେ

    () ବିଭିନ୍ନ ରାଷ୍ଟ୍ରରେ ବା ଭାଷା ମଣ୍ଡଳରେ ରହୁଥିବା ଲେଖକ ଏକ ଭାଷାରେ ଲେଖିଲେ ମଧ୍ୟ ତାହାର କୃତିର ସହାୟତାରେ ତୁଳନାତ୍ମକ ଅଧ୍ୟୟନ କରାଯାଇଥାଏ ଅର୍ଥାତ୍ ଜଣେ ଲେଖକ ଇଂଲଣ୍ଡରେ ରହୁଛନ୍ତି ଏବଂ ଅନ୍ୟ ଜଣେ ଲେଖକ ଆମେରିକାରେ ରହନ୍ତି କିନ୍ତୁ ଏମାନେ ହିନ୍ଦି ଭାଷାରେ ଲେଖୁଥାନ୍ତି ଯେହେତୁ ଏମାନେ ବିଭିନ୍ନ ଭୌଗୋଳିକ ସାଂସ୍କୃତିକ ପରିବେଶରେ ରହୁଛନ୍ତି ତେଣୁ ଏମାନଙ୍କ ସାହିତ୍ୟରେ ସେହି ସ୍ଥାନର ସାମାଜିକ, ସାଂସ୍କୃତିକ, ରାଜନୀତିକ ଜୀବନଧାରା ରୂପ ପାଇଥାଏ ଫଳରେ ଗୋଟିଏ ଭାଷାରେ ଲେଖୁଲେ ମଧ୍ଯ ସାହିତ୍ୟର ଆମ୍ବିକ ଭାବନାରେ ଯେହେତୁ ବିବିଧତା ପରିଲକ୍ଷିତ ହୋଇଥାଏ, ତେଣୁ ଏମାନଙ୍କ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ ସମ୍ଭବପର ହୋଇଥାଏ

    ତୁଳନାତ୍ମକ ସାହିତ୍ୟ ବା କଂପାରେଟିଭ୍ ଲିଟେରଚରର ମୂଳ ଶବ୍ଦକୋପାରିଓଏକ ଲାଟିନ ଶବ୍ଦ ଏହାର ଅର୍ଥ ସମାନ୍ତରାଳ ଭାବେ ବୁଝା ପଡୁଥୁବା ପାରସ୍ପରିକ ସମାନତା (ମିଉଚୁଆଲି ଇକୁଆଲ) ତୁଳନାଶାସ୍ତ୍ରୀ ପାଖରେ ନିଜ ମାତୃଭାଷାର ଲେଖା ପ୍ରଥମ କ୍ଷେତ୍ରୀୟ ଲେଖା ତାସହିତ ତୁଳନା ହେବାକୁ ଗୃହୀତ ହୋଇଥିବା ଅନ୍ୟ ଭାଷାର ଲେଖାଟି ଦ୍ଵିତୀୟ କ୍ଷେତ୍ରର ଲେଖା ପ୍ରଥମ କ୍ଷେତ୍ର ଦ୍ଵିତୀୟ କ୍ଷେତ୍ର ଲେଖା ମଧ୍ୟରେ ମନସ୍ତାତ୍ତ୍ଵିକ, ସାଂସ୍କୃତିକ, ସାମାଜିକ, ଆଧ୍ୟାତ୍ମିକ, ମାନବିକ, ଆବେଗିକ, ନୈତିକ ସମୟୋଚିତ ସମାନ୍ତରାଳ ଭଙ୍ଗୀର ସମଭାବନା ବା ଦୃଷ୍ଟିଭଙ୍ଗୀର ଏକ ରୂପତାର ସନ୍ଧାନ ଏକ ଢଙ୍ଗର ସଂଚରଣଶୀଳତାକୁ ଅନୁଶୀଳନ କରି ତୁଳନା ଯୋଗ୍ୟ ଲେଖା ଲେଖା ମଧରେ ସମବୋଧ ଆବିଷ୍କାର କରିବା ହେଉଛି ତୁଳନାତ୍ମକ ସାହିତ୍ୟ

    ଇଂରାଜୀ ଭାଷାରେ ଏହି ତୁଳନାତ୍ମକ ଶବ୍ଦର ପ୍ରୟୋଗ ୧୮୮୯ ମସିହାରେ ହୋଇଥିଲା ଫ୍ରାନସିସ୍ ମେୟରସ୍ ଏହାର ଭାବଧାରକୁ ନେଇକମ୍ପାରେଟିଭ ଡିସସ ଅଫ ଆଓ୍ବାର ଇଂଲିସ୍ ପୋଏଟସ୍ ୱିଥ୍ଦି ଗ୍ରୀକ୍ ଲାଟିନ୍ ଏଣ୍ଡ ଇଟାଲିୟାନ ପୋଏଟସ୍ରଚନା କରିଥିଲେ ଏଚ.ଏମ. ପାଁସନେଟ ୧୮୮୬ ମସିହାରେକମ୍ପାରେଟିଭ୍ ଲିଟରଚର' ଶୀର୍ଷକରେ ଏକ ପୁସ୍ତକ ପ୍ରଣୟନ କରିଥିଲେ ୧୯୦୧ ମସିହାରେ କମ୍ପାରେଟିଭ୍ ରିଭ୍ୟୁ ପତ୍ରିକାରେ LXXIX ସଂଖ୍ୟାରେ ଏଚ୍.ଏମ୍. ପାଁସନେଟ୍ଦି ସାଇନ୍ସ ଅଫ କମ୍ପାରେଟିଭ ଲିଟେରେଚରନାମରେ ଏକ ପ୍ରବନ୍ଧ ପ୍ରକାଶ କଲେ ମାଥୁ ଆରନଲିଡ ଏବଂ ଅନ୍ୟ ସମାଲୋଚକ, ସାହିତ୍ୟିକମାନଙ୍କର ତୁଳନାତ୍ମକ ବିଚାରଧାରାର ପ୍ରୟୋଗରୁ ଜଣାଯାଏ ଯେ, ଏହା ବିଂଶଶତାବ୍ଦୀର ଆରମ୍ଭରୁ ପ୍ରାୟ ସର୍ବତ୍ର ବ୍ୟବହୃତ ହେବାକୁ ଲାଗିଲା

    ଲାଟିନ୍ଗ୍ରୀକ୍ ଶବ୍ଦକୋପାର' (Compar)– ‘କୋପାରିଓ’ (Comparario) ଫ୍ରେଞ୍ଚ ବାଟ ଦେଇକଫାରି ଜୁନ୍ହୋଇ ଇଂରାଜୀରେକମ୍ପେୟାର’ (compare) ରୂପ ପ୍ରଚଳିତ ହୋଇଛି ଭାରତୀୟ ବିଚାରଧାରାରେ ଏହାର (କମ୍ପେୟାର) ପ୍ରତିଶବ୍ଦଟି ହେଉଛି– ‘ତୁଳନା ତଳ + ଅନୁ + = ତୁଳନା; ଯାହାର ବ୍ୟୁତ୍ପତ୍ତି ଗତ ଅର୍ଥ ହେଉଛିଓଜନ ଯୋଗ୍ୟ ପାରିଭାଷିକ ଭାବାର୍ଥ ହେଉଛିଉପମାଯୋଗ୍ୟ ବିଷୟର ସାଦୃଶ୍ୟ ନିରୂପଣ ଭାରତୀୟ ସାହିତ୍ୟ ତତ୍ତ୍ଵରେ ଏହାକୁ ଉପମାନ ଉପମେୟ ଭାବସଦୃଶ ସମ୍ବାଦ | କାବ୍ୟ ସମ୍ବାଦ / ତୁଲ୍ୟଦେହୀ ପ୍ରତିବିମ୍ବାତ୍ମକ ସାଦୃଶ୍ୟ ଲେଖା ଭାବରେ ବିବେଚନା କରାଯାଇଛି

ତୁଳନାତ୍ମକ ସାହିତ୍ୟର ସଂଜ୍ଞା :

    ସମାଲୋଚକ ହେନେରୀ ଏଚ୍.ଏଚ_ରିମାକଙ୍କ ମତରେ – “ ତୁଳନାତ୍ମକ ସାହିତ୍ୟ କୌଣସି ନିର୍ଦ୍ଦିଷ୍ଟ ଦେଶୀୟ ସୀମାରେଖାରେ ଆବଦ୍ଧ ନୁହେଁ ଏହାର ଏକ ପକ୍ଷରେ ରହିଛି ସାହିତ୍ୟ ସାହିତ୍ୟ ମଧ୍ୟରେ ଥିବା ସଂପର୍କର ଅଧ୍ୟୟନ ଏବଂ ଅନ୍ୟ ପକ୍ଷରେ ରହିଛି କଳା, ଇତିହାସ, ସମାଜ ବିଜ୍ଞାନ, ବିଜ୍ଞାନ, ଧର୍ମ ଦର୍ଶନ ପ୍ରଭୃତି ଅନ୍ୟାନ୍ୟ ଜ୍ଞାନ ଉପରେ ଆସ୍ଥା ସ୍ଥାପନ ” (Choudhuri Indira Nath, Comparative Literature, method and perspective, P-3)

ସମାଲୋଚକ .ଏସ. ଏସ. ପ୍ରୋୟେକ ମତରେ – “ ଏକାଧ୍ଵକ ଭାଷାର ସାହିତ୍ୟ ତତ୍ତ୍ବ ସମାଲୋଚନାର ସ୍ୱରୂପ ନିର୍ଣ୍ଣୟ ପାଇଁ ତୁଳନାତ୍ମକ ସାହିତ୍ୟକୁ ଏକ ପରୀକ୍ଷା ଭାବରେ ପ୍ରୟୋଗ କରାଯାଉଅଛି ଏଥିରେ ଦୁଇ କିମ୍ବା ଅଧିକ ଭାଷାଭାଷୀ ସାହିତ୍ୟର ସାମ୍ୟ, ବୈଷମ୍ୟ, ମୂଳପ୍ରସଙ୍ଗ, ପ୍ରଭାବ କିମ୍ବା ସାହିତ୍ୟ ସଂପର୍କ ସଂପ୍ରେଷଣ ଅଧ୍ୟୟନର ବିଶ୍ଳେଷଣକୁ ବୁଝାଇଥାଏ (Dr S.S. Power, Comparative Literary Studies, Introduction, P-9)

    ପ୍ରଫେସର ଏନ୍ ଗୁହାଙ୍କ ମତରେ – “ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନରେ ତୁଳନା ପ୍ରାଥମିକ ପଦ୍ଧତି ନୁହେଁ, କିମ୍ବା ତୁଳନାତ୍ମକ ସାହିତ୍ୟ ଅର୍ଥ ନୁହେଁ ଯେ ପୁସ୍ତକର ପ୍ରତିପୃଷ୍ଠା ତୁଳନା କରିବା ଏହାର ମୋଟାମୋଟି ଆଭିମୁଖ୍ୟ ହେଉଛି ସାହିତ୍ୟର ଗୁରୁତ୍ଵ ଏବଂ ସର୍ଜନଶୀଳ ପ୍ରକ୍ରିୟାର ତୁଳନା

    ସାହିତ୍ୟିକ ଟି. ଏସ. ଏଲିଅଟ୍ରଙ୍କ ମତରେ– “ ତୁଳନା ଏବଂ ବିଶ୍ଳେଷଣ ସମାଲୋଚକର ଦୁଇଟି ମୁଖ୍ୟ ଆଧାର; ମାତ୍ର ତୁଳନାତ୍ମକ ସାହିତ୍ୟ ସ୍ପଷ୍ଟ ଭାବରେ ତୁଳନାକୁ ହିଁ ବୁଝାଇଥାଏ ଏଥିରେ ପ୍ରତ୍ୟେକଙ୍କର ଉତ୍କର୍ଷ ନିର୍ବାଚିତ ହୋଇ ଶୃଙ୍ଖଳିତ ହୋଇଥାଏ ସ୍ରଷ୍ଟାର ମାନସିକ ଐକ୍ୟ ସମତାକୁ ବୁଝାଇବାର ଏକ ସ୍ଵତନ୍ତ୍ର ପ୍ରକ୍ରିୟା ପଦ୍ଧତି ଭାବରେ ଗ୍ରହଣ କରାଯାଇଥାଏ (Chudhuri Indira Nath, Compartive Indian Liturature, P-3)

    ଚିତ୍ତରଞ୍ଜନ ଦାସ କହିଛନ୍ତିଆମ ନିଜ ସାହିତ୍ୟକୁ ଆମେ ସମ୍ବନ୍ଧିତ ଏକାଧ୍ଵକ ସାହିତ୍ୟର ବୃହତ୍ତର ବୃତ୍ତଟି ମଧ୍ୟରେ ଜାଣିବାଏହା ହିଁ ତୁଳନାତ୍ମକ ସାହିତ୍ୟାଧ୍ୟୟନର ସର୍ବମୂଳ କଥା

    ଦୁଇ ବା ତତୋଽଧ୍ଵକ ସାଂସ୍କୃତିକ ପରମ୍ପରାଭୁକ୍ତ କବିମାନଙ୍କର ତୁଳନା ହିଁ ତୁଳନାତ୍ମକ ସାହିତ୍ୟର ବୃଦ୍ଧି ଅର୍ଥାତ୍ ତୁଳନାତ୍ମକ ସାହିତ୍ୟ ସର୍ବଦା ଆନ୍ତଃ-ସାଂସ୍କୃତିକ ସାହିତ୍ୟ ଅଧ୍ୟୟନକୁ ହିଁ ନିର୍ଦ୍ଦେଶ କରିଥାଏ

    . ଖଗେଶ୍ବର ମହାପାତ୍ରତୁଳନାତ୍ମକ ସାହିତ୍ୟ, ସାହିତ୍ୟ ତତ୍ତ୍ବ ନୁହେଁ କି ସାହିତ୍ୟ ସମୀକ୍ଷା ପଦ୍ଧତି ନୁହେଁ ମାତ୍ର ଏହା ଉଭୟ ଧାରାର ଅନୁବର୍ତୀ ” (ତୁଳନାତ୍ମକ ସାହିତ୍ୟ)

    M.F.Gmyard 1966- "Comparative Literature is the history of international literary relations.” ଅର୍ଥାତ୍ ତୁଳନାତ୍ମକ ସାହିତ୍ୟ ଆନ୍ତର୍ଜାତିକ ସଂପର୍କର ଏକ ଯଥାର୍ଥ ଇତିହାସ |”

    J.M. Carre ଙ୍କ ମତରେ – “ ତୁଳନାତ୍ମକ ସାହିତ୍ୟ, ସାହିତ୍ୟ ଇତିହାସର ଏକ ଶାଖା, ଯାହା ସାହାଯ୍ୟରେ ଆନ୍ତର୍ଜାତୀୟ ସଂପର୍କର ଗଭୀର ଅଧ୍ୟୟନ ଘଟଣାବଳୀର ସଂପର୍କ ନିରୂପଣ କରାଯାଏ

    ଆନାସାଇଟ୍ରେଭିନ୍ (Anna Saitta Revignas) ଙ୍କ ମତରେ – “ ତୁଳନାତ୍ମକ ସାହିତ୍ୟ ଏକ ଆଧୁନିକ ବିଜ୍ଞାନ ଯାହା ବିଭିନ୍ନ ସାହିତ୍ୟରେ ିବା ବିଭିନ୍ନ ସମସ୍ୟା ସଂପୃକ୍ତ ପ୍ରଭାବର ଆଦାନ ପ୍ରଦାନ କାର୍ଯ୍ୟ ସଂପର୍କରେ ଗବେଷଣା କରାଯାଇଥାଏ

    ଭାତେହାମ୍ ( Van Tiegham) ଙ୍କ ମତରେ – “ ବିଭିନ୍ନ ସାହିତ୍ୟ ଅଧ୍ୟୟନ ଏବଂ ଏଥରେ ଗୋଟିକ ସହିତ ଅନ୍ୟର ନିହିତ ସଂପର୍କର ଅନୁଧ୍ୟାନ ଅନୁଶୀଳନ ହିଁ ତୁଳନାତ୍ମକ ସାହିତ୍ୟର ଲକ୍ଷ୍ୟ

    ଏଚ୍. ଏମ୍. ସୋନେଟ୍ଙ୍କ ମତରେ – “ ତୁଳନାତ୍ମକ ସାହିତ୍ୟ ହେଉଛି ମାନବ ଜାତିର ସାର୍ବଜନୀନ ସାମାଜିକ ଐତିହାସିକ ବିଷୟ, ଯେଉଁଥରେ ମନୁଷ୍ୟର ସାଧାରଣ ସଂପ୍ରଦାୟଠାରୁ ଆରମ୍ଭ କରି ଉନ୍ନତ ସଭ୍ୟ ସହରୀ-ସାମାଜିକ ଜୀବନ ପ୍ରବାହର ଅଭିବ୍ୟକ୍ତି ଘଟିଥାଏ

    ରେନେଣ୍ଟେଲେକ୍ ତୁଳନାତ୍ମକ ସାହିତ୍ୟ ସଂପର୍କରେ କହନ୍ତି – “ କୌଣସି ଭାଷା, ନୀତି ରାଜନୀତିର ଉର୍ଦ୍ଧ୍ବରେ ସାହିତ୍ୟର ସବୁ ବିଭାଗକୁ ଏକ ଆନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଆଲୋଚନା କରିବା ଆଭିମୁଖ୍ୟ ଘେନି ଯେଉଁ ସାହିତ୍ୟ ଗବେଷଣା ପ୍ରବୃତ୍ତ ରହେ ତାହା ହିଁ ତୁଳନାତ୍ମକ ସାହିତ୍ୟ ପଦବାଚ୍ୟ

    Henry H.H. Remak 26 - "Expressed visually national literature would be the study of literature within wall, comapartive literature across walls, and general literature above walls."

    ଭାରତୀୟ ସମାଲୋଚକ GN. Devy ଙ୍କ ମତରେ – “Comparative literature is not a theory of literature. It is a perspective passive as a catalyst. It merely mediate between new or novel creative literature and the existing theory of literature."

    ପ୍ରଫେସର ଇନ୍ଦ୍ରନାଥ ଚୌଧୁରୀଙ୍କ ଭାଷାରେ ତୁଳନାତ୍ମଙ୍କ ସାହିତ୍ୟ ହେଉଛି– “Comparative Prospective looks at all literature as one organic process, a continuous whole. That being the reason one can hope that comparative method can be helpful in cross-cultural communication of translation.” (Comparative Indian Lit. Some Prospects P - 102)

    ରବୀନ୍ଦ୍ର ନାଥ ଠାକୁରଙ୍କ ମତରେ – “ ପୃଥିବୀ ମୋର, ତୁମର; ମାତ୍ର ତାଙ୍କର କ୍ଷେତ୍ର ନୁହେଁ ପ୍ରକାର ଭାବନା ବିତର୍କ ଗ୍ରାମ୍ୟ ସାହିତ୍ୟ ମୋର, ତୁମର, ତାଙ୍କର ନିର୍ମାଣ ପରି ଏପରି ବିଚାର ଏକ ସଂକୀର୍ଣ୍ଣ ବିଚାର ପ୍ରତ୍ୟେକ ସାହିତ୍ୟକୁ ଆଞ୍ଚଳିକ ସଂକୀର୍ଷତାର ବଳୟରୁ ମୁକ୍ତ କରି ତହିଁରେ ବିଶ୍ଵମଣିଷକୁ ଦେଖିପାରିବା ଏକକ ଭାବ ସୂତ୍ରରେ ମାନବୀୟ ରୁଚିକୁ ଜାଣିପାରିବା ଭଳି ହୋଇଥବା ସାହିତ୍ୟ ହିଁବିଶ୍ଵସାହିତ୍ୟ

    ମାକ୍ମୁଲାରଙ୍କ ମତରେ – “ ବିଶ୍ବର ଯାବତୀୟ ଜ୍ଞାନ ଧାରଣା ତୁଳନାତ୍ମକ ସାହିତ୍ୟ ଭିଭିରେ ସମ୍ଭବ ହୋଇଥାଏ

    ତୁଳନାତ୍ମକ ସାହିତ୍ୟ ଦେଶ, ଭାଷା, ସମୟ, ଗୋଷ୍ଠୀ ଅଞ୍ଚଳ ଉର୍ଦ୍ଧ୍ବରେ ମାନବୀୟ ସହଜାତ ଗୁଣ, ଧର୍ମ ପ୍ରବୃତ୍ତି ଯେ ଏକ ରୂପକତାରେ ଚଳନଶୀଳ ସତ୍ୟକୁ ଉଦ୍ଘୋଷଣା କରେ, ଏତଦ୍ବ୍ୟତୀତ ତୁଳନାତ୍ମକ ସାହିତ୍ୟ ଆଞ୍ଚଳିକ ରାଷ୍ଟ୍ରୀୟ ବଳୟ ମଧ୍ୟରୁ ଅନ୍ତରାଷ୍ଟ୍ରୀୟ ବିଶ୍ବସ୍ତରରେ ଏହାର ଉତ୍କର୍ଷତା ପ୍ରତିପାଦନ କରିଥାଏ ବାସ୍ତବିକ ତୁଳନାତ୍ମକ ସାହିତ୍ୟ ହେଉଛି ଏକାଧ୍ଵକ ସାହିତ୍ୟର ମୂଳାଧାର ଏହା ମାନବ ସଭ୍ୟତାର ଇତିହାସ, ସଂସ୍କୃତି ଅନ୍ୟାନ୍ୟ ବିଭାଗ ସହିତ ଓତପ୍ରୋତ ଭାବେ ଜଡ଼ିତ ଏହାର ଏକପକ୍ଷରେ ରହିଛି ସାହିତ୍ୟ ସାହିତ୍ୟ ମଧ୍ୟରେ ଥିବା ସଂପର୍କର ଅଧ୍ୟୟନ ଏବଂ ଅନ୍ୟପକ୍ଷରେ ରହିଛି କଳା, ଇତିହାସ, ସମାଜ ବିଜ୍ଞାନ, ବିଜ୍ଞାନ, ଧର୍ମ ଦର୍ଶନ ପ୍ରଭୃତି ଅନ୍ୟାନ୍ୟ ଜ୍ଞାନ ଉପରେ ଆସ୍ଥା ସ୍ଥାପନ

ତୁଳନାତ୍ମକ ସାହିତ୍ୟର ଲକ୍ଷ୍ୟ :

() ବିଶ୍ଵ ପରିପ୍ରେକ୍ଷୀରେ ସାହିତ୍ୟର ମୂଲ୍ୟାୟନ ତାହାର ସାର୍ବଜନୀନ ଆବେଦନ ବିଚାର

( ) ସାହିତ୍ୟକୃତି ଯଥାରୀତି ଅଧ୍ୟୟନ

() ଅନୁକରଣ ଅନୁସରଣର ବୌଦ୍ଧିକତା ସୌନ୍ଦର୍ଯ୍ୟବୋଧର ଯଥାର୍ଥ ମୂଲ୍ୟାୟନ

() ବିଶ୍ବର ବିଭିନ୍ନ ଭାଷାରେ ରଚିତ ନିର୍ଦ୍ଦିଷ୍ଟ ସାମାଜିକ, ସାଂସ୍କୃତିକ ଐତିହାସିକ ପୃଷ୍ଠଭୂମିକୁ ଭିଭିକରି ସାହିତ୍ୟର ଚେତନା ଆବେଦନର ସମତା ସାମଞ୍ଜସ୍ୟ ପ୍ରଦାନ

() ସଂକୀର୍ଣତା ମଧ୍ଯରେ ନରହି ବିଶ୍ବଜନୀନ ଭାବନାର ପ୍ରଦର୍ଶନ

()ବିଶ୍ବର ବିଭିନ୍ନତା ଯଥାଦେଶ, ଜାତି, ପ୍ରକାର ଭଙ୍ଗୀ ବିଷୟ ବିନ୍ୟାସ ମଧ୍ଯରେ ଅଭିନ୍ନତା ପ୍ରତିପାଦନ () ବିଷୟବସ୍ତୁରେ ବୈଷମ୍ୟ ପ୍ରତିପାଦନ ଅପେକ୍ଷା ସାମ୍ୟତା ଉପରେ ଗୁରୁତ୍ଵ ପ୍ରଦାନ କରିବା

()ତୁଳନାମ ରୂପେ ନିଆଯାଇଥବା ସାହିତ୍ୟର ସଂସ୍କୃତିର ତୁଳନାତ୍ମକ ଅଧ୍ୟୟନ

()ଭାଷାଗତ ବ୍ୟବଧାନକୁ ଦୂରକରି ଭାବଗତ ଐକତାକୁ ପରିପ୍ରକାଶ କରିବା

(୧୦) ସାର୍ବଜନୀନ ସର୍ବକାଳୀନ ଭାବଚେତନାର ଅନୁଶୀଳନ

(୧୧) ବିଭିନ୍ନ ସାହିତ୍ୟର ଆତ୍ମାନୁସନ୍ଧାନ

(୧୨) ସାହିତ୍ୟିକ ଉପାଦାନର ଉପସ୍ଥାପନା କୌଶଳ ଆବିଷ୍କାର ପାଇଁ ଏହା ଏକ ସହଜ ମାଧ୍ୟମ

(୧୩) ଦୁଇ ବା ତତୋଽଧ୍ଵକ ସଂସ୍କୃତିର ତୁଳନାତ୍ମକ ଅଧ୍ୟୟନ

(୧୪) ପ୍ରାଚୀନ ରକ୍ଷଣଶୀଳତାରୁ ବାହାରି ଆସି ବିଶ୍ଵଦରବାରରେ କୃତି କୃତିତ୍ଵର ବୈଶିଷ୍ଟ୍ୟ ପ୍ରଦର୍ଶନ

(୧୫) ବିଭିନ୍ନ ବିଷୟବସ୍ତୁ ଓ ଉଦ୍ଦେଶ୍ୟର ଅଧ୍ୟୟନ ।

(୧୭) ମୂଳ ପ୍ରାସଙ୍ଗିକ ଆଲୋଚନା ଓ ଆଳଙ୍କାରିକ ତତ୍ତ୍ଵ ପ୍ରୟୋଗର ଅନୁସନ୍ଧାନ । (୧୮) ବିଭିନ୍ନ ଭାଷା ସହିତ ଯୋଗସୂତ୍ର ସ୍ଥାପନ କରିବା ।

(୧୯) ସାହିତ୍ୟର ଅନ୍ତର୍ନିହିତ ଭାବ ଜଗତରେ ପ୍ରବେଶ କରିବା ।

ସ୍ୱରୂପ :

(କ) ଆନ୍ତଃ ସାଂସ୍କୃତିକ ସାହିତ୍ୟ ଅଧ୍ୟୟନ ଓ ବିଚାର ବିଶ୍ଳେଷଣ :

    ତୁଳନାତ୍ମକ ସାହିତ୍ୟରେ କେବଳ ଗୋଟିଏ ସଂସ୍କୃତି ପରମ୍ପରା ଅନ୍ତର୍ଗତ ଏକାଧିକ ସ୍ରଷ୍ଟାଙ୍କର ସୃଷ୍ଟିଗୁଡ଼ିକର ଅଧ୍ୟୟନ ବା ତୁଳନା କରାଯାଇ ନଥାଏ । ବରଂ ଏହି ସଂକୀର୍ଣ୍ଣତା ମନୋଭାବଠାରୁ ଦୂରେଇ ଯାଇ ଆନ୍ତଃ ସାଂସ୍କୃତିକ ସାହିତ୍ୟ ଅଧ୍ୟୟନ ଓ ବିଚାର ବିଶ୍ଳେଷଣ ଉପରେ ଗୁରୁତ୍ଵ ଦେଇଥାଏ । ଏହାଦ୍ଵାରା ବିଚାର ବିଶ୍ଳେଷଣର ଗୁରୁତ୍ଵ ବଢ଼ିଥାଏ । ଏତଦ୍‌ବ୍ୟତୀତ ଏକ ସଂସ୍କୃତି ଅନ୍ତର୍ଗତ ଭିନ୍ନ ଭିନ୍ନ ଆଞ୍ଚଳିକ ଭାଷାରେ ରଚିତ ସାହିତ୍ୟ ଅଧ୍ୟୟନକୁ ମଧ୍ୟ ବିଚାର କରାଯାଏ । ଯଥା— ଓଡ଼ିଆ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ ସମୟରେ କେବଳ ଓଡ଼ିଆ ସ୍ରଷ୍ଟାମାନଙ୍କର ସୃଷ୍ଟିରେ ସ୍ଥାନିତ ସଂସ୍କୃତି ଅଧ୍ୟୟନ କରିବା ଅପେକ୍ଷା ଭାରତର ବିଭିନ୍ନ ଭାଷା ଯଥା— ବଙ୍ଗଳା, ହିନ୍ଦୀ, ମରାଠୀ, ଗୁଜୁରାଟୀ, ତେଲୁଗୁ, ତାମିଲ୍ ପ୍ରଭୃତି ଭାଷାର ସଂସ୍କୃତିକୁ ଅଧ୍ୟୟନ କରିଥାଏ । କେବଳ ସାମ୍ୟ ବୈଷମ୍ୟ, ଉତ୍କର୍ଷ ଅପକର୍ଷ, ସାର୍ବଜନୀନ ଆବେଦନ, ମାନବୀୟ ଅନୁଭୂତିର ଯଥାର୍ଥ ପରିସ୍ଫୁଟନ ଓ ଆଦର୍ଶ ପ୍ରତିଷ୍ଠା ପ୍ରଭୃତିକୁ ଗୁରୁତ୍ଵ ନ ଦେଇ ଭିନ୍ନ ଧର୍ମ, ଭିନ୍ନ ସଭ୍ୟତା ଓ ପରଂପରାକୁ ମଧ୍ୟ ଗ୍ରହଣ କରିବା ଯଥାର୍ଥ ଅଟେ । ଫଳରେ ତୁଳନାତ୍ମକ ସାହିତ୍ୟ ଏକ ଭୌଗୋଳିକ ପରିସରରେ ଆବଦ୍ଧ ନ ହୋଇ ବିଶ୍ବଜନୀନର ଗୁରୁତ୍ଵକୁ ଗ୍ରହଣ କରିଥାଏ, ତାହା ସାର୍ଥକ

ହୋଇଥାଏ ।

(ଖ) ଅନୁବାଦକୁ ଗୁରୁତ୍ଵ ପ୍ରଦାନ :

    ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ଦ୍ବାରା ବିଭିନ୍ନ ଭାଷାରେ ଥ‌ିବା ସାହିତ୍ୟକୁ ଅଧ୍ୟୟନ କରି ବିପୁଳ ଜ୍ଞାନ ଆୟତ୍ତ ହୋଇଥାଏ । ତେଣୁ ଏହି ପରିପ୍ରେକ୍ଷୀରେ ଅନୁବାଦକୁ ପ୍ରୋତ୍ସାହନ ଦିଆଯାଇଥାଏ । ଭିନ୍ନ ଭିନ୍ନ ଭାଷାର ସାହିତ୍ୟକୁ ଅନୁବାଦ କରିବା ଦ୍ଵାରା ଅନୁଦିତ ସାହିତ୍ୟ ମଧ୍ୟରେ ଥିବା ସଂସ୍କୃତି, ସାମାଜିକ ଜୀବନଧାରା ଆଦିକୁ ଜାଣିବାର ସୁଯୋଗ ମିଳିଥାଏ । ତୁଳନାତ୍ମକ ଅଧ୍ୟୟନରେ ଅନୁବାଦ ପ୍ରକ୍ରିୟା ଯୋଗୁ ଅନୁଦିତ ପ୍ରସଙ୍ଗ ବୁଝିବାରେ ପାଠକକୁ ସାହାଯ୍ୟ କରିଥାଏ । ଏହା ସହିତ ଅନୁବାଦକର ପଠନ ଓ କୌଶଳ ଲକ୍ଷ୍ୟ ନିରୂପଣର ମାନଦଣ୍ଡ ଜଣାଯାଇଥାଏ । ଏତଦ୍‌ବ୍ୟତୀତ ଅନୁବାଦ ଅଧ୍ୟୟନ ତୁଳନାତ୍ମକ ସମାଲୋଚନା ଦିଗକୁ ଅଧିକ ମୂଲ୍ୟବାନ ମନେ କରି ଚିହ୍ନିତ କରିଥାଏ ।

(ଗ) ସାହିତ୍ୟର ଅନ୍ତର୍ନିହିତ ଭାବଜଗତରେ ପ୍ରବେଶ :

    ବିଭିନ୍ନ ଭାଷାରେ ରଚିତ ସାହିତ୍ୟର ଲକ୍ଷ୍ୟ ଓ ଆଦର୍ଶ ବର୍ଣ୍ଣିତ ହେଲେ ହେଁ ତା’ର ଅନ୍ତର୍ନିହିତ ଭାବ ସଂପଦ ଅଭିନ୍ନ । ତେଣୁ ତୁଳନାତ୍ମକ ସାହିତ୍ୟରେ ଏହି ଅନ୍ତର୍ନିହିତ ଭାବନାକୁ ତୁଳନାକାରୀ ଦେଖାଇବାକୁ ପ୍ରଯତ୍ନ କରିଥାନ୍ତି । ଫଳରେ ସାହିତ୍ୟ ସାହିତ୍ୟ ମଧ୍ୟରେ ବିଭେଦତା ସୃଷ୍ଟି ହୋଇନଥାଏ । ସକଳ ସାହିତ୍ୟ ଏକପ୍ରକାର ମନେ ହୋଇଥାଏ ।

(ଘ) ଗୋଟିଏ ଭାଷା ପରିବର୍ତ୍ତେ ସଂଖ୍ୟାତ୍ମକ ଭାଷା ଓ ସାହିତ୍ୟର ବିଶ୍ଳେଷଣ :

    ତୁଳନାତ୍ମକ ସାହିତ୍ୟ ସର୍ବଦା ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ବରେ । ଏଥପାଇଁ ପଣ୍ଡିତ ଗେଟେ ପ୍ରଚାର କରିଥିଲେ ଯେ ପୃଥିବୀର ସମସ୍ତ ଭାଷାରେ ରଚିତ ସାହିତ୍ୟର ଏକତ୍ରିକରଣ ଯେତେ ଗୁରୁତ୍ଵପୂର୍ଣ ନୁହେଁ, ବିଭିନ୍ନ ଅବିସ୍ମରଣୀୟ ସୃଷ୍ଟିଗୁଡ଼ିକର ଅନୁଧ୍ୟାନ ଓ ଅନୁଶୀଳନ ସେତେ ଗୁରୁତ୍ଵପୂର୍ଣ୍ଣ । ସେ ପୁନଶ୍ଚ ପ୍ରକାଶ କରିଥିଲେ ଯେ ପୃଥିବୀର ସବୁଭାଷାରେ ରଚିତ ଉତ୍କୃଷ୍ଟ ସୃଷ୍ଟି ନିର୍ବାଚନରେ ତୁଳନାକାରୀ ତା’ର ନାନ୍ଦନିକ ନିଷ୍ପତ୍ତି ନେଇଥାଏ । ସେ ବିଶେଷ ଭାବରେ ଜାତୀୟ ସାହିତ୍ୟ ମଧ୍ୟରେ ଥିବା ଏକ ମୁଖୀନତା ଓ ବହୁମୁଖୀନତା ସହିତ ସାମ୍ୟ, ବୈଷମ୍ୟ ଓ ସଂପର୍କର ଅନ୍ଵେଷଣ ପାଇଁ ଉଦ୍ୟମ କରିଥାଏ । ଗେଟେଙ୍କର ଧାରଣା ଥିଲା ସାଧାରଣ ପାଠକ ନିଜର ସଂକୀର୍ଣ୍ଣ ଭୌଗୋଳିକ ଭାଷା ସୀମାରୁ ବାହାରି ଆସି ମାନବର ସର୍ବୋତ୍ତମ କୃତିତ୍ୱକୁ ଉପଲବଧ କରିବା । ତେଣୁ ତୁଳନାକାରୀର ଦୃଷ୍ଟିକୋଣ ଏକାଧିକ ଭାଷା ଓ ସାହିତ୍ୟର ବିସ୍ତୀର୍ଷ କ୍ଷେତ୍ରକୁ ସଂପ୍ରସାରିତ ହେବା ବିଧେୟ ।

(ଙ) ଏକାଧ୍ଵକ ସାହିତ୍ୟ ଅଧ୍ୟୟନର ପ୍ରଧାନ ସାଧନ :

    ତୁଳନାତ୍ମକ ସାହିତ୍ୟ କ୍ଷେତ୍ରରେ ତୁଳନାକାରୀ ଯେତେବେଳେ ନିର୍ଦ୍ଦିଷ୍ଟ ପୁସ୍ତକ ମଧ୍ଯରେ ତୁଳନା କରିଥାଏ, ସେତେବେଳେ ସେ କେବଳ ସେହି ସାହିତ୍ୟ ମଧ୍ଯରେ ନିଜକୁ ସଂକୁଚିତ କରିବା ଅନୁଚିତ୍ । ଏହାଦ୍ଵାରା ତୁଳନାତ୍ମକ ସାହିତ୍ୟର ମାନ ହ୍ରାସ ହୋଇଥାଏ । ତେଣୁ ତୁଳନାକାରୀ ଏକାଧ୍ଵକ ସାହିତ୍ୟ ଅଧ୍ୟୟନ କରି ତନ୍ମଧ୍ୟରେ ଥିବା ସାରତତ୍ତ୍ଵକୁ ନିଜ ଦୃଷ୍ଟିକୋଣରୁ ବିଚାର କରିବା ଉଚିତ । ଏ ସଂପର୍କରେ ସମାଲୋଚକ ହେନେରୀ ଏଚ୍.ଏଚ୍.ରିମାକ କହନ୍ତି – “ ତୁଳନାତ୍ମକ ସାହିତ୍ୟ କୌଣସି ନିର୍ଦ୍ଦିଷ୍ଟ ଦେଶୀୟ ସୀମାରେଖାରେ ଆବଦ୍ଧ ନୁହେଁ । ଏହାର ଏକ ପକ୍ଷରେ ରହିଛି ସାହିତ୍ୟ ସାହିତ୍ୟ ମଧ୍ୟରେ ଥିବା ସଂପର୍କର ଅଧ୍ୟୟନ ଏବଂ ଅନ୍ୟ ପକ୍ଷରେ ରହିଛି କଳା, ଇତିହାସ, ସମାଜ ବିଜ୍ଞାନ, ବିଜ୍ଞାନ, ଧର୍ମ ଓ ଦର୍ଶନ ପ୍ରଭୃତି ଅନ୍ୟାନ୍ୟ ଜ୍ଞାନ ଉପରେ ଆସ୍ଥା ସ୍ଥାପନ ।” ସମାଲୋଚକ ଡ.ଏସ୍. ଏସ୍. ପ୍ରୋୟେ କହନ୍ତି—

“ ଏକାଧିକ ଭାଷାର ସାହିତ୍ୟ ତତ୍ତ୍ବ ଓ ସମାଲୋଚନାର ସ୍ଵରୂପ ନିଶ୍ଚୟ ପାଇଁ ତୁଳନାତ୍ମକ ସାହିତ୍ୟକୁ ଏକ ପରୀକ୍ଷା ଭାବରେ ପ୍ରୟୋଗ କରାଯାଉଅଛି । ଏଥିରେ ଦୁଇ କିମ୍ବା ଅଧିକ ଭାଷାଭାଷୀ ସାହିତ୍ୟର ସାମ୍ୟ, ବୈଷମ୍ୟ, ମୂଳ ପ୍ରସଙ୍ଗ, ପ୍ରଭାବ କିମ୍ବା ସାହିତ୍ୟ ସଂପର୍କ ଓ ସଂଶ୍ଳେଷଣ ଅଧ୍ୟୟନର ବିଶ୍ଳେଷଣକୁ ବୁଝାଇଥାଏ ।” ଏ ସଂପର୍କରେ ଏନ୍. ଗୁହାଙ୍କ ମତାମତ ଅଧିକ ଯୁକ୍ତି ଯୁକ୍ତ ମନେହୁଏ । ସେ କହନ୍ତି, “ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନରେ ତୁଳନା ପ୍ରାଥମିକ ପଦ୍ଧତି ନୁହେଁ, କିମ୍ବା ତୁଳନାତ୍ମକ ସାହିତ୍ୟ ଅର୍ଥ ନୁହେଁ ଯେ ପୁସ୍ତକର ପ୍ରତି ପୃଷ୍ଠା ତୁଳନା କରିବା । ଏହାର ମୋଟାମୋଟି ଆଭିମୁଖ୍ୟ ହେଉଛି ସାହିତ୍ୟର ଗୁରୁତ୍ଵ ଏବଂ ସର୍ଜନଶୀଳ ପ୍ରକ୍ରିୟାର ତୁଳନା ।”

(ଚ) ଆନ୍ତର୍ଜାତିକ ସଂପର୍କର ଏକ ଯଥାର୍ଥ ଇତିହାସ :

    ତୁଳନାତ୍ମକ ସାହିତ୍ୟ କେବଳ ବିଷୟବସ୍ତୁଗତ କିମ୍ବା ଚରିତ୍ରଗତ ତୁଳନାକୁ ବୁଝାଏ ନାହିଁ । ଏହାଦ୍ଵାରା ଆନ୍ତର୍ଜାତୀୟ ସଂପର୍କରେ ଗଭୀର ଅଧ୍ୟୟନ ଏବଂ ବିଭିନ୍ନ ଘଟଣାବଳୀର ସଂପର୍କ ନିରୂପଣ କରିବା କଷ୍ଟକର ହୋଇଥାଏ । ତେଣୁ ତୁଳନାତ୍ମକ ସାହିତ୍ୟ ଇତିହାସର ଏକ ଶାଖା, ଯାହା ସାହାଯ୍ୟରେ ଆର୍ନ୍ତଜାତୀୟ ସଂପର୍କରେ ଗଭୀର ଅଧ୍ୟୟନ ଓ ଘଟଣାବଳୀର ସଂପର୍କରେ ଗଭୀର ଅଧ୍ୟୟନ ଓ ଘଟଣାବଳୀର ସଂପର୍କ ନିରୂପଣ କରାଯାଏ । ଫଳରେ ପାଠକ ତୁଳନାତ୍ମକ ସାହିତ୍ୟର କ୍ଷୁଦ୍ର କଳେବର ମଧ୍ୟରେ ବିଶ୍ଵର ପ୍ରତିଟି ଦିଗ ସହିତ ପରିଚିତ ହେବାର ସୁଯୋଗ ପାଇଥାଏ । ଏ ସଂପର୍କରେ ସୋନେଟ୍ କହନ୍ତି – “ ତୁଳନାତ୍ମକ ସାହିତ୍ୟ ହେଉଛି ମାନବଜାତିର ସାର୍ବଜନୀନ ସାମାଜିକ ଓ ଐତିହାସିକ ବିଷୟ । ଯେଉଁଥରେ ମନୁଷ୍ୟର ସାଧାରଣ ସଂପ୍ରଦାୟ ଠାରୁ ଆରମ୍ଭ କରି ଉନ୍ନତ, ସଭ୍ୟ ଓ ସହରୀ ସାମାଜିକ ଜୀବନ ପ୍ରବାହର ଅଭିବ୍ୟକ୍ତି ଘଟିଥାଏ

(ଛ) ଭୌଗୋଳିକ ଓ ଜାତୀୟ ସ୍ତର ଉପରେ ଅନୁସନ୍ଧାନତ୍ମକ ବିଶ୍ଳେଷଣ :

    ତୁଳନାତ୍ମକ ସାହିତ୍ୟ ଗୋଟିଏ ଭାଷାରେ ରଚିତ ଦୁଇଟି ସୃଷ୍ଟି ମଧ୍ୟରେ ହୋଇନଥାଏ । ଅର୍ଥାତ୍ ଗୋଟିଏ ଭାଷାରେ ରଚିତ ଦୁଇଟି ସାହିତ୍ୟ ବା ଦୁଇଜଣ କବିଙ୍କ ସଂପର୍କରେ ତୁଳନା କରାଯିବାକୁ ତୁଳନାତ୍ମକ ସାହିତ୍ୟ କୁହାଯାଏ ନାହିଁ । ଯେତେବେଳେ ଗୋଟଏ ଭାଷାର ସାହିତ୍ୟ ସହିତ ଅନ୍ୟ ଏକ ଭାଷାର ସାହିତ୍ୟ ତୁଳନା କରାଯାଏ ତାହାକୁ ତୁଳନାତ୍ମକ ସାହିତ୍ୟ କୁହାଯାଏ । ଓଡ଼ିଆ ଭାଷାର କବି ଜଗନ୍ନାଥ ଦାସଙ୍କ ସହ ଭୀମଭୋଇଙ୍କୁ ତୁଳନା କଲେ ତାହା ତୁଳନାତ୍ମକ ସାହିତ୍ୟ ନୁହେଁ, ବରଂ ରବୀନ୍ଦ୍ରନାଥ ଠାକୁରଙ୍କ କବିତା ସହିତ ମଧୁସୂଦନ ରାଓଙ୍କ କବିତା ତୁଳନା କଲେ ତାହା ତୁଳନାତ୍ମକ ସାହିତ୍ୟ ହୋଇଥାଏ । ତେଣୁ ତୁଳନାତ୍ମକ ସାହିତ୍ୟ ନିର୍ଦ୍ଦିଷ୍ଟ ଭୌଗୋଳିକ ଭୂଖଣ୍ଡରୁ ବାହାରି ଯାଇ ଅନ୍ୟ ଏକ ଭୌଗୋଳିକ ଭୂଖଣ୍ଡର ଆଦର୍ଶ, ସଂସ୍କୃତି, ଧର୍ମ, ପରଂପରାକୁ ବିଶ୍ଳେଷଣ କରିବାକୁ ସୁଯୋଗ ଦେଇଥାଏ । ଏ ସଂପର୍କରେ ରୋମାକ କହନ୍ତି, “ ତୁଳନାତ୍ମକତା ସାଂଶ୍ଳେଷିକ ମାନସିକ ଦୃଷ୍ଟି । ଏହାଦ୍ଵାରା ଭୌଗୋଳିକ ଓ ଜାତୀୟ ସ୍ତର ଉପରେ ସାହିତ୍ୟର ଅନୁସନ୍ଧାନାତ୍ମକ ବିଶ୍ଳେଷଣ ସମ୍ଭବ ହୁଏ ।”

    ତୁଳନାତ୍ମକ ସାହିତ୍ୟରେ ସାମାଜିକ ଧାରଣାକୁ ପ୍ରତୀକିତ କରେ । ଏଥରେ ବିଶ୍ଵ ସାହିତ୍ୟ, ମାନବୀୟ ପରିବେଶ, ସାରସ୍ଵତ ଭାବନା ଓ ସାଂସ୍କୃତିକ ବିଶ୍ଵର ପ୍ରତିଫଳନ ଘଟିଥାଏ । ଏହା ଯେପରି ଅନ୍ତର୍ମୁଖୀ ସେହିପରି ସାମଗ୍ରିକ ।

    ତୁଳନାତ୍ମକ ସାହିତ୍ୟ ରାଷ୍ଟ୍ରୀୟ ପରିଧୂର ସଂକୀର୍ଣତାକୁ ଭାଙ୍ଗିଦିଏ । ବିଭିନ୍ନ ସାହିତ୍ୟର ଅଧ୍ୟୟନରେ ତୁଳନା ସାଧାରଣତଃ ସାଦୃଶ୍ୟ ସବନ୍ଧ, ପରଂପରା ବିବେଚନା ଓ ପ୍ରଭାବ-ସୂତ୍ରର ଅନ୍ଵେଷଣକୁ ଆଧାର କରି ହୋଇଥାଏ । ଏଥ‌ିରେ ଦୁଇଟି କୃତିର ଶୈଳୀଗତ, ସଂରଚନାଗତ ଓ ବିଚାରଗତ ବିଶ୍ଳେଷଣ କରାଯାଏ ।

    ତୁଳନାତ୍ମକ ସାହିତ୍ୟରେ ଦୁଇଟି କୃତି ମଧ୍ୟରେ ଥିବା ସାଦୃଶ୍ୟତାକୁ ଲକ୍ଷ୍ୟ କରାଯାଏ । ସାଦୃଶ୍ୟ (Similarity) ସାଧାରଣତଃ ତିନୋଟି କାରଣରୁ ଦେଖାଯାଏ । ଯଥା- (୧) ବିଭିନ୍ନ ଜାତିଙ୍କର ଐତିହାସିକ ତଥା ପାରିପାର୍ଶ୍ବକ ଅବସ୍ଥା ଯୋଗୁ ପ୍ରାୟ ସାଦୃଶ୍ୟ ଉପଲବଞ୍ଚି ହୁଏ । (୨) ବିଭିନ୍ନ ଜାତିଙ୍କର କଳା ଓ ସାହିତ୍ୟ ସମାନ ବିବର୍ତ୍ତନ ମଧ୍ଯରେ ଗତି କରେ । (୩) ଆସ୍ତି ନାସ୍ତିର ବିଚାର ବା ଦ୍ଵନ୍ଦୁମୁକତା ଭିତରେ ସାଦୃଶ୍ୟ ମଧ୍ଯ ପ୍ରକାଶ ପାଏ । ଏହା ବ୍ୟତୀତ ତୁଳନାତ୍ମକ ଅଧ୍ୟୟନରେ ବିଷୟ ବିନ୍ୟାସଗତ, ଚରିତ୍ରଗତ, ଆଦର୍ଶଗତ ଓ ଆବେଦନ ଗତ, ମଣିଷ ପ୍ରବୃତ୍ତିର ବିଭିନ୍ନ ରୂପଗତ ସାଦୃଶ୍ୟର ମଧ୍ୟ ବିଚାର କରାଯାଇଥାଏ । ”

    ସାହିତ୍ୟିକ କୃତି ଉପରେ ଥିବା ପ୍ରଭାବକୁ ତୁଳନାତ୍ମକ ପଦ୍ଧତିରେ ଜାଣି ହୋଇଥାଏ । ଯଦି ବିଚାର କରାଯାଏ ପ୍ରତ୍ୟେକ ସାହିତ୍ୟ ପ୍ରଭାବିତ । ମୁଖ୍ୟତ ଅତୀତର ଭାବାଦର୍ଶ ଦ୍ଵାରା ସାହିତ୍ୟ ପ୍ରଭାବିତ ହୋଇଥାଏ କିମ୍ବା ଅନ୍ୟଭାଷା ସାହିତ୍ୟର ପ୍ରଭାବ ପଡ଼ିଥାଏ । ତୁଳନାତ୍ମକ ଅଧ୍ୟୟନରେ ପ୍ରଭାବର ଉତ୍ସ ଅନୁସନ୍ଧାନ କରାଯାଇ ଗୋଟିଏ ସାହିତ୍ୟ ଉପରେ ଅନ୍ୟ ଏକ ବା ଏକାଧ୍ଵକ ସାହିତ୍ୟର ଉପାଦାନ, ଶୈଳୀ, ବର୍ଣ୍ଣନା ଇତ୍ୟାଦିର କେତେ ପ୍ରଭାବ ଥାଏ, ସେହି ପ୍ରଭାବଗୁଡ଼ିକ କିପରି ସମନ୍ବିତ ହୋଇଥାଏ, ତାହାକୁ ଦର୍ଶାଇ ଦିଆଯାଏ ।

ତୁଳନାତ୍ମକ ଆଲୋଚନା ଓ ତୁଳନାତ୍ମକ ଅଧ୍ୟୟନ :

    ତୁଳନାତ୍ମକ ଆଲୋଚନା ଓ ତୁଳନାତ୍ମକ ଅଧ୍ୟୟନ ଏକ ପ୍ରକାର କଥା ନୁହେଁ । ଏହି ଦ୍ଵୟ ମଧ୍ଯରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ତୁଳନାତ୍ମକ ଆଲୋଚନା କହିଲେ ନିର୍ଦ୍ଦିଷ୍ଟ ସୃଷ୍ଟିଟି କିପରି ଅନ୍ୟ କୃତିଠାରୁ ଭିନ୍ନ ବା କୃତି ସହିତ ସମାନ, ସ୍ରଷ୍ଟାର ସର୍ଜନଶୀଳ ଦକ୍ଷତା ଅନ୍ୟଠାରୁ ଉଚ୍ଚତର କି ନୀଚତର କି ସମାନ ଏହାକୁ ବୁଝାଇଥାଏ । କିନ୍ତୁ ତୁଳନାତ୍ମକ ଅଧ୍ୟୟନ ଏପରି ସଂକୀର୍ଣ୍ଣ ସୀମା ମଧ୍ଯରେ ନ ରହି ବୃହତ୍ତର ଭାବଧାରାକୁ ବିଶ୍ଳେଷଣ କରିଥାଏ । ଯେପରି-

(୧) ମାନବୀୟ ଚିନ୍ତାଧାରାର ଐକ୍ୟ ନିରୂପଣ କରିବା ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ସମ୍ଭବପର ହୋଇଥାଏ ।

(୨) ଦୁଇଟି ସୃଷ୍ଟି ମଧ୍ୟରେ ସମୟର ବ୍ୟବଧାନ ହେଉ କି ଆଭିମୁଖ୍ୟରେ ଅସମାନତା ହେଉ କିନ୍ତୁ ତୁଳନାତ୍ମକ ଅଧ୍ୟୟନ ଏହି ସୃଷ୍ଟି ମଧ୍ୟରେ ଥିବା ସାଦୃଶ୍ୟତାକୁ ଗ୍ରହଣ କରିଥାଏ ।

(୩) ସାହିତ୍ୟ-ସାହିତ୍ୟ ଭିତରେ ଥିବା ଉଚ୍ଚତର ଅନୁଭୂତି ଓ ଜ୍ଞାନର ଅନ୍ଵେଷଣ କରି ଏବଂ ସମଦୃଷ୍ଟିକ ପ୍ରବୃତ୍ତିର ଅନୁଶୀଳନ କରି ସାହିତ୍ୟ ଜ୍ଞାନ ମାଧ୍ୟମରେ ତୁଳନାତ୍ମକ ଭାବରେ ବିଶ୍ଳୋକ ମୂଲ୍ୟ ବୋଧର ପ୍ରତିଷ୍ଠା ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ସମ୍ଭବ ହୋଇଥାଏ ।

(୪) ତୁଳନାତ୍ମକ ଅଧ୍ୟୟନରେ ତୁଳନା ସହିତ ଚରିତ୍ର ବିଶ୍ଳେଷଣ ଓ ବ୍ୟାଖ୍ୟା ଆଦି ମଧ୍ଯ ସଂଯୁକ୍ତ ହୋଇଥାଏ ।

(୫) ତୁଳନାତ୍ମକ ଅଧ୍ୟୟନ ସମଧର୍ମୀ ଦୁଇଟି ସାହିତ୍ୟ, ଦୁଇଜଣ କବି ବା ଲେଖକ, ଦୁଇ ବିଶିଷ୍ଟ ଗ୍ରନ୍ଥ, ଦୁଇଟି ମୌଳିକ କାବ୍ୟ ସ୍ଵର ଅଥବା ଦୁଇ ବିଶେଷ ମାନସିକ ଅବସ୍ଥା ବା ଚେତନା ମଧ୍ଯରେ କରାଯାଇପାରେ । ଏହା ସହଜ ହୋଇଥାଏ ।

(୬) ଇତିହାସ ବ୍ୟତିରେକ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ଏକାନ୍ତ କଷ୍ଟସାଧ୍ୟ ବିଷୟ । ତେଣୁ ତୁଳନାତ୍ମକ ଅଧ୍ୟୟନ ଐତିହାସିକ

(୭) ଅଧ୍ୟୟନ ସହିତ କେତେକାଂଶରେ ସମ୍ବନ୍ଧିତ ହୋଇ ରହିଥାଏ ।

ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ରାଷ୍ଟ୍ରୀୟତା ତଥା ଅନ୍ତରାଷ୍ଟ୍ରୀୟ ପରସ୍ପର ନିକଟବର୍ତ୍ତୀ ହୋଇ ଯାଆନ୍ତି ।

(୮) ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ଦ୍ଵାରା ସକଳସାହିତ୍ୟ ଭିତରେ Common identity ଫୁଟି ଉଠେ ।

(୯) ତୁଳନାତ୍ମକ ଅଧ୍ୟୟନ ଦ୍ଵାରା କେଉଁ ସାହିତ୍ୟ କେତେ ଅନୁକରଣ କରିଛି ତାହା ଜଣାଯାଏ ।

(୧୦) ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ଗୋଟିଏ ଜାତିର ସଭ୍ୟତା, ସଂସ୍କୃତି, ଧର୍ମଧାରଣା, ଆଚାର ବିଚାର ଉପରେ କାହାର ପ୍ରଭାବ ପଡ଼ିଛି ତାହା ଜଣାଯିବା ସହ ମାନବ ଜାତିର ଐକ୍ୟ ପ୍ରସଙ୍ଗକୁ ମଧ୍ଯ ଆବିଷ୍କାର କରାଯାଇଥାଏ ।

(୧୧) ତୁଳନାତ୍ମକ ଅଧ୍ୟୟନ ଦ୍ବାରା ବିଶ୍ଵ ଭାବନାର ଉନ୍ମେଷ ଓ ଉତ୍ତରଣ ହୋଇଥାଏ ।

(୧୨) ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ତୁଳନାକାରୀ ଏବଂ ପାଠକ ଉଭୟଙ୍କର ଜ୍ଞାନ ଦିଗ୍‌ବଳୟର ବିସ୍ତାର ହୋଇଥାଏ । ଅର୍ଥାତ୍ ତୁଳନାକାରୀ କୌଣସି ଦୁଇଟି ସୃଷ୍ଟି ମଧ୍ୟରେ ତୁଳନା କରିବା ସମୟରେ ଉଭୟ ଭାଷା ସାହିତ୍ୟର ସାମାଜିକ, ସାଂସ୍କୃତିକ, ଆର୍ଥନୀତିକ ଓ ରାଜନୀତିକ ପରିବେଶକୁ ଅଧ୍ୟୟନ କରିଥାଏ । ଏତଦ୍‌ବ୍ୟତୀତ ବିଶ୍ଵର ତତ୍‌କାଳୀନ ସ୍ଥିତି ସଂପର୍କରେ ମଧ୍ୟ ଅନୁଧ୍ୟାନ କରିଥାଏ । ଫଳରେ ଅଜ୍ଞାତ ବିଷୟକୁ ଜାଣି ନିଜର ଜ୍ଞାନ ରାଜ୍ୟର ବୃଦ୍ଧି କରିଥାଏ । ଅପର ପାର୍ଶ୍ଵରେ ପାଠକ ଏହାକୁ ଅଧ୍ୟୟନ କରି ନିଜର ଧୀଶକ୍ତି ବିକାଶ କରିଥାଏ ।

(୧୩) ପାରସ୍ପରିକ ସଦ୍‌ଭାବର ଅଭ୍ୟୁଦୟ ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ସମ୍ଭବ ହୋଇଥାଏ । ଅର୍ଥାତ୍ ଆମେ ଅନେକ ସମୟରେ କିଛି କୁ ଶକ୍ତି ଦ୍ଵାରା ପ୍ରଭାବିତ ହୋଇ ବିଭିନ୍ନ ଧର୍ମ ଓ ସଂସ୍କୃତିକୁ ଘୃଣା ଦୃଷ୍ଟିରେ ବିଚାର କରିଥାଉ । କିନ୍ତୁ ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ପ୍ରକୃତ ସତ୍ୟ ନିକଟରେ ପହଞ୍ଚି ଥାଉ । ଫଳରେ ମନରେ ଥିବା ଘୃଣା ଭାବ ଆପେ ଆପେ ତିରୋହିତ ହୋଇଥାଏ । ଦୀର୍ଘଦିନର ମାନସିକ ଶତ୍ରୁ ମଧ୍ଯରେ ମିତ୍ରତା ହୋଇଥାଏ ।

(୧୪) ତୁଳନାତ୍ମକ ସାହିତ୍ୟର ଅନୁଶୀଳନ ବିବିଧ ଜାତିକୁ ନିକଟତର କରି ଅନେକ ସୃଜନାତ୍ମକ ଭାବ ବିକାଶରେ ସହଯୋଗ କରେ ।

(୧୫) ବସୁଧୈବ କୁଟୁମ୍ବକଂ ଭାବନା ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ସମ୍ଭବ ହୋଇଥାଏ ।

(୧୬) ଦୁଇଟି ଲେଖା କିମ୍ବା ଦୁଇ ଲେଖକଙ୍କ ମଧ୍ୟରେ ଉଚ୍ଚନୀଚ ଦେଖାଇବା ତୁଳନାତ୍ମକ ଅଧ୍ୟୟନର ମୂଳ ଲକ୍ଷ୍ୟ ନୁହେଁ ।

ଇଲ୍ୟା ଇରେନ୍ ବର୍ଗ ଏ ସଂପର୍କରେ କହିଛନ୍ତି, “ ପ୍ରତ୍ୟେକ ଲେଖକ ତା’ର ସମକାଳୀନ ଓ ସମସାଂସ୍କୃତିକ ବ୍ୟାପାର

ଦ୍ଵାରା ପରିଚାଳିତ । ଉଭୟ ସହିତ ଜଡ଼ିତ ଲେଖକମାନଙ୍କ ଭିତରେ ସମାନତା ରହିବ । କିନ୍ତୁ କେହି କାହା ଭଳି ହୋଇନଥାନ୍ତି । ଏହି ଅସମାନତାକୁ ଦେଖାଇ ମାନବୀୟ ରୁଚି ନିର୍ମାଣରେ କିପରି ସେମାନେ ଅଭିନ୍ନ ତାହା ତୁଳନାତ୍ମକ ଅଧ୍ୟୟନରେ ହେବା ବିଧେୟ ।

    ତୁଳନାତ୍ମକ ଅଧ୍ୟୟନରେ ମୁଖ୍ୟତଃ ସାଦୃଶ୍ୟ ନିର୍ଦ୍ଧାରଣ, ପ୍ରଭାବ ଓ ଆହାରଣ ସଂପର୍କରେ ପରିପ୍ରକାଶ, ଅନୁକରଣାତ୍ମକ ଓ ଅନୁସରଣାତ୍ମକ ଭାବକୁ ଉଲ୍ଲେଖ କରାଯାଇଥାଏ ।

ତୁଳନାତ୍ମକ ଅଧ୍ୟୟନର ଉପାଦାନ :

    ତୁଳନାତ୍ମକ ଅଧ୍ୟୟନ ସମୟରେ ଆମେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଏହାଦ୍ଵାରା ଉଭୟ ସୃଷ୍ଟି ମଧ୍ୟରେ ସଠିକ୍ ତୁଳନା ସମ୍ଭବ ହୋଇଥାଏ । ଏହି ଉପାଦାନଗୁଡ଼ିକ ନିମ୍ନରେ ଉପସ୍ଥାପନା କରାଗଲା ।

(କ) ପ୍ରଭାବ (Influence)

(ଖ) ସାଦୃଶ୍ୟ (Similarty)

(ଗ) ଗ୍ରହଣ (Borowing)

(ଘ) ପ୍ରତ୍ୟାଖ୍ୟାନ (Rejection)

(ଙ) ଅନୁକରଣ (Imitation)

(ଚ) ଅନୁବାଦ (Translation)

(ଛ) ଏକାଗ୍ରତା (Concentration)

(ଜ) ପ୍ରତିଯୋଗିତା (Competition)

(ଝ) ବିଭିନ୍ନ ବିଦ୍ୟା ସଂପର୍କରେ ଜ୍ଞାନ ଅର୍ଜନ (Acquiring Knowledge in different faculties)

(ଞ) ଚିନ୍ତନ (Thought)

(ଟ) ଅନୁଭବ (Feeling) (0) ଲକ୍ଷ୍ୟ (Goal)

(ଙ) ଆକାଂକ୍ଷା (Aspiration)

(ଢ) ଅଭିଳାଷ (Ambition)

ତୁଳନାତ୍ମକ ଅଧ୍ୟୟନରୁ ଉପଲବ୍‌ଧ ସାଧାରଣ ସତ୍ୟ :

    ତୁଳନାତ୍ମକ ଅଧ୍ୟୟନ ଦ୍ବାରା ସାମଗ୍ରିକ ଭାବେ ବିଶ୍ଵ ସମଗ୍ରର ସାମାଜିକ ଜୀବନଧାରା, ସାଂସ୍କୃତିକ ଚେତନା, ରାଜନୀତିକ ପରିସ୍ଥିତି, ଭୌଗୋଳିକ ସୀମା ସରହଦ, ଆର୍ଥନୀତିକ ଦିଗ ଆଦି ସଂପର୍କରେ ଜାଣିବାକୁ ମିଳିଥାଏ । ଦେଶ ବା ପ୍ରଦେଶ ଦୃଷ୍ଟିରୁ

ନାମକରଣ ଭିନ୍ନ ହୋଇପାରେ କିନ୍ତୁ ମନୁଷ୍ୟର ପ୍ରବୃତ୍ତି ପ୍ରାୟତଃ ଏକ । ବିଶ୍ବର ସମସ୍ତ ମହାନ ସାହିତ୍ୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୁଏ ଯେ ବିଶ୍ୱସାହିତ୍ୟରେ ଅଭିବ୍ୟକ୍ତ ମାନବ-ଚେତନା ଓ ମାନବ ହୃଦୟ ପ୍ରାୟ ଏକ । ଏ ସଂପର୍କରେ ବିଶିଷ୍ଟ ଇଂରାଜୀ କବି ୱାର୍ଡସ ୱାର୍ଥ କହିଛନ୍ତି, “ ସ୍ଥାନ ଓ ବାତାବରଣ, ଭାଷା ଓ ଚଳଣି, ଶାସନଗତ ନିୟମ କାନୁନ ଓ ପ୍ରଥା ଆଦି ଭିନ୍ନ ହୋଇଥିଲେ ମଧ୍ୟ କବି ନିଜର ଆବେଗ ଓ ଜ୍ଞାନର ସୂତ୍ରରେ ସମଗ୍ର ବିଶ୍ଵରେ ବ୍ୟାପ୍ତ ମାନବ-ସମାଜର ବିଶାଳ ସାମ୍ରାଜ୍ୟକୁ ସଦା ବାନ୍ଧି ଦେଇଥାଏ । ”

ତେଣୁ ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ଯେଉଁ ସାଧାରଣ ସତ୍ୟ ନିକଟରେ ପାଠକ ଓ ତୁଳନାକାରୀ ପହଞ୍ଚିଥାଏ, ତାହା ନିମ୍ନରେ ଦିଆଗଲା—

(କ) ମଣିଷ ଓ ବାହାର ଜଗତ ମଧ୍ଯରେ ସଂପର୍କ ।

(ଖ) ଆଧ୍ୟାତ୍ମିକ ସଂସ୍କୃତି ପ୍ରତି ବ୍ୟକ୍ତିର ଆଭିମୁଖ୍ୟ ।

(ଗ) ବ୍ୟକ୍ତିର ଜାତୀୟ ବାତାବରଣ ।

(ଘ) ବିଶ୍ଵ ଭ୍ରାତୃତ୍ଵ ଭାବନା ।

(ଙ) ବିଶ୍ଵର ଚିନ୍ତାଚେତନା ସହ ଯୋଡ଼ି ହେବା ।

(ଚ) ସାମଗ୍ରିକ ଭାବେ ମଣିଷ ଜାତି ସହିତ ବ୍ୟକ୍ତିର ସଂପର୍କ ।

(ଛ) ମନ ମଧ୍ୟରୁ ଅବିଶ୍ଵାସକୁ ତିରୋହିତ କରିବା ।

(ଜ) ମନର ମଣିଷ ସହିତ ମଣିଷର ଯୋଗାଯୋଗ ।

    ତୁଳନାତ୍ମକ ସାହିତ୍ୟ ଶୈକ୍ଷିକ ଜ୍ଞାନଠାରୁ ଅଧ‌ିକ ଗୁରୁତ୍ଵପୂର୍ଣ୍ଣ । ଶୈକ୍ଷିକ ଜ୍ଞାନ ଏକ ସୀମା ମଧ୍ୟରେ ଆବଦ୍ଧ । ଏହା କେବଳ ବ୍ୟକ୍ତିର ଉନ୍ନତି ପାଇଁ ଉଦ୍ଦିଷ୍ଟ । କିନ୍ତୁ ତୁଳନାତ୍ମକ ସାହିତ୍ୟରେ ବିଶ୍ବ ସାହିତ୍ୟ, ମାନବୀୟ ପରିବେଶ, ସାରସ୍ଵତ ଭାବନା ଓ ସାଂସ୍କୃତିକ - ବିଶ୍ଵର ପ୍ରତିଫଳନ ଘଟିଥାଏ। ଏହା ଯେପରି ଅନ୍ତର୍ମୁଖୀ ସେହିପରି ସାମଗ୍ରିକ । ଜେଷ୍ଟ ଓ ଗେଲେ ପ୍ରମୁଖ ତୁଳନାତ୍ମକ ସାହିତ୍ୟକୁ ବିଶ୍ଵ ଧର୍ମ ରୂପେ ଗ୍ରହଣ କରିଛନ୍ତି । ଏହି ଦୃଷ୍ଟିରୁ ବିଚାର କଲେ ତୁଳନାତ୍ମକ ଅଧ୍ୟୟନ ଦ୍ବାରା ତୁଳନାକାରୀ ଏବଂ ପାଠକ ଉଭୟେ ବାହାର ଜଗତ ସହିତ ଆପେ ଆପେ ନିଜର ଅଜ୍ଞାତରେ ଯୋଡ଼ି ହୋଇଯାଇଥାନ୍ତି ।

    ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ବ୍ୟକ୍ତି ମଧ୍ୟରେ ବିଶ୍ଵ ଜାତୀୟତା ଭାବନା ସୃଷ୍ଟି ହୋଇଥାଏ । ସେ ପୂର୍ବରୁ ନିଜ ଜାତିକୁ ଭଲ ପାଇଥାଏ । ଏହା ଜରୁରୀ । କିନ୍ତୁ ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ସେ ସମଗ୍ର ବିଶ୍ଵର ଜାତୀୟତା ଭାବକୁ ଅତି ନିକଟରେ ଦେଖେ। ଏହାକୁ ଦେଖୁ ନିଜ ଭିତରେ ଥିବା ସଂକୀର୍ଣ୍ଣତାକୁ ଦୂର କରି ବିଶ୍ଵ ଭାବନାକୁ ଆପଣେଇ ନିଏ। ଫଳରେ ତା’ ନିକଟରେ ବିଶ୍ଵର ବିଭିନ୍ନ ଜାତି, ଧର୍ମ, ତା’ର ନିଜର ହୋଇଯାଏ । ଅନୁଭବ କରେ ଯେଉଁଠି ଠିଆ ହୋଇଛି ସେ ସ୍ଥାନଟି ନିଜର। ଯେଉଁମାନଙ୍କୁ ବହିପୃଷ୍ଠାରେ ଦେଖୁଛି ସେମାନେ ନିଜର ଜ୍ଞାତି କୁଟୁମ୍ବ । ଏଭଳି ଏକ ଚିରନ୍ତନ ସତ୍ୟ ନିକଟରେ ସେ ପହଞ୍ଚି ପାରିଥାଏ ।

ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ପୂର୍ବରୁ ଅନ୍ୟ ଜାତି ସଂପର୍କରେ ଯେଉଁ ଅବିଶ୍ବାସର ଭାବନା ତୁଳନାକାରୀ ବା ପାଠକ ମଧ୍ୟରେ ଦୃଢ଼ୀଭୂତ ହୋଇଥିଲା, ଅବଶ୍ୟ ଏହା ଯେକୌଣସି କାରଣରୁ ହେଉ, କିନ୍ତୁ ଯେତେବେଳେ ସେ ବିଶ୍ବର ପ୍ରତିଟି ଘଟଣା

ସହିତ ଅଧ୍ୟୟନ ମାଧ୍ୟମରେ ନିଜକୁ ସାମିଲ କରେ ସେତେବେଳେ ପ୍ରକୃତ ସତ୍ୟ ନିକଟରେ ପହଞ୍ଚିଥାଏ । ଦୀର୍ଘ ଦିନର ଘୃଣାଭାବ ଆପେ ଆପେ ତିରୋହିତ ହୋଇ ସମଗ୍ର ବିଶ୍ଵକୁ ଆପଣାର ମନେ କରିଥାଏ ।

ମନୁଷ୍ୟ ସଦାସର୍ବଦା ନିଜ ଭଳି ମଣିଷ ସହ ସଂପର୍କ ରଖିବାକୁ ବ୍ୟାକୁଳ ହୋଇଥାଏ । କିନ୍ତୁ ସୀମିତ ପରିବେଶ ମଧ୍ୟରେ ଏହା ବେଳେବେଳେ ସମ୍ଭବ ହୁଏ, ପୁଣି ଅଧିକାଂଶ ସମୟରେ ଅସମ୍ଭବ ମଧ୍ଯ ହୋଇଥାଏ । ତୁଳନାତ୍ମକ ଅଧ୍ୟୟନ ଫଳରେ ସେ ବିଶ୍ବର ବିଭିନ୍ନ ଜାତି, ଧର୍ମ, ସଂସ୍କୃତିର ମଣିଷକୁ ଦେଖୁଥାଏ । ସେମାନଙ୍କର ସ୍ଵଭାବକୁ ତଉଲିଥାଏ । ଏହା ମଧ୍ୟରୁ କିଛି ଭିତରେ ସେ ନିଜକୁ ଦେଖେ । ଫଳରେ ସେଇଠି ସେ ମହାନନ୍ଦ ପାଇଥାଏ । ବହୁ ଦିନରୁ ଖୋଜୁଥିବା ମନର ମଣିଷ ତା’ ନିକଟରେ ଦଣ୍ଡାୟମାନ ହୋଇଯାଏ । ତା’ର ସ୍ଵାଭାବରେ ଥିବା ଅନେକ ଗୁଣକୁ ଗ୍ରହଣ କରି ନିଜକୁ ସଂସ୍କାରିତ କରିଥାଏ ।

    ସାଂପ୍ରତିକ ପରିପ୍ରେକ୍ଷୀରେ ତୁଳନାତ୍ମକ ଅଧ୍ୟୟନର ଅଧିକ ଆବଶ୍ୟକତା ରହିଛି । କାରଣ ବିଶ୍ଵରେ ଯେଉଁ ସଂଘର୍ଷ ଲାଗି ରହିଛି, ଏହାର ମୂଳକାରଣ ହେଉଛି ଭ୍ରାତୃତ୍ଵ ଭାବର ଅଭାବ । କିଛି ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ପ୍ରକୃତ ସତ୍ୟଠାରୁ ସାଧାରଣ ଲୋକଙ୍କୁ ଦୂରେଇ ରଖ୍ ନିଜର ସ୍ଵାର୍ଥସିଦ୍ଧି ପାଇଁ ରକ୍ତର ବନ୍ୟା ବୁହାଉଛନ୍ତି । ଏହି ପରିପ୍ରେକ୍ଷୀରେ ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ପ୍ରକୃତ ସତ୍ୟ ନିକଟରେ ତୁଳନାକାରୀ ଓ ପାଠକ ପହଞ୍ଚି ଯାଇଥାନ୍ତି । ନିଜର ଅଧ୍ୟୟନର ଫଳସ୍ଵରୂପ ତୁଳନାତ୍ମକ ସାହିତ୍ୟ ପଠନ ଦ୍ଵାରା ସାମଗ୍ରିକ ଭାବେ ବିଶ୍ଵ ଭ୍ରାତୃତ୍ଵ ଭାବ ଜାଗ୍ରତ ହୋଇଥାଏ । ତେଣୁ ସୂକ୍ଷ୍ମ ଦୃଷ୍ଟିକୋଣରୁ ବିଚାର କଲେ, ତୁଳନାତ୍ମକ ଅଧ୍ୟୟନ ହିଁ ବିଶ୍ଵଭ୍ରାତୃତ୍ଵ ସୃଷ୍ଟି କରିବାର ମୂଳ ଆଧାର ।

ତୁଳନାତ୍ମକ ସାହିତ୍ୟର ପରିସର :

ତୁଳନାତ୍ମକ ସାହିତ୍ୟର ପରିସର ବ୍ୟାପକ । ଯେହେତୁ ଏହି ଅଧ୍ୟୟନରେ ବିଶ୍ବର ପ୍ରତିଟି ଭାଷାକୁ ଗ୍ରହଣ କରାଯାଇଥାଏ, ତେଣୁ ଏହାର ପରିସୀମା ପରିବ୍ୟାପ୍ତ । ଏତଦ୍‌ବ୍ୟତୀତ ପରଂପରା, ସଂସ୍କୃତି, ସାମାଜିକ, ଭାବାବେଗ, ଦର୍ଶନ ଜ୍ଞାନ, ବିଜ୍ଞାନ ଇତିହାସ ଆଦିକୁ ଏହା ଗ୍ରହଣ କରିଥାଏ । ନିମ୍ନରେ ଏହି ପରିସରର ବିଭିନ୍ନ ବିଭାଗକୁ ଉଲ୍ଲେଖ କରାଗଲା –

(୧) ଲୋକ ସାହିତ୍ୟ ।

(୨) ଆଞ୍ଚଳିକ ସାହିତ୍ୟ ।

(୩) ପ୍ରାଦେଶିକ ସାହିତ୍ୟ ।

(୪) ଜାତୀୟ ସ୍ତରର ସାହିତ୍ୟ ।

(୫) ପ୍ରତିବେଶୀ ସାହିତ୍ୟ ।

(୬) ମହାଦେଶୀୟ ସାହିତ୍ୟ ।

(୭) ଆନ୍ତର୍ଜାତୀୟ ସାହିତ୍ୟ ।

(୮) ମତବାଦ ସମ୍ବଳିତ ସାହିତ୍ୟ ।

(ମାର୍କସବାଦ, ରୋମାଣ୍ଟିସିଜିମ୍, ସ୍ଥିତିବାଦ, ବାସ୍ତବବାଦ, ନାରୀବାଦ, ଉତ୍ତର ଆଧୁନିକବାଦ)

(୯) ସାହିତ୍ୟର ବିଭିନ୍ନ ବିଭାଗ (ପ୍ରବନ୍ଧ, କାବ୍ୟ, ଶିଶୁ ସାହିତ୍ୟ, ବିଜ୍ଞାନ ସାହିତ୍ୟ, କଥା ସାହିତ୍ୟ, ସମାଳୋଚନା ସାହିତ୍ୟ, ପ୍ରାଚୀନ ସାହିତ୍ୟ ଓ ଆଧୁନିକ ସାହିତ୍ୟ) ।

(୧୦) ସମାଜ ଓ ବ୍ୟକ୍ତି ବିକାଶର ନୃତାତ୍ତ୍ଵିକ ଅଧ୍ୟୟନ ।

(୧୧) ପାରଂପରିକ ଜୀବନ ଧାରାରୁ ସୃଷ୍ଟି ମିଥୁଗୁଡ଼ିକର ଅଧ୍ୟୟନ ।

(୧୨) ଜନଜାତି ସାହିତ୍ୟ ।

(୧୩) ସମାଜତାତ୍ତ୍ଵିକ ଲୋକାଚାର ।

(୧୪) ସର୍ବହରା ସାହିତ୍ୟ ।

(୧୫) ସର୍ବୋଦୟ ସାହିତ୍ୟ ।

(୧୬) ସ୍ଵପ୍ନ ଓ କଳ୍ପନାର ଅଧ୍ୟୟନ ।

(୧୭) ସମାଜ ଓ ବ୍ୟକ୍ତି ବିକାଶର ନୃତାତ୍ତ୍ଵିକ ଅଧ୍ୟୟନ ।

(୧୮) ପୌରାଣିକ, କାଳ୍ପନିକ ଓ ବିଜ୍ଞାନ ଭିଭିକ ସାହିତ୍ୟ ।

(୧୯) ବିଭିନ୍ନ ଧର୍ମ ଆଧାରିତ ସାହିତ୍ୟ ଯଥା— ସନାତନ ଧର୍ମ, ଶୈବ, ଶାକ୍ତ, ବୌଦ୍ଧ, ବୈଷ୍ଣବ, ଜଗନ୍ନାଥ କାଥଲିକ, ସୁଫି, ଇସଲାମିକ ସାହିତ୍ୟ ।

(୨୦) ବିଭିନ୍ନ କ୍ଷେତ୍ର ଆଧାରିତ ସାହିତ୍ୟ ତୁଳନାତ୍ମକ ପରିସରରେ ଆସିଥାଏ, ଯଥା— କମନ୍ ୱେଲ୍‌ ସାହିତ୍ୟ, ଦକ୍ଷିଣ-ଏସିୟ ସାହିତ୍ୟ, ଇଣ୍ଡୋ-ଇଂଲିଶ୍ ସାହିତ୍ୟ ଇତ୍ୟାଦି ।

    ବିଶେଷକରି ଭାଷା, ଶୈଳୀ, ବିଷୟବସ୍ତୁ, ଘଟଣା, ସାମାଜି ସମସ୍ୟା, ଲୋକଧର୍ମ, ଶିଳାଚାର, ସାଂସ୍କୃତିକ ଜାତିତତ୍ତ୍ବ, ସାମୂହିକ ଗଣ ବିଶ୍ଵାସ, ଦେଶାଚାର ସହ ପୁରାଣ, କାବ୍ୟ, ଇତିହାସ, କିମ୍ବଦନ୍ତୀ, ନାଟକ, ଉପନ୍ୟାସ, ଭୂଗୋଳ, ବାଣିଜ୍ୟ, ସାମାଜିକ ବିଜ୍ଞାନ ତୁଳନାପରିସର ଭିତରକୁ ଆସିଥାଏ । ଏହା ଦ୍ଵାରା ଆମେ ଗ୍ରୀକ୍ ପୁରାଣ, ଇଲିୟାଡ, ଓଡେସି, ହ୍ୟୁମାନକମେଡି ସହିତ ରାମାୟଣ, ମହାଭାରତ ଓ ଉପନିଷଦର କଥାକଳ୍ପ, ଭାବ କଳ୍ପ ଏକ ରୂପରେ ଦେଖିଥାଉ । କାଳିଦାସ ଆଉ ସେକ୍‌ସପିୟର, ହାର୍ଡି ଆଉ କାହ୍ନୁଚରଣ, ୱାର୍ଡସ୍ଵାର୍ଥ ଓ ଗଙ୍ଗାଧର, ସାରଳା ଓ ବ୍ରାସ, ଇଲିଅଟ ଓ ଗୁରୁପ୍ରସାଦ, ରବୀନ୍ଦ୍ର ଓ କୁନ୍ତାଳକୁମାରୀ ମଧ୍ୟରେ ଭାଷିକ ବ୍ୟବଧାନ ସତ୍ତ୍ଵେ ପ୍ରତ୍ୟେକର ସୃଷ୍ଟି ମଧ୍ୟରେ ସମଭାବନାକୁ ଦେଖି ହୁଏ ।

ତୁଳନାତ୍ମକ ସାହିତ୍ୟର ପ୍ରକାର ଭେଦ:

ତୁଳନାତ୍ମକ ସାହିତ୍ୟରେ ଯେହେତୁ ବିଶ୍ବ ସାହିତ୍ୟ, ମାନବୀୟ ପରିବେଶ, ସାର୍‌ସ୍କୃତ ଭାବନା ଓ ସାଂସ୍କୃତିକ ବିଶ୍ଵର ପ୍ରତିଫଳନ ଘଟିଥାଏ, ତେଣୁ ଏହାର କ୍ଷେତ୍ର ବ୍ୟାପକ ଅଟେ । ଏ ପର୍ଯ୍ୟନ୍ତ ଏହାର କୌଣସି ନିର୍ଦ୍ଦିଷ୍ଟ ବିଶ୍ଳେଷଣାତ୍ମକ ପଦ୍ଧତି ବିକଶିତ ହୋଇ ନଥିବାରୁ ବିଭିନ୍ନ ଦେଶର ସାହିତ୍ୟରେ ଏହାର ବିବିଧ ପ୍ରୟୋଗ ଦେଖିବାକୁ ମିଳିଥାଏ । ଆଲୋଚନାର ସରଳୀକରଣ ଦୃଷ୍ଟିରୁ ଏହାକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଥାଏ । ଯଥା—

“ (୧) ଗୋଟିଏ ଭାଷା ଅନ୍ତର୍ଗତ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ ।

(୨) ଗୋଟିଏ ସାହିତ୍ୟର ଅନ୍ୟ ସାହିତ୍ୟ ଉପରେ ପ୍ରଭାଗତ ଅଧ୍ୟୟନ ।

(୩) ଦୁଇ ବା ତତୋଽଧ୍ଵକ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ ।”

(୧) ଗୋଟିଏ ଭାଷା ଅନ୍ତର୍ଗତ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ :

ଗୋଟିଏ ଭାଷାରେ ରଚିତ ଭିନ୍ନ ଭିନ୍ନ ସାହିତ୍ୟିକ କୃତି ମଧ୍ଯରେ ତୁଳନାକୁ ଏହି ତୁଳନାତ୍ମକ ଅଧ୍ୟୟନ ବୁଝାଇଥାଏ । ଅବଶ୍ୟ ଏହା ପ୍ରକୃତ ତୁଳନାତ୍ମକ ସାହିତ୍ୟ ନୁହେଁ । ତଥାପି ଆଲୋଚନା ପରିସରକୁ ନିଆଯାଇଥାଏ । ଏପରି ଅଧ୍ୟୟନରେ ମୁଖ୍ୟତଃ ସମକାଳୀନ ପ୍ରତିଷ୍ଠିତ ସୃଷ୍ଟିକୁ ବିଚାର କରାଯାଇଥାଏ । ଯଥା—

(କ) ଦୁଇଜଣ କବି ବା ଅନେକ କବିଙ୍କ ସହିତ ତୁଳନା । ଏହି ପର୍ଯ୍ୟାୟରେ ମୀରାବାଈଙ୍କ ସହିତ ତୁଳସୀଦାସ, ଉପେନ୍ଦ୍ର ଭଞ୍ଜଙ୍କ ସହ ରାଧାନାଥ, କବିରଙ୍କ ସହିତ ଜାୟସୀ ଇତ୍ୟାଦିଙ୍କ ତୁଳନା ।

(ଖ) ଦୁଇ ଯୁଗର ତୁଳନା - ଏହି ପର୍ଯ୍ୟାୟରେ ରୀତିଯୁଗ ସହିତ ଆଧୁନିକ ଯୁଗ, ଭକ୍ତକାଳ ସହିତ ରୀତିକାଳର ତୁଳନା କରାଯାଇଥାଏ ।

(ଗ) ଦୁଇ ପ୍ରବୃତ୍ତି ମଧ୍ୟରେ ତୁଳନା - ବିଶେଷ କରି ଏହି ପର୍ଯ୍ୟାୟରେ ଗୋଟିଏ ଭାଷା ଅନ୍ତର୍ଗତ ଦୁଇଟି ଯୁଗର ପ୍ରବୃତ୍ତି ବା ଧାରାର ତୁଳନାତ୍ମକ ଅଧ୍ୟୟନକୁ ବୁଝାଇଥାଏ । ମୁଖ୍ୟତଃ ଓଡ଼ିଆ ସାହିତ୍ୟର ରୀତିଯୁଗର ଧାରା ସହ ଆଧୁନିକ ଯୁଗର ଧାରାକୁ ତୁଳନା କିମ୍ବା ହିନ୍ଦୀ ସାହିତ୍ୟର ଦ୍ଵିବେଦୀ ଯୁଗ ସହିତ ଛାୟାବାଦୀ ଯୁଗର ପ୍ରବୃତ୍ତି ସଂପର୍କରେ ତୁଳନା କରାଯାଇଥାଏ ।

(୨) ଗୋଟିଏ ସାହିତ୍ୟର ଅନ୍ୟ ସାହିତ୍ୟ ଉପରେ ପ୍ରଭାବଗତ ଅଧ୍ୟୟନ :

ଏହି ପର୍ଯ୍ୟାୟରେ ଦୁଇ ପ୍ରକାର ତୁଳନାତ୍ମକ ଦୃଷ୍ଟିକୁ ଆସିଥାଏ । ଯଥା—

(କ) ଗୋଟିଏ ଭାଷାଭାଷୀ ସାହିତ୍ୟ ଉପରେ ଅନ୍ୟ ଭାଷାଭାଷୀ ସାହିତ୍ୟର ପ୍ରଭାବ ।

(ଖ) ଗୋଟିଏ ସାହିତ୍ୟିକ ବ୍ୟକ୍ତିତ୍ଵର ଅନ୍ୟ ସାହିତ୍ୟ ଉପରେ ପ୍ରଭାବ ।

(ଗ) ଗୋଟିଏ ଭାଷାଭାଷୀ ସାହିତ୍ୟର ପ୍ରବୃତ୍ତି ବା କାବ୍ୟ ଧାରାର ଅନ୍ୟ ସାହିତ୍ୟ ଉପରେ ପ୍ରଭାବ ।

(କ) ଗୋଟିଏ ଭାଷାଭାଷୀ ସାହିତ୍ୟ ଉପରେ ଅନ୍ୟ ଭାଷାଭାଷୀ ସାହିତ୍ୟର ପ୍ରଭାବ ।

ବିଶ୍ବର ବିଭିନ୍ନ ଭାଷାଭାଷୀର ସାହିତ୍ୟ ଦୃଶ୍ୟମାନ ହୋଇଥାଏ । ପ୍ରତ୍ୟେକ ଭାଷାଭାଷୀର ସାହିତ୍ୟ ଅନ୍ୟ ଭାଷାଭାଷୀର ସାହିତ୍ୟ ଉପରେ ସମୟାନୁକ୍ରମେ ପ୍ରଭାବ ପକାଇଥାଏ । ଯେପରି ଓଡ଼ିଆ ଭାଷାର ମଧ୍ୟଯୁଗୀୟ ସାହିତ୍ୟ ଉପରେ ସଂସ୍କୃତ ଭାଷାର ପ୍ରଭାବ ପରିଲକ୍ଷିତ ହୋଇଥାଏ। ତୁଳନାତ୍ମକ ଅଧ୍ୟୟନରେ ଏପରି ପ୍ରଭାବକୁ ଲକ୍ଷ୍ୟ କରାଯାଏ । ଏତଦ୍‌ବ୍ୟତୀତ ଓଡ଼ିଆ ଭାଷା ଉପରେ ଦ୍ରାବିଡ ଭାଷା, ଇଂରାଜୀ ଭାଷା, ଯାବନିକ ଭାଷାର ପ୍ରଭାବ ମଧ୍ୟ ରହିଅଛି । ଓଡ଼ିଆ ରୋମାଣ୍ଟିକ୍ କବିତା ଉପରେ ଇଂରାଜୀ ରୋମାଣ୍ଟିକ୍ କବିତାର ମଧ୍ୟ ପ୍ରଭାବ ରହିଅଛି । ଏ ସମସ୍ତ ପ୍ରଭାବକୁ ତୁଳନାତ୍ମକ ସାହିତ୍ୟରେ ତୁଳନା

କରାଯାଇଥାଏ ।

(ଖ) ଗୋଟିଏ ସାହିତ୍ୟିକ ବ୍ୟକ୍ତିତ୍ବର ଅନ୍ୟ ସାହିତ୍ୟ ଉପରେ ପ୍ରଭାବ ।

ବିଶ୍ବରେ ଏପରି କିଛି ସାହିତ୍ୟିକ ଅଛନ୍ତି ଯେଉଁମାନେ ନିଜର ସାଧନା ବଳରେ ନିଜର ବ୍ୟକ୍ତିତ୍ଵ ତିଆରି କରିଥାନ୍ତି । ନିଜର ବ୍ୟକ୍ତିତ୍ଵ ବଳରେ ସାହିତ୍ୟ ମଣ୍ଡଳକୁ ନୂତନତା ଆଭାରେ ଆଲୋକିତ କରିଥାନ୍ତି । କେବଳ ନିଜ ସାହିତ୍ୟିକ ପରିସୀମା ମଧ୍ୟରେ ଆବଦ୍ଧ ନ ରହି ଏମାନଙ୍କ ବ୍ୟକ୍ତିତ୍ଵ ବିଶ୍ବର ବିଭିନ୍ନ ଭାଷାଭାଷୀ ସାହିତ୍ୟ ଏବଂ ସାହିତ୍ୟିକଙ୍କୁ ପ୍ରଭାବିତ କରିଥାଏ । ଫଳରେ ପ୍ରଭାବିତ ସାହିତ୍ୟ ବା ସାହିତ୍ୟିକମାନେ ନିଜର ସୃଷ୍ଟି ମଧ୍ୟରେ ଏହି ମହାନ୍ ସାହିତ୍ୟିକଙ୍କ ଅନେକ ଭାବନାକୁ ନିଜ

ସାହିତ୍ୟରେ ସ୍ଥାନ ଦେଇଥାନ୍ତି । ଯେପରି ଆଧୁନିକ ଓଡ଼ିଆ କବିତା ଉପରେ ବଙ୍ଗଳା କବି ରବୀନ୍ଦ୍ର ନାଥ ଠାକୁରଙ୍କ ପ୍ରଭାବ, ଆଧୁନିକ ପ୍ରୟୋଗବାଦୀ କବିତା ଉପରେ ଟି.ଏସ୍. ଇଲିୟଟଙ୍କର ପ୍ରଭାବ ରହିଅଛି । ତୁଳନାତ୍ମକ ସାହିତ୍ୟରେ ଏହି ମହାନ୍ ସ୍ରଷ୍ଟାମାନଙ୍କର ପ୍ରଭାବକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଯାଇଥାଏ ।

(ଗ) ଗୋଟିଏ ଭାଷାଭାଷୀ ସାହିତ୍ୟର ପ୍ରବୃତ୍ତି ବା କାବ୍ୟ ଧାରାର ଅନ୍ୟ ସାହିତ୍ୟ ଉପରେ ପ୍ରଭାବ ।

ଏହି ପର୍ଯ୍ୟାୟରେ ଏକ ନିର୍ଦ୍ଦିଷ୍ଟ କାବ୍ୟକ ଧାରାର ପ୍ରଭାବ କିପରି ଅନ୍ୟ ଏକ ଭାଷାର ସାହିତ୍ୟର କାବ୍ୟକ ଧାରା ଉପରେ ପ୍ରଭାବ ରହିଛି ତାହା ଆଲୋଚନା କରାଯାଇଥାଏ । ଫଳରେ ମନେ ହୁଏ କେହି କାହାଠାରୁ ଭିନ୍ନ ନୁହନ୍ତି । ଯଦିଓ କିଛିଟା ଭିନ୍ନ ପରିଲକ୍ଷିତ ହୁଏ କିନ୍ତୁ ଅନେକାଂଶରେ ସମପର୍ଯ୍ୟାୟବାଚୀ ବୋଲି ବିବେଚିତ ହୋଇଥାନ୍ତି । ଯଥା— ଇଂରାଜୀ ସ୍ଵଚ୍ଛନ୍ଦବାଦୀ କବିତାର ହିନ୍ଦୀ ଛାୟାବାଦୀ କବିତା ଉପରେ ପ୍ରଭାବ ।

(୩) ଦୁଇ ବା ତତୋଽଧ୍ଵକ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ :

ଏହି ପର୍ଯ୍ୟାୟର ତୁଳନାତ୍ମକ ଅଧ୍ୟୟନକୁ ମୁଖ୍ୟତଃ ୪ ଭାଗରେ ବିଭକ୍ତ କରାଯାଇଥାଏ । ଯଥା—

(କ) ଦୁଇ ସାହିତ୍ୟିକଙ୍କ ମଧ୍ୟରେ ତୁଳନା ।

(ଖ) ଦୁଇ ବିଶିଷ୍ଟ କୃତି ମଧ୍ୟରେ ତୁଳନା । (ଗ) ଦୁଇ ପ୍ରବୃତ୍ତି ବା ଯୁଗର ତୁଳନା । (ଘ) ଦୁଇ ବା ତହିଁରୁ ଅଧିକ କୃତିର ତୁଳନା ।

(ଙ)

ବା ତହିଁରୁ ଅଧିକ ସ୍ରଷ୍ଟାଙ୍କ ମଧ୍ୟରେ ତୁଳନା ।

(ଚ) ସାହିତ୍ୟିକ ପ୍ରୟୋଗ ଗତ ତୁଳନା ।

(କ) ଦୁଇ ସାହିତ୍ୟିକଙ୍କ ମଧ୍ୟରେ ତୁଳନା : ଭିନ୍ନ ଭିନ୍ନ ଭାଷାର ସାହତ୍ୟିକଙ୍କୁ ତୁଳନାକୁ ନିଆଗଲା ବେଳେ ମନଇଚ୍ଛା ଯେକୌଣସି ସାହିତ୍ୟିକଙ୍କୁ ନେବା ଅନୁଚିତ୍ । ପ୍ରଥମତଃ ଯେଉଁ ସାହିତ୍ୟିକଙ୍କୁ ତୁଳନା କରାଯାଇଥାଏ ସେମାନଙ୍କ ସୃଷ୍ଟିର ଭାବଧାରାରେ ସାମ୍ୟତା ରହିଥିବା ଆବଶ୍ୟକ । ଏତଦ୍‌ବ୍ୟତୀତ ସମବିଭାଗର ସାହିତ୍ୟିକଙ୍କୁ ନେବା ଉଚିତ୍ । ଅର୍ଥାତ୍ ଜଣେ କବିଙ୍କ ସହ ଔପନ୍ୟାସିକଙ୍କୁ ନୁହେଁ, କି ଜଣେ ନାଟ୍ୟକାର ସହିତ ପ୍ରାବନ୍ଧିକଙ୍କୁ ନୁହେଁ । ସମ ବିଭାଗଯୁକ୍ତ ହେବାର ଆବଶ୍ୟକତା ରହିଛି । ଯେପରି କବିଙ୍କ ସହ କବିଙ୍କର, ଔପନ୍ୟାସିକଙ୍କ ସହ ଔପନ୍ୟାକଙ୍କୁ ତୁଳନା ଦିଆଯାଇଥାଏ । ଉଦାହରଣ ସ୍ଵରୂପ, ଓଡ଼ିଆ ସାହିତ୍ୟର ମଧୁସୂଦନ ରାଓଙ୍କ ସହ ରବୀନ୍ଦ୍ରନାଥ ଠାକୁରଙ୍କୁ, ଫକୀରମୋହନଙ୍କ ସହ ପ୍ରେମଚାନ୍ଦଙ୍କୁ, ଫକୀର ମୋହନଙ୍କ ସହ ନାଥନିଏଲ ହଥର୍ଶଙ୍କ ସହ, ତାରଶଙ୍କର ସହ କାହ୍ନୁଚରଣ ମହାନ୍ତଙ୍କୁ ତୁଳନା କରାଯିବା ଯଥାର୍ଥ ଅଟେ ।

(ଖ) ଦୁଇ ବିଶିଷ୍ଟ କୃତି ମଧ୍ୟରେ ତୁଳନା : ଭିନ୍ନ ଭିନ୍ନ ଭାଷାର ଦୁଇ ବିଶିଷ୍ଟ କୃତିର ତୁଳନାକୁ ନିଆଗଲେ ମନଇଚ୍ଛା ଯେକୌଣସି ଦୁଇଟି କୃତିକୁ ଗ୍ରହଣ କରିବା ସଂପୂର୍ଣ୍ଣ ରୂପେ ଗ୍ରହଣୀୟ ନୁହେଁ । ଅର୍ଥାତ୍ ଯେଉଁ ବିଶିଷ୍ଟ କୃତି ମଧ୍ୟରେ ସାମଞ୍ଜସ୍ୟ ଥବ ତାହାକୁ ତୁଳନାତ୍ମକ ଅଧ୍ୟୟନର ପରିସର ଭୁକ୍ତ କରିବା ଉଚିତ୍ । ଯେପରି ହିନ୍ଦି ଭାଷାରେ ତୁଳସୀ ଦାସଙ୍କ ଦ୍ଵାରା ରଚିତ ରାମଚରିତ ମାନସ ସହ ରୀତି ଯୁଗୀୟ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ; କାରଣ ଏ ଉଭୟ କାବ୍ୟ ରାମ ଚରିତ ମୂଳକ । ଠିକ୍ ସେହିପରି ଭାବେ ଟି.ଏସ୍. ଇଲିୟଟଙ୍କ ‘ୱେଷ୍ଟଲ୍ୟାଣ୍ଡ’ ସହ ଗୁରୁପ୍ରସାଦ ମହାନ୍ତିଙ୍କ ‘କାଳପୁରୁଷ’,

ରବୀନ୍ଦ୍ରନାଥ ଠାକୁରଙ୍କ ଗୀତାଞ୍ଜଳୀ ଜୀବନ ସଂଗୀତ ସହ କବିରଙ୍କ ଦୋହା, ବ୍ୟାସଦ୍‌ଙ୍କର ସଂସ୍କୃତ ମହାଭାରତ ସହ ସାରଳା ଦାସଙ୍କ ସାରଳା ମହାଭାରତ, ବାଲ୍ମୀକିଙ୍କ ରାମାୟଣ ସହ ବଳରାମ ଦାସଙ୍କ ଜଗମୋହନ ରାମାୟଣ ପ୍ରଭୃତି ତୁଳନାତ୍ମକ ଅଧ୍ୟୟନକୁ ଆସିଥାନ୍ତି ।

(ଗ) ଦୁଇ ପ୍ରବୃତ୍ତି ବା ଯୁଗର ତୁଳନା : ଦୁଇ ପ୍ରବୃତ୍ତି ବା ଯୁଗକୁ ତୁଳନାତ୍ମକ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରିବା ସମୟରେ ଯେଉଁ ଯୁଗର ଭାବଧାରା ସମପର୍ଯ୍ୟାୟବାଚୀ ତାହାକୁ ନିଆଯାଇଥାଏ । ଏହା ଧାର୍ମିକ ଦୃଷ୍ଟିରୁ ହେଉ ବା କାବ୍ୟକ ଧାରା ଦୃଷ୍ଟିରୁ ହେଉ । କିନ୍ତୁ ଭିନ୍ନ ଭିନ୍ନ ଧାରାର ଯୁଗ ତୁଳନାତ୍ମକ ଅଧ୍ୟୟନର ପରିସର ଭୁକ୍ତ ହୋଇ ନଥାନ୍ତି । ଯେଉଁ– ଓଡ଼ିଆ ବୈଷ୍ଣବ ଧର୍ମୀ କବିତା ସହ ବଙ୍ଗଳା ବୈଷ୍ଣବଧର୍ମୀ କବିତା, ହିନ୍ଦୀ ଓ କନ୍ନଡର ଭକ୍ତି ଆନ୍ଦୋଳନ, ଇଂରାଜୀ ଓ ଓଡ଼ିଆ ରୋମାଣ୍ଟିକ କବିତା, ତେଲୁଗ୍ ପ୍ରବନ୍ଧ କାବ୍ୟ ସହ ଓଡ଼ିଆ ଆଖ୍ୟାୟିକ କାବ୍ୟ ଆଦିକୁ ତୁଳନାତ୍ମକ ଅଧ୍ୟୟନ କରାଯାଇଥାଏ ।

(ଘ) ଦୁଇ ବା ତହିଁରୁ ଅଧ‌ିକ କୃତିର ତୁଳନା : ଏହି ପର୍ଯ୍ୟାୟରେ ବିଭିନ୍ନ ଭାଷାଭାଷୀ ଦୁଇ ବା ତହିଁରୁ ଅଧ‌ିକ କୃତିର ତୁଳନାତ୍ମକ ଅଧ୍ୟୟନ ଦେଖିବାକୁ ମିଳିଥାଏ । କିନ୍ତୁ ମୂଳରୁ କୁହାଯାଇଛି ସମ ପର୍ଯ୍ୟାୟବାଚୀ ହୋଇଥିବା ଦରକାର । ଯେପରି – ରଘୁବଂଶ– ଉତ୍ତର ରାମଚରିତ– ତପସ୍ବିନୀ କାବ୍ୟ, ଉପନିଷଦ – ୱେଷ୍ଟଲ୍ୟାଣ୍ଡ – କାଳପୁରୁଷ, ବାଲ୍ମୀକି ରାମାୟଣ - ଜଗମୋହନ ରାମାୟଣ - ତୁଳସୀ ରାମାୟଣ ବୈଦେହୀଶ ବିଳାସ ।

(ଙ) ଦୁଇ ବା ତହିଁରୁ ଅଧ‌ିକ ସ୍ରଷ୍ଟାଙ୍କ ମଧ୍ୟରେ ତୁଳନା : ଏହି ପର୍ଯ୍ୟାୟରେ ଦୁଇରୁ ଅଧିକ କବିଙ୍କର ବ୍ୟକ୍ତିତ୍ଵ ଓ ସାହିତ୍ୟିକ ଧାରାର ତୁଳନା ଦିଆଯାଇଥାଏ । ଯେପରି– ଫକୀରମୋହନ – ପ୍ରେମଚାନ୍ଦ – ତାରଶଙ୍କର, କାଳିଦାସ – ମିଲଟନ୍ – ରବୀନ୍ଦ୍ର ନାଥ ଠାକୁର - ରାଧାମୋହନ ଗଡ଼ନାୟକ, ଥୋମାସ୍‌ ହାର୍ଡି – କାହ୍ନୁଚରଣ ମହାନ୍ତି – ଶରତ ଚନ୍ଦ୍ର ।

(ଚ) ସାହିତ୍ୟିକ ପ୍ରୟୋଗଗତ ତୁଳନା : ଏହି ତୁଳନାତ୍ମକ ଅଧ୍ୟୟନରେ ସାହିତ୍ୟରେ ବିଭିନ୍ନ ସମୟରେ ହୋଇଥିବା ଆମ୍ବିକ ପ୍ରୟୋଗର ତୁଳନାତ୍ମକ ଅଧ୍ୟୟନକୁ ବୁଝାଯାଇଥାଏ । ଯେପରି - ସଂସ୍କୃତ ଓ ଓଡ଼ିଆ ରୂପକ, ଆନ୍ଧ୍ର ଓ ହିନ୍ଦୀ ରୂପକ, ବଙ୍ଗଳା ଓ ଓଡ଼ିଆ ଛାନ୍ଦ ଇତ୍ୟାଦି ।

ଉପରୋକ୍ତ ବିଭିନ୍ନ ବିଭାଗର ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ଦ୍ବାରା ବିଶ୍ଵ ଭାବନାର ଉନ୍ମେଷ ଓ ଉତ୍ତରଣ, ବିଭିନ୍ନ ସାହିତ୍ୟର ଏକକତା ନିରୂପଣ, ଜ୍ଞାନ ଦିଗ୍ ବଳୟର ବିସ୍ତାର, ପାରସ୍ପରିକ ସଦ୍‌ଭାବର ଅଭ୍ୟୁଦୟ ହେବା ସହ ମାନବବାଦର ପ୍ରତିଷ୍ଠା ଓ ବିକାଶ ସମ୍ଭବ ହୋଇଥାଏ । ସାହିତ୍ୟ-ସାହିତ୍ୟ, ଲେଖକ – ଲେଖକ, ଲେଖା-ଲେଖା ମଧ୍ଯରେ ତୁଳନାତ୍ମକ ଅଧ୍ୟୟନ ଓ ଅନୁଶୀଳନ ଘଟିବା ଦ୍ଵାରା ସାଦୃଶ୍ୟ ବୈସାଦୃଶ୍ୟ ନିରୂପଣ ମଧ୍ୟରେ ଏକ ବିତର୍କାୟିତ ବିଶ୍ବ ଦୃଷ୍ଟିର ଜନ୍ମଜାତକ ଫିଟିଯାଇଛି । ଏତଦ୍‌ବ୍ୟତୀତ ପାଠକଙ୍କୁ ନିର୍ଦ୍ଦିଷ୍ଟ ସଂରଚନା ଓ ଭାଷିକ ଶୃଙ୍ଖଳା ତଥା ଜାତୀୟତା ବୋଧର ପିଣ୍ଡିରୁ ମୁକ୍ତି କରି ବିଶ୍ଵ ମାନବୀୟ – ଆଚରଣ ଓ ସାମାଜିକ ନିୟମ ସହିତ ତୁଳନାତ୍ମକ ସାହିତ୍ୟ ବିଦ୍ୟା ସଂଯୁକ୍ତ କରିଦେଇଛି ।

ତୁଳନାତ୍ମକ ଅଧ୍ୟୟନ ପଦ୍ଧତିର ପ୍ରୟୋଗବାଦୀ ଦିଗ ବା ବୈଶିଷ୍ଟ୍ୟ :

    ତୁଳନାତ୍ମକ ଅଧ୍ୟୟନ ଏକ ପ୍ରମୁଖ ପଦ୍ଧତି । ଏହାଦ୍ଵାରା ଦୁଇଟି ସୃଷ୍ଟି ହେଉବା ଦୁଇରୁ ଅଧିକ ସୃଷ୍ଟି ମଧ୍ୟରେ ତୁଳନା କରିବା ସମୟରେ କେଉଁ କେଉଁ ଦିଗ ପ୍ରତି ତୁଳନାକାରୀର ଦୃଷ୍ଟି ରହିବା ଦରକାର ତାହା ନିମ୍ନରେ ଆଲୋଚନା କରାଗଲା । ମୁଖ୍ୟତଃ ତୁଳନାତ୍ମକ ସାହିତ୍ୟ ଦୁଇଟି ପ୍ରଦେଶ, ଦେଶ ବା ଭାଷାଗୋଷ୍ଠୀର ସାହିତ୍ୟ ମଧ୍ୟରେ ତୁଳନା କରି ଭଲ ବା ମନ୍ଦ ନିର୍ଣ୍ଣୟ କରିବାକୁ ବୁଝାଏ ନାହିଁ । ବରଂ ଏହା ଏକତ୍ଵ ହିଁ ଦୈବତ୍ଵ ସଦୃଶ ଏକ ମହନୀୟ ଅବବୋଧର ଦିଗନ୍ତ ବିସ୍ତୃତ କରିଥାଏ । “ ନାଳ୍ପେ ସୁଖମସ୍ତ ଭୂମିବ ସୁଖମ୍” ଏହି ବିଶ୍ଵ ଦୃଷ୍ଟି ହିଁ ତୁଳନାତ୍ମକ ଅଧ୍ୟୟନର ଚାବିକାଠି । ଏ ସଂପର୍କରେ ହେନେରୀ ଏଚ୍.ଏଚ୍. ରୋମାକ କହନ୍ତି, “ ଗୋଟିଏ ରାଷ୍ଟ୍ରର ସାହିତ୍ୟର ପରିଧ‌ିକୁ ଅତିକ୍ରମ କରି ଅନ୍ୟ ଏକ ରାଷ୍ଟ୍ରର ସାହିତ୍ୟ ସହିତ ତୁଳନାତ୍ମକ, ଇତିହାସ, ସମାଜ, ବିଜ୍ଞାନ, ଧର୍ମ ଶାସ୍ତ୍ର ଆଦି ଜ୍ଞାନର ବିଭିନ୍ନ ବିଚାର ବିମର୍ଶ ଉପରେ ଆଧାରିତ ହୋଇପାରେ ।” ତେଣୁ ବିଭିନ୍ନ ଜାତିର ମୌଳିକ, ସାମାଜିକ, ଐତିହାସିକ ଓ କଳାତ୍ମକ ମଧ୍ଯ ଏକ ମୌଳିକ ଜାତୀୟ ଅନ୍ତଃକ୍ରିୟା ରୂପେ ଫଳବତୀ ହୋଇ ଅନ୍ୟାନ୍ୟ ଜାତିଙ୍କଠାରୁ ତା’ର କଳାତ୍ମକ ପ୍ରଭାବକୁ ଦର୍ଶାଇ ଦିଏ । ତେଣୁ ଆମେ ନିମ୍ନଲିଖିତ ଭାବନା ସହ ଜଡ଼ିତ ହୋଇଥାଉ—

“(କ) ସାଂସ୍କୃତିକ ଅଧ୍ୟୟନ

(ଖ) ବିଶ୍ବ ସାହିତ୍ୟ ମଧ୍ୟରେ ଐକ୍ୟ

(ଗ) ସମାଲୋଚନା ମୁଖ୍ୟ ଉପକରଣ

(ଘ) ଆନ୍ତର୍ଜାତୀୟ ସଂପର୍କର ଶୁଭାନୁଧ୍ୟାୟୀ (ଙ) ଅନ୍ତର୍ଭୁକ୍ତ କରିବାର କଳା

(ଚ) ସାହିତ୍ୟର ସୀମାବଦ୍ଧତାକୁ ପ୍ରତ୍ୟାହାର କରିବା

(ଛ) ସମାଲୋଚକର ଦୃଷ୍ଟିଭଙ୍ଗୀକୁ ପ୍ରସାରିତ କରିବା ।

(ଜି) ଅନୁବାଦ

(ଝ) ଆନ୍ତଃ ବିଭାଗୀୟ ଅଧ୍ୟୟନ

(B) ସାହିତ୍ୟିକ ବିବର୍ତ୍ତନ ତତ୍ତ୍ଵର ପର୍ଯ୍ୟବେକ୍ଷଣ

(ଟ) ବିଭିନ୍ନ ସାହିତ୍ୟିକ କୃତିର ମୂଲ୍ୟାୟନ ଓ ବ୍ୟାଖ୍ୟାୟନ ।”

(କ) ସାଂସ୍କୃତିକ ଅଧ୍ୟୟନ (Cultural Studies)

ତୁଳନାତ୍ମକ ଅଧ୍ୟୟନରେ ପ୍ରତ୍ୟେକ ସୃଷ୍ଟି ମଧ୍ୟରେ ନିହିତ ଥ‌ିବା ସଂସ୍କୃତିକୁ ଅଧ୍ୟୟନ କରାଯାଇଥାଏ । କାରଣ ବିଭିନ୍ନ ସାଂସ୍କୃତିକ ଭିତ୍ତିଭୂମି ହିଁ ସାହିତ୍ୟର ଉତ୍ସ । ତୁଳନାତ୍ମକ ଅଧ୍ୟୟନରେ ଦୁଇଟି ସୃଷ୍ଟି ମଧ୍ୟରେ ଥିବା ସଂସ୍କୃତି ମଧ୍ୟରେ ଭଲ ଓ ମନ୍ଦ ବିଚାର କରିବା ଉଚିତ୍ ନୁହେଁ ବରଂ ସଂସ୍କୃତି - ସଂସ୍କୃତି ମଧ୍ୟରେ ସ୍ଥାପିତ ସାମ୍ୟବୋଧର ଅନୁଧ୍ୟାନ ହିଁ ତୁଳନାତ୍ମକ ସାହିତ୍ୟ । ଏ ସଂପର୍କରେ ଫ୍ରାଙ୍କୋଇସ୍ କୋଷ୍ଟ (Francois jost) କହନ୍ତି, “ ତୁଳନାତ୍ମକ ସାହିତ୍ୟ ଶୈକ୍ଷିକ ଜ୍ଞାନଠାରୁ ଅଧ‌ିକ ଗୁରୁତ୍ଵପୂର୍ଣ । ଏହା ସାହିତ୍ୟର ସାମାଜିକ ଧାରଣାକୁ ପ୍ରତୀର୍କିତ କରେ । ଏଥରେ ବିଶ୍ବ ସାହିତ୍ୟ, ମାନବୀୟ ପରିବେଶ, ସାରସ୍ଵତ ଭାବନା ଓ ସାଂସ୍କୃତିକ ବିଶ୍ଵର ପ୍ରତିଫଳନ ଘଟିଥାଏ । ଏହା ଯେପରି ଅନ୍ତର୍ମୁଖୀ ସେହିପରି ସାମଗ୍ରିକ ।” ତେଣୁ ତୁଳନାତ୍ମକ ଅଧ୍ୟୟନରେ ଦୁଇ ସୃଷ୍ଟି ମଧ୍ୟରେ ସ୍ଥାନିତ ଆଚାର, ବିଚାର, ପ୍ରଥା, ପରଂପରା ମଧ୍ଯରେ ସାମ୍ୟବୋଧର ଅନୁଧ୍ୟାନ କରିବା ମୁଖ୍ୟ ବିଷୟ

ଅଟେ ।

(ଖ) ବିଶ୍ଵ ସାହିତ୍ୟ ମଧ୍ୟରେ ଐକ୍ୟ (Oneness of World Literature)

ତୁଳନାତ୍ମକ ଅଧ୍ୟୟନ ପଦ୍ଧତିର ଅନ୍ୟ ଏକ ପ୍ରାୟୋଗିକ ଦିଗ ହେଉଛି, ବିଶ୍ବ ସାହିତ୍ୟ ମଧ୍ୟରେ ଐକ୍ୟ ସ୍ଥାପନ । ଯଦି ସାଧାରଣ ଭାବେ ବିଚାର କରାଯାଏ ବିଶ୍ଵର ଭୌଗୋଳିକ ସ୍ଥିତି, ଚାଲିଚଳଣି, ବେଶପୋଷକ, ଖାଦ୍ୟ ପାନୀୟ ରୀତି-ନୀତି,

ରୂପ-ରଙ୍ଗ, ଶାରୀରିକ ଗଢ଼ଣ ଅଲଗା ହୋଇପାରେ କିନ୍ତୁ ଭାବ ଓ ଅନୁଭବ ମଧ୍ଯରେ ଐକ୍ୟ ରହିଛି । ଅର୍ଥାତ୍ ପ୍ରତ୍ୟେକ ଜାତିର ଲୋକମାନଙ୍କ ସୁଖ-ଦୁଃଖ, ବିରହ-ମିଳନ, କାରୁଣ୍ୟ-ଉଲ୍ଲାସ ଏସବୁ ଅନୁଭବ ସମାନ । ଏତଦ୍‌ବ୍ୟତୀତ ଈଶ୍ବରଙ୍କ ପ୍ରତି ଭକ୍ତି ଭାବ, ଦୁଷ୍ଟ ବ୍ୟକ୍ତିଙ୍କ ପ୍ରତି ଘୃଣାଭାବ, ଆତ୍ମୀୟଙ୍କ ପ୍ରତି ଶ୍ରଦ୍ଧା ବା ସ୍ନେହ ଏ ସମସ୍ତ ବିଶ୍ବର ପ୍ରତ୍ୟେକ ସ୍ଥାନରେ ସମାନ ପରିଲକ୍ଷିତ ହୋଇଥାଏ । ତୁଳନାତ୍ମକ ଅଧ୍ୟୟନ ସମୟରେ ଏହି ସମସ୍ତ ଭାବକୁ ବିଚାରକୁ ନେଇ ଏମାନଙ୍କ ମଧ୍ୟରେ ଥିବା ଐକ୍ୟତାକୁ ଦେଖାଇ ଦିଆଯାଏ । ମନେହୁଏ ବିଶ୍ଵର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଆମେ ସମସ୍ତେ ସମାନ । ଅର୍ଥାତ୍ ଉପନିଷଦର “ ବସୁଧୈବ କୁଟୁକମଂ” ନୀତି ହିଁ– ତୁଳନାତ୍ମକ ଅଧ୍ୟୟନର ମୂଳ ସ୍ୱର । ଏ ସଂପର୍କରେ ଇନ୍ଦ୍ରନାଥ ଚୌଧୁରୀ କହନ୍ତି – “ ସମଗ୍ର ଭାବରେ ଯେକୌଣସି ସାହିତ୍ୟକୁ ଏକ ରୂପୀୟ ଉତ୍ପାଦନ ବୋଲି ଅନୁଭବ କରିବା ଓ ସାହିତ୍ୟ ସାହିତ୍ୟ ଭିତରେ ବିଶ୍ଵକୁ ଗୋଟିଏ ରୂପରେ ଦେଖାଇ ଦେବାରେ ସଫଳ ହୋଇଥିବା ସାହିତ୍ୟ ହିଁ “ ତୁଳନାତ୍ମକ ସାହିତ୍ୟ” ।” ରବୀନ୍ଦ୍ର ନାଥ ଠାକୁର ଏ ସଂପର୍କରେ କହିଥିଲେ, “ ଏ ପୃଥିବୀ ମୋର, ତୁମର; ମାତ୍ର ତାଙ୍କର କ୍ଷେତ୍ର ନୁହେଁ । ଏ ପ୍ରକାର ଭାବନା ଓ ବିତର୍କ ଗ୍ରାମ୍ୟ । ସାହିତ୍ୟ ମୋର, ତୁମର, ତାଙ୍କର ନିର୍ମାଣ ଏପରି ବିଚାର ଏକ ସଂକୀର୍ଣ୍ଣ ବିଚାର । ପ୍ରତ୍ୟେକ ସାହିତ୍ୟକୁ ଆଞ୍ଚଳିକ ସଂକୀର୍ଷତାର ବଳୟରୁ ମୁକ୍ତ କରି ତହିଁରେ ବିଶ୍ଵ ମଣିଷକୁ ଦେଖିପାରିବା ଓ ଏକକ ଭାବ ସୂତ୍ରରେ ମାନବୀୟ ରୁଚିକୁ ଜାଣିପାରିବା ଭଳି ହୋଇଥ‌ିବା ସାହିତ୍ୟ ହିଁ “ ବିଶ୍ଵସାହିତ୍ୟ” ।” ଏଠାରେ ରବୀନ୍ଦ୍ର ନାଥ ଠାକୁର ତୁଳନାତ୍ମକଙ୍କ ସାହିତ୍ୟକୁ “ ବିଶ୍ଵ ସାହିତ୍ୟ” ବୋଲି

କହିଛନ୍ତି ।

(ଗ) ସମାଲୋଚନାର ମୁଖ୍ୟ ଉପକରଣ (Major Instrument of Criticism)

ସମାଲୋଚନା ତୁଳନାତ୍ମକ ସାହିତ୍ୟର ବିଶେଷ ଲକ୍ଷ୍ୟଣ ଅଟେ । କବି ଟି. ଏସ. ଏଲିଅଟ୍ ତୁଳନା ଓ ବିଶ୍ଳେଷଣ ସଂପର୍କରେ କହିଛନ୍ତି – The Work of the Critic is almost wholly comprehended in the “complementary activities” of comparion and analysis. The one activity implies the other; and together they provide the only way of asserting standards and of isolating a writer's peculiar merit'. ଅର୍ଥାତ୍ ତୁଳନା ଓ ବିଶ୍ଳେଷଣ ପରସ୍ପର ପରିପୂରକ । ଏ ଦୁଇଟିର ମିଳିତ ପ୍ରୟୋଗ ସାହାଯ୍ୟରେ ଜଣେ ଲେଖକଙ୍କର ସ୍ଵକୀୟ କୃତିତ୍ଵର ଯଥାର୍ଥ ମୂଲ୍ୟାଙ୍କନ କରାଯାଇ ପାରିବ । ଅର୍ଥାତ୍ ସାହିତ୍ୟ ସମାଲୋଚନା ନିମନ୍ତେ କେବଳ ବିଶ୍ଳେଷଣ ବା କେବଳ ତୁଳନା ନୁହେଁ; ଉଭୟଙ୍କର ମିଳିତ ସହଯୋଗ ଆବଶ୍ୟକ । ମୁଖ୍ୟତଃ ତୁଳନାତ୍ମକ ଅଧ୍ୟୟନ ଜଣେ ସମାଲୋକର ମୁଖ୍ୟ ଅସ୍ତ୍ର । ପ୍ରଥମତଃ ସେ ସମାଲୋଚନା କରିବା ସମୟରେ ତୁଳନାତ୍ମକ ଦିଗଟିକୁ ଦେଖେ । ଅବଶ୍ୟ ସମାଲୋଚକ ଦୁଇଟି ସୃଷ୍ଟି ବା ଅଧିକ ସୃଷ୍ଟି ମଧ୍ୟରେ ସମାଲୋଚନା କରିବା ମଧ୍ୟରେ ଭଲ ଓ ମନ୍ଦକୁ ବିଚାର କରିଥାଏ । ଏହା ଅବଶ୍ୟ ତୁଳନାତ୍ମକ ସାହିତ୍ୟରେ ଗ୍ରହଣୀୟ ନୁହେଁ । କାରଣ ତୁଳନାତ୍ମକ ସାହିତ୍ୟ ସାମ୍ୟତାକୁ ଗ୍ରହଣ କରି ଦୁଇଟି କୃତିକୁ ଏକକ ରୂପେ ବିଚାର କରିଥାଏ । ତୁଳନାତ୍ମକ ସାହିତ୍ୟରେ ସମାଲୋଚନା ପଦ୍ଧତିଟି ଏକମୁଖୀ ବା ବହୁମୁଖୀ ହୋଇପାରେ । (ଘ) ଆନ୍ତର୍ଜାତୀୟ ସଂପର୍କର ଶୁଭାନୁଧ୍ୟାୟୀ (Patron of International Relations)

ତୁଳନାତ୍ମକ ସାହିତ୍ୟର ମୂଳ ଲକ୍ଷ୍ୟ ହେଉଛି ଜାତୀୟତାର ସଂକୀର୍ଣ୍ଣତା ମଧ୍ୟରୁ ବାହାରି ଆସି ଆନ୍ତର୍ଜାତୀୟ ସହିତ ସଂପର୍କକୁ ଯୋଡ଼ିବା । ଏ ସଂପର୍କରେ ଜେ.ଏମ.କାରେ କହନ୍ତି— ତୁଳନାତ୍ମକ ସାହିତ୍ୟ, ସାହିତ୍ୟ ଓ ଇତିହାସର ଏକ ଶାଖା । ଯାହା ସାହାଯ୍ୟରେ ଆନ୍ତର୍ଜାତୀୟ ସଂପର୍କର ଗଭୀର ଅଧ୍ୟୟନ ଓ ଘଟଣାବଳୀର ସଂପର୍କ ନିରୂପଣ କରାଯାଏ ।” (ତୁଳନାତ୍ମକ ସାହିତ୍ୟ ପୁସ୍ତକ, ନିତ୍ୟାନନ୍ଦ ନାୟକ) ଗେୟାଡ (Guyard) ମଧ୍ୟ କହନ୍ତି, “ ତୁଳନାତ୍ମକ ସାହିତ୍ୟ ଆନ୍ତର୍ଜାତୀୟ ସଂପର୍କର ଏକ ଯଥାର୍ଥ ଇତିହାସ ।” ବିଶେଷ କରି ଯେତେବେଳେ ବିଶ୍ଵ ଦୁଇ ଦୁଇଟା ବିଶ୍ୱଯୁଦ୍ଧକୁ ଦେଖୁଲା ଏବଂ ବିଶ୍ୱଯୁଦ୍ଧର ଭୟାବହତାକୁ

ଅନୁଭବ କଲା, ସେବେଠାରୁ ସୃଷ୍ଟି ହେଲା ‘ଜାତିସଂଘ’, ପରିବେଶ ସୁରକ୍ଷା ଉପରେ ବିଶ୍ବର ପ୍ରତ୍ୟେକ ଦେଶ ଚିନ୍ତିତ ହେଲେ, ଶୀତଳ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଲା । ତେଣୁ ଶାନ୍ତିପ୍ରତିଷ୍ଠା ତଥା ନୂତନ ବିଶ୍ଵର ନିର୍ମାଣ ପାଇଁ ଚିନ୍ତାଶୀଳ ନାଗରିକମାନେ ଆନ୍ତର୍ଜାତୀୟ ସମ୍ପର୍କ ଉପରେ ଗୁରୁତ୍ଵ ଦେଲେ । ଏଇଠୁ ସାହିତ୍ୟ କ୍ଷେତ୍ରରେ ତୁଳନାତ୍ମକ ଅଧ୍ୟୟନର ସ୍ଵର ଶୁଣିବାକୁ ମିଳିଲା । ଏହାଦ୍ଵାରା ଭଲ ମନ୍ଦର ବିଚାର ନ କରି ପରସ୍ପର ମଧ୍ୟରେ ଏକତା ବୋଧ କିପରି ସୃଷ୍ଟି ହେବ, ତାହା ଦର୍ଶାଇଲା ତୁଳନାତ୍ମକ

ସାହିତ୍ୟ ।

(ଙ) ଅନ୍ତର୍ଭୁକ୍ତ କରିବାର କଳା (Art of inclusion)

ତୁଳନାତ୍ମକ ସାହିତ୍ୟରେ ତୁଳନାକାରୀ ଲୋକସାହିତ୍ୟଠାରୁ ଆରମ୍ଭ କରି ବିଭିନ୍ନ ଦେଶର ପ୍ରାଚୀନ ସାହିତ୍ୟ, ସାଂପ୍ରତିକ ସାହିତ୍ୟ, ବିଭିନ୍ନ ଭାଷାରେ ଲିଖତ ଆଞ୍ଚଳିକ ସାହିତ୍ୟ, ବିଭିନ୍ନ ବିଷୟବସ୍ତୁ, ମିଥ୍, ପରିବେଶ, ଶୈଳୀ, ଅବସ୍ଥା ଆଦିକୁ ଏହି ଅଧ୍ୟୟନରେ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଅଧ୍ୟୟନ ସମୟରେ ସମାଲୋଚନାକୁ ଗୁରୁତ୍ଵ ନ ଦେଇ କିପରି ବିଶ୍ବର ପ୍ରତିଟି ସାହିତ୍ୟକୁ ଏହି ପଦ୍ଧତି ସ୍ପର୍ଶ କରିବ ସେଥୁପ୍ରତି ଦୃଷ୍ଟିଦେବା ଦରକାର । ତୁଳନାକାରୀମାନେ ଏ ସମସ୍ତଙ୍କୁ କିପରି ଅନ୍ତର୍ଭୁକ୍ତ କରିପାରିବେ ସେ ସଂପର୍କରେ ନିମ୍ନରେ ସୂଚନା ପ୍ରଦାନ କରାଗଲା ।

“ ପ୍ରସାରଣ ଓ ଏକତ୍ରୀକରଣ ମଧ୍ୟରେ ସମନ୍ଵୟ ସ୍ଥାପନ କରିବା ତୁଳନାକାରୀଙ୍କ କର୍ତ୍ତବ୍ୟ । ଜଣେ ତୁଳନାକାରୀ ଲକ୍ଷ୍ୟନିଷ୍ଠ ଏବଂ ବିଷୟବସ୍ତୁନିଷ୍ଠ ହୋଇ କାର୍ଯ୍ୟକରିବା ବିଧେୟ ।

ତୁଳନା ସମକୈନ୍ଦ୍ରିକ ହେବା ଆବଶ୍ୟକ । ଦୁଇଟି ସାହିତ୍ୟ ମଧ୍ୟରେ ତୁଳନା କରାଯିବା ସମୟରେ ନିର୍ଦ୍ଦିଷ୍ଟ ଆନ୍ଦୋଳନ, ଯୁଗୀୟ ଆଭିମୁଖ୍ୟକୁ ବିଚାରକୁ ନେବାକୁ ହେବ ।

ପ୍ରାଚ୍ୟ କାବ୍ୟ ତତ୍ତ୍ଵ ସହ ପାଶ୍ଚାତ୍ୟ କାବ୍ୟତତ୍ତ୍ଵର ତୁଳନାତ୍ମକ ଅଧ୍ୟୟନ କରାଯାଇପାରିବ ।

ଏହି ଅଧ୍ୟୟନ ପଦ୍ଧତିକୁ ଏକ ଯୌଗିକ ବା ମିଶ୍ରିତ ପଦ୍ଧତି ରୂପେ ଗ୍ରହଣ କରିବାକୁ ହେବ ।”

(ଚ) ସାହିତ୍ୟର ସୀମାବଦ୍ଧତାକୁ ପ୍ରତ୍ୟାହାର କରିବା (Repeat the Parochialism of Literature)

ତୁଳନାତ୍ମକ ଅଧ୍ୟୟନ ପଦ୍ଧତି ସର୍ବଦା ବିଶ୍ୱକୁ ଗୋଟିଏ ସୂତ୍ରରେ ଯୋଡ଼ିବାକୁ ପ୍ରୟାସ କରିଥାଏ । ସଂକୀର୍ଷିତା ମନୋଭାବଠାରୁ ବହୁ ଉର୍ଦ୍ଧ୍ବରେ । ଏହା ସମସ୍ତ ପ୍ରକାର ଦେଶୀୟତା ଓ ପ୍ରାଦେଶିକତାରୁ ସାହିତ୍ୟକୁ ମୁକ୍ତ କରୁଥିବା ଏକ ଅଧ୍ୟୟନ ପଦ୍ଧତି । ଅବଶ୍ୟ ପ୍ରତ୍ୟେକ ସାହିତ୍ୟିକ ନିଜ ଦେଶକୁ ଭଲପାଇବା ସ୍ଵାଭାବିକ । କିନ୍ତୁ ତୁଳନାତ୍ମକ ଅଧ୍ୟୟନ କେବଳ ଜାତୀୟତା ସୀମା ଦ୍ଵାରା ଆବଦ୍ଧ ନ ହୋଇ ଆନ୍ତର୍ଜାତୀୟତାକୁ ଗ୍ରହଣ କରିଥାଏ । ଫଳରେ ପ୍ରତିଟି ସାହିତ୍ୟ ବିଶ୍ଵର ଜୟଗାନ କରିବାକୁ ଅଗ୍ରସର

ହୋଇଥାଏ ।

(ଛ) ସମାଲୋଚକର ଦୃଷ୍ଟିଭଙ୍ଗୀକୁ ପ୍ରସାରିତ କରିବା (Amplify the vision of Critic)

ତୁଳନାତ୍ମକ ଅଧ୍ୟୟନ ପଦ୍ଧତି ସର୍ବଦା ସାହିତ୍ୟିକ ହେଉ କିମ୍ବା ସମାଲୋଚକଙ୍କୁ ସଂକୀର୍ଣ୍ଣତା ପରିଧରୁ ମୁକ୍ତ କରିବାକୁ ପ୍ରୟାସ କରିଥାଏ । ଜଣେ ସମାଲୋଚକ ନିଜର ସମାଲୋଚନା ବଳୟକୁ ସୁଦୃଢ଼ କରିବା ନିମନ୍ତେ ବହୁପାଠୀ ହେବା ଯଥାର୍ଥ, କିନ୍ତୁ ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ସମାଲୋଚକ କେବଳ ନିଜର ଦେଶୀୟ ସାହିତ୍ୟର ପାଠରେ ସୀମିତ ନ ରହି ବିଶ୍ଵ ସାହିତ୍ୟକୁ ଅଧ୍ୟୟନ କରିବା ଜରୁରୀ । କାରଣ ସମାଲୋଚକର ଅଧ୍ୟୟନର ପରିସର ସୁବିସ୍ତୃତ ନ ହେଲେ– ତୁଳନାତ୍ମକ ଅଧ୍ୟୟନ ପଦ୍ଧତି ଉପଯୋଗ କରାଯାଇ ପାରିବ ନାହିଁ । ତେଣୁ ସମାଲୋଚକ ବିଶ୍ବର ବିଭିନ୍ନ ସାହିତ୍ୟକୁ ଅଧ୍ୟୟନ କରିବା ଦ୍ଵାରା

ତା’ର ଦୃଷ୍ଟିଭଙ୍ଗୀ ମଧ୍ଯ ପ୍ରସାରିତ ହୋଇଥାଏ । ସୂକ୍ଷ୍ମଦୃଷ୍ଟିକୋଣରୁ ବିଚାର କଲେ ତୁଳନାତ୍ମକ ସମାଲୋଚନା ପଦ୍ଧତି ପ୍ରୟୋଗ ଦ୍ଵାରା ସମାଲୋଚକର ଜ୍ଞାନ ବୃଦ୍ଧି ହେବା ସହ ସମାଲୋଚନାର ଦିଗ ମଧ୍ଯ ବିଶ୍ଵମୁଖୀ ହୋଇଥାଏ ।

(କ) ଅନୁବାଦ

ତୁଳନାତ୍ମକ ଅଧ୍ୟୟନ ସର୍ବଦା ଜାତୀୟତାର ସଂକୀର୍ଣ୍ଣତାରୁ ବାହାରି ଆସି ବିଶ୍ବ ସାହିତ୍ୟକୁ ଗୋଟିଏ ସୂତ୍ରରେ ଯୋଡ଼ିଥାଏ । ଏଥିପାଇଁ ବିଭିନ୍ନ ଭାଷା ଉପରେ ଦଖଲ ରହିବା ଜରୁରୀ । ଅବଶ୍ୟ ଜଣକ ପକ୍ଷରେ ବହୁଭାଷାକୁ ଗ୍ରହଣ କରିବା ସମ୍ଭବ ହୋଇନଥାଏ । ଜଣେ ନିଜ ମାତୃଭାଷା ବ୍ୟତୀତ ଦୁଇ ବା ତିନୋଟି ଭାଷାକୁ ଅକ୍ତିଆର କରିପାରେ । ଏ କ୍ଷେତ୍ରରେ ଅନୁବାଦର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଅନ୍ୟାନ୍ୟ ଭାଷାରେ ରଚିତ ସାହିତ୍ୟକୁ ନିଜ ଭାଷାରେ ଅନୁବାଦ କରାଯାଇପାରିଲେ ସେହି ସାହିତ୍ୟ ସହିତ ନିଜ ଭାଷାର ସାହିତ୍ୟକୁ ତୁଳନା କରିବା ସୁଗମ ହୁଏ । କିନ୍ତୁ ଅନୁବାଦ ଯଦି ସଫଳ ହୋଇ ନଥ‌ିବ ତେବେ ତୁଳନାତ୍ମକ ଅଧ୍ୟୟନ ବ୍ୟର୍ଥ ହୋଇଥାଏ । ଏଥିପାଇଁ ଅନୁବାଦକ ସତର୍କତା ଅବଲମ୍ବନ କରିବା ଜରୁରୀ । ଅବଶ୍ୟ ନାଟକ, ଉପନ୍ୟାସ, ଗଳ୍ପ କ୍ଷେତ୍ରରେ ଅନୁବାଦ ଯେତେ ସହଜ ହୁଏ କବିତା କ୍ଷେତ୍ରରେ ହୋଇପାରେ ନାହିଁ । ମୂଳଭାଷାର କବିତାର ଛନ୍ଦ, ଅଳଙ୍କାର, ଲୋକୋକ୍ତି ଇତ୍ୟାଦି ଅନୁଦିତ ଭାଷାରେ ରହେ ନାହିଁ । ଏପରି କ୍ଷେତ୍ରରେ ତୁଳନାତ୍ମକ ଅଧ୍ୟୟନ ସଫଳ ହୋଇପାରେ ନାହିଁ ।

ତୁଳନାତ୍ମକ ଅଧ୍ୟୟନ ପାଇଁ ଅନୁବାଦର ଭୂମିକାକୁ ନେଇ ବହୁ ସମାଲୋଚକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି । ଅନୁବାଦ କଳାର ଭୂମି ଓ ସଂପର୍କରେ ଗେଟେ (Goethe) ଯଥାର୍ଥରେ କହିଛନ୍ତି, – “Say what one will of its indequacy, translation remains at the most important, worthwhle corncern in the totality of world affairs.” ଅନୁବାଦ ତୁଳନା ଦେଇ ନିଜକୁ ଅନ୍ୟ ଭିତରେ ଖୋଜି ପାଇବାର ଅଭିଳାଷକୁ ଚରିତାର୍ଥ କରାଏ ଓ ଏହା ମାଧ୍ୟମରେ ସ୍ଥାନୀୟତା । ରାଷ୍ଟ୍ରୀୟତା ବିଶ୍ଵମୟତା ହୋଇଉଠେ । ଅଧ୍ୟାପକ ଗୋଲୋକବିହାରୀ ଧଳଙ୍କ ମତରେ, “ ଅନ୍ୟ ସାହିତ୍ୟକୁ ଅନୁବାଦ କରିବା ସମୟରେ ସେହି ଭାଷାର ପ୍ରାଣସ୍ପନ୍ଦନ ପ୍ରତି ସଚେତନ ହେବାକୁ ପଡ଼ିବ ।”

Woodrow wilson ଙ୍କ ମତରେ, – “ ଅନୁବାଦ ପାଠକରିବା ଅର୍ଥ ମୂଳଗ୍ରନ୍ଥର ଖଣ୍ଡିତ, ବିଶିଷ୍ଟ ଓ ବିକଳାଙ୍ଗ ରୂପ ସନ୍ଦର୍ଶନ କରିବା ।”

ଡ୍ରାଇଡେନ୍ କହିଛନ୍ତି, – “ ମୌଳିକ ଲେଖାରେ ଥିବା କଳାଶକ୍ତି ଓ ଜୀବନୀ ଶକ୍ତି ଅନୁବାଦରେ ଅବିକଳ ପ୍ରକାଶିତ ହେବା ଆବଶ୍ୟକ । ଶବ୍ଦରୁ ଶବ୍ଦ ଅନୁବାଦ କରୁଥିବା ବ୍ୟକ୍ତି କ୍ଲାନ୍ତିକର ରୂପାନ୍ତରୀକରଣରେ ସକଳ ଶକ୍ତି ବିନିଷ୍ଟ କରାଇଥାଏ ।” ସମାଲୋଚକ Albert Guirand ଙ୍କ ମତରେ “ ଅନୁବାଦ, ସାହିତ୍ୟ-ଶିଳ୍ପକଳାକୁ ଲେଖକ ଓ ଅନୁବାଦକର ମିଳିତ ଦାନରେ ମହିମାନ୍ବିତ କରୁଥିବା ଏକ ସମବାୟ ସର୍ଜନ ସଂକଳ୍ପ ।”

ଲୋରି ଚାମ୍ବରଲେନ କହନ୍ତି, – “ ଅନୁବାଦ ନାରୀ ପରି ଓ ମୂଳଲେଖା ସ୍ଵାମୀ ବା ପିତା କିମ୍ବା ଲେଖକ ପରି |” ଅନ୍ଦ୍ର ଲେଫେଭର କହନ୍ତି – “ ଅନୁବାଦ ହେଉଛି ପୁନଃ ଲିଖନ ।” ତାଙ୍କ ମତରେ ସାହିତ୍ୟିକ ସନ୍ଦର୍ଭ ଓ ତୁଳନାତ୍ମକ ସାହିତ୍ୟ ପାଇଁ ପୁନଃ ଲିଖନ ଏକ କେନ୍ଦ୍ରୀୟ ଯୋଗ୍ୟତା ।”

ଆଲୋଚକଙ୍କ ମତକୁ ବିଶ୍ଳେଷଣ କଲେ ଜଣାଯାଏ ଯେ, ଅନୁଦିତ ସୃଷ୍ଟିଟି ମୂଳଲେଖା ସଦୃଶ ଜୀବନ୍ତ ହେବା ଉଚିତ । ଶବ୍ଦ ପାଇଁ ଶବ୍ଦକୁ ଅନୁବାଦ କଲେ ଏହଳ ସଫଳ ହୋଇ ନଥାଏ । ଅନୁବାଦକ ମୂଳଭାଷାର ତଥ୍ୟ ଓ ବିଷୟକୁ ନିଜ ଭାଷାରେ ଏପରି ଭାବେ ବ୍ୟକ୍ତ କରିବା ଦରକାର ଯାହା ମୌଳିକ ପରି ମନେହେବା ଉଚିତ, ମୂଳ ଭାଷାର ନାନ୍ଦନିକ ରୂପାୟନ ମଧ୍ୟ ରହିବାର ଆବଶ୍ୟକତା ରହିଛି ।

ତୁଳନାତ୍ମକ ସାହିତ୍ୟର ଅଧ୍ୟୟନ କ୍ଷେତ୍ରରେ ଅନୁବାଦ ତୁଳନାକାରୀଙ୍କୁ ମୂଳ ସାହିତ୍ୟ ସହ ଯୋଡ଼ି ତା ମଧ୍ଯରେ ଥୁବା ସାମ୍ୟତାକୁ ଦେଖାଇଥାଏ । ତେଣୁ ଅନାବୃଦର ଆବଶ୍ୟକତା ରହିଛି ।

(ଝ) ଆନ୍ତଃ ବିଭାଗୀୟ ଅଧ୍ୟୟନ (Inter-dissciplinary study)

ତୁଳନାତ୍ମକ ଅଧ୍ୟୟନ ପଦ୍ଧତି ହେଉଛି; ଏକ ଆନ୍ତଃବିଭାଗୀୟ ଅଧ୍ୟୟନ ପଦ୍ଧତି । ଏହା ସଂକୀର୍ଣ୍ଣତା ସୀମା ମଧ୍ୟରେ ଆବଦ୍ଧ ନରହି ବିଶ୍ଵ ଚେତନାକୁ ସ୍ପର୍ଶ କରିଥାଏ । ଏ ସଂପର୍କରେ ଏଚ.ଏଚ. ରିମାକ୍ କହନ୍ତି, “ ତୁଳନାତ୍ମକ ସାହିତ୍ୟ କୌଣସି ନିର୍ଦ୍ଦିଷ୍ଟ ଦେଶୀୟ ସୀମାରେଖାରେ ଆବଦ୍ଧ ନୁହେଁ । ଏହାର ଏକ ପକ୍ଷରେ ରହିଛି ସାହିତ୍ୟ ସାହିତ୍ୟ ମଧ୍ୟରେ ଥିବା ସମ୍ପର୍କର ଅଧ୍ୟୟନ ଏବଂ ଅନପକ୍ଷରେ ରହିଛି କଳା, ଇତିହାସ, ସମାଜ ବିଜ୍ଞାନ, ବିଜ୍ଞାନ, ଧର୍ମ ଓ ଦର୍ଶନ ପ୍ରଭୃତି ଅନ୍ୟାନ୍ୟ ଜ୍ଞାନ ଉପରେ ଆସ୍ଥା ସ୍ଥାପନ ।” ଏହା ପ୍ରାଦେଶିକ, ରାଷ୍ଟ୍ରୀୟ, ଆନ୍ତର୍ଦେଶୀୟ, ମହାଦେଶୀୟ ବ୍ୟବଧାନକୁ ଭାଙ୍ଗି ସମ-ସୌନ୍ଦର୍ଯ୍ୟବୋଧର ସାହିତ୍ୟ ମୂଲ୍ୟ ନିର୍ଦ୍ଧାରଣ କରେ । ବିବିଧ ଅଞ୍ଚଳର ସାମାଜିକ, ସାଂସ୍କୃତିକ, ଐତିହାସିକ ଅସ୍ମିତା ଓ ସଂରଚନାର ଗୁରୁତ୍ଵକୁ ଅନୁଧ୍ୟାନ କରି ତହିଁରେ ମାନବୀୟ ଆବେଦନର ସମତା ନିର୍ଣ୍ଣୟ କରେ । ବିଶେଷକରି ସାହିତ୍ୟ କୃତି ଭିତରେ ଥିବା ମାନବିକ ବିଦ୍ୟା ଓ ମାନବୀୟ ଧାରଣାଗୁଡ଼ିକ ଅନ୍ୟାନ୍ୟ ମାନବିକ ବିଦ୍ୟା ଅର୍ଥାତ୍ କଳା, ଦର୍ଶନ, ସଂଗୀତ, ଇତିହାସ, ନୃତତ୍ତ୍ଵ, ମନସ୍ତତ୍ତ୍ଵ ସହିତ କିପରି ପରିପୂରକ ଓ ଅନୁପୂରକ ସମ୍ବନ୍ଧରେ ସଂଯୁକ୍ତ ତାହାର ଆନ୍ତଃଶାସ୍ତ୍ରୀୟ ନିଶ୍ଚୟ ହିଁ ତୁଳନାତ୍ମକ ଅଧ୍ୟୟନ । (ଞ) ସାହିତ୍ୟିକ ବିବର୍ତ୍ତନ ତତ୍ତ୍ବର ପର୍ଯ୍ୟବେକ୍ଷଣ (Viewing the theory of Literary Evaluation)

ସାହିତ୍ୟ ସମକାଳୀନ ସାମାଜିକ, ରାଜନୀତିକ ଓ ସାଂସ୍କୃତିକ ପରିବର୍ତ୍ତନ ସହ ତାଳଦେଇ ନିଜ କଳେବରରେ ନୂତନତା ଆଣିଥାଏ । କେତେବେଳେ ବିଷୟବସ୍ତୁରେ ତ ପୁଣି କେତେବେଳେ ଶୈଳୀରେ । ଏହା ସାହିତ୍ୟର ନୂତନତା ରୂପେ ପରିଚିତ । ଏପରି ଭାବନା ବିଶ୍ଵର ପ୍ରତ୍ୟେକ ସାହିତ୍ୟରେ ଦେଖିବାକୁ ମିଳିଥାଏ । ବିଶେଷକରି କେଉଁ ପୃଷ୍ଠଭୂମିରେ ଊନବିଂଶ ଶତାବ୍ଦୀର ଓଡ଼ିଶାରେ ନବଜାଗରଣ ଦେଖାଦେଲା ଏବଂ କେଉଁ ସମସ୍ତ ସାମାଜିକ, ସାଂସ୍କୃତିକ ତଥା ରାଜନୀତିକ ପଟ୍ଟଭୂମି ନେଇ ଆଧୁନିକ ଯୁଗ ସୃଷ୍ଟି ହେଲା, ଏହା କେବଳ ଓଡ଼ିଆ ସାହିତ୍ୟରେ ନୁହେଁ ବିଶ୍ଵ ସାହିତ୍ୟରେ ମଧ୍ୟ ଏପରି ଦେଖିବାକୁ ମିଳିଥାଏ । ତେଣୁ ତୁଳନାତ୍ମକ ସାହିତ୍ୟ ଏହି ବିବର୍ତ୍ତନ ତତ୍ତ୍ଵର ବିଶ୍ଵପ୍ରସାରୀ ଦୃଷ୍ଟିଭଙ୍ଗୀକୁ ଅନ୍ତର୍ଭୁକ୍ତ କରାଇଥାଏ । ମୁଖ୍ୟତଃ ଏହାକୁ ତନ୍ନତନ୍ନ କରି ବିଚାର କରି ସମତାକୁ ଦୃଷ୍ଟି ଦେଇଥାଏ ।

(ଟ) ବିଭିନ୍ନ ସାହିତ୍ୟିକ କୃତିର ମୂଲ୍ୟାୟନ ଓ ବ୍ୟାଖ୍ୟାୟନ (Evaluation and Explanation of Different Literary work)

ତୁଳନାତ୍ମକ ସାହିତ୍ୟରେ ତୁଳନାକାରୀ କେବଳ ସାହିତ୍ୟକୃତିର ତୁଳନା କରି ନ ଥାନ୍ତି । ଏହା ସହିତ ବ୍ୟାଖ୍ୟାନ, ଚରିତ୍ରଚିତ୍ରଣ, ଅର୍ଥାୟନ, ବିସ୍ତୃତିକରଣ, କୈଫିୟତ ପ୍ରଦାନ ଓ ମୂଲ୍ୟାୟନ ମଧ୍ୟ କରିଥାନ୍ତି । ବିଶେଷକରି ସାହିତ୍ୟ ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ସମୟର ସାହିତ୍ୟିକ ଆନ୍ଦୋଳନ, ଯୁଗୀୟ ଆଭିମୁଖ୍ୟ, ଶୈଳୀଗତ ପରିବର୍ତ୍ତନ ଆଦିକୁ ମଧ୍ଯ ତୁଳନାକାରୀ ଆଲୋଚନା ପରିସରକୁ ଆଣିଥାନ୍ତି ।

ତୁଳନାତ୍ମକ ସାହିତ୍ୟର ଉପଯୋଗିତା :

ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ଦ୍ବାରା ବିଶ୍ଵସାହିତ୍ୟକୁ ଅନୁଧ୍ୟାନ କରିବା ଏବଂ ନିଜ ମଧ୍ୟରେ ଥିବା ଅହଂଭାବଦୂର କରିବା ସହିତ ପ୍ରତ୍ୟେକ ସାହିତ୍ୟକୁ ନିଜର ସାହିତ୍ୟ ବୋଲି ଗ୍ରହଣ କରିବାର ଭାବନା ଜାଗ୍ରତ ହୋଇଛି । ମୁଖ୍ୟତଃ ବିଶ୍ଵ ସାହିତ୍ୟ ମଧ୍ୟରେ ଏକତା ଭାବ ସୃଷ୍ଟି ହୋଇଛି । ସାହିତ୍ୟରେ ବ୍ୟକ୍ତିର ଦେଶବାଦୀ ବିଚାର ବିଶ୍ଵବ୍ୟକ୍ତିତ୍ଵର ମାପ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସାହିତ୍ୟ ଭିଭିରେ ଖଣ୍ଡଖଣ୍ଡ ସଂସ୍କୃତିର ବିଶ୍ଵ ଏକ ବିଶ୍ବଗ୍ରାମ ହୋଇଛି । ପାଠକକୁ ଜାତୀୟତାର ପିଣ୍ଡିରୁ ମୁକ୍ତ କରି

ବିଶ୍ଵ-ମାନବୀୟ ଆଚରଣ ଓ ସାମାଜିକ ନିୟମ ସହିତ ସଂଯୁକ୍ତ କରିପାରିଛି । ସାହିତ୍ୟ-ସାହିତ୍ୟ, ଲେଖକ-ଲେଖକ, ଲେଖା- ଲେଖା ମଧ୍ଯରେ ତୁଳନାତ୍ମକ ଅଧ୍ୟୟନ ଓ ଅନୁଶୀଳନ ଘଟିବା ଦ୍ଵାରା ସାଦୃଶ୍ୟ ବୈସାଦୃଶ୍ଯ ନିରୂପଣ ମଧ୍ୟରେ ଏକ ବିତର୍କାୟିତ ବିଶ୍ଵ ଦୃଷ୍ଟିର ଜନ୍ମଜାତକ ଫିଟିଯାଇଛି ।

କଳାତ୍ମକ ବିନ୍ୟାସକୁ ଭାଙ୍ଗି ଭାଷା ଓ ସାମାଜିକ ଅଭିଳାଷର ଭିନ୍ନତାକୁ ଟପି ନିଜ ସାହିତ୍ୟର ଚିତ୍ରଚରିତ୍ର ସହିତ ଅନ୍ୟଭୂଖଣ୍ଡର ଭାବ ସର୍ଜନର ପାଠକୁ ଯୋଡ଼ି ପାରିଛି ।

ତୁଳନାକାରୀର ଯୋଗ୍ୟତା :

ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ କ୍ଷେତ୍ରରେ ତୁଳନାକାରୀର ଭୂମିକା ଗୁରୁତ୍ଵପୂର୍ଣ୍ଣ । ତେଣୁ ତୁଳନାକାରୀ ହେବା ନିମନ୍ତେ ନିମ୍ନଲିଖତ ବିନ୍ଦୁ ପ୍ରତି ଧ୍ୟାନ ଦେବା ଜରୁରୀ

(୧) ତୁଳନାକାରୀର ବିଭିନ୍ନ ଭାଷାରେ ପାଣ୍ଡିତ୍ୟ ରହିବା ଜରୁରୀ ।

(୨) ଜାତୀୟତା ବନ୍ଧନରୁ ମୁକ୍ତ ହେବାର ଆବଶ୍ୟକତା ରହିଛି । (୩) ନିରପେକ୍ଷତା ଭାବନାକୁ ଆପଣେଇବା ଉଚିତ୍ ।

(୪) ବିଭିନ୍ନ ସାହିତ୍ୟର ପରିବର୍ତ୍ତନ ଧାରା ସଂପର୍କରେ ସମୟାନୁସାରେ ନିଜକୁ ଦକ୍ଷ କରିବା ଦରକାର । (୫) ବିଶ୍ଵର ସାମାଜିକ, ସାଂସ୍କୃତିକ, ରାଜନୀତିକ ଧାରା ସହ ଏକାତ୍ମ ହେବା ଜରୁରୀ ।

(୬) ପ୍ରତ୍ୟେକ ସାହିତ୍ୟକୁ ଆପଣାର ସାହିତ୍ୟ ବୋଲି ଗ୍ରହଣ କରିବା ଉଚିତ୍ ।

(୭) ବିଶ୍ଵ ସାହିତ୍ୟର ଆଙ୍ଗିକ ଓ ଆର୍ଥିକ ଦିଗ ପ୍ରତି ସଚେତନ ହେବାର ଆବଶ୍ୟକ ରହିଛି । (୮) ନିଜ ମଧ୍ୟରେ ସକରାତ୍ମକ ଦୃଷ୍ଟିକୋଣ ରଖୁବା ଦରକାର ।

(୯) ବିଶ୍ଳେଷଣ ଦକ୍ଷତାର ଆବଶ୍ୟକ ରହିଛି ।

(୧୦) ଏକାଧିକ ଭାଷାର ପଠନ ଓ ଲିଖନରେ ଦକ୍ଷତା ରହିବା ଜରୁରୀ ।

ତୁଳନାତ୍ମକ ସାହିତ୍ୟର ପରିଚୟ :

ବଙ୍ଗଳା ଭାଷା ସାହିତ୍ୟର ପ୍ରସିଦ୍ଧ କବି ମାଇକେଲ ମଧୁସୂଦନ ଦତ୍ତଙ୍କ ରଚିତି ‘ମେଘନାଦ ବଧ’ ମହାକାବ୍ୟରେ ଇଉରୋପ ଓ ଭାରତର କବିମାନଙ୍କୁ ଯଥା— ବାଲ୍ମୀକି, ବ୍ୟାସଦେବ, କାଳିଦାସ, ହୋମର, ଦାନ୍ତେ, ଭର୍ଜିଲ, ମିଲଟନ ପ୍ରମୁଖଙ୍କୁ ନେଇ ଚର୍ଚ୍ଚା କରିଥିଲେ । ଏହା ଥିଲା ଭାରତ ବର୍ଷର ତୁଳନାତ୍ମକ ଆଲୋଚନାର ନୂତନ ନିଦର୍ଶନ ।

୧୮୭୩ରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ “ ଶକୁନ୍ତଳା, ମିରିଣ୍ଡା ଓ ଡେସଡୋମନା’ ନାମକ ଏକ ପ୍ରବନ୍ଧ ରଚନା କରି ତୁଳନାତ୍ମକ ଅଧ୍ୟୟନର ଏକ ମାର୍ଗ ପ୍ରସ୍ତୁତ କରିଥିଲେ । ଏଥିରେ ସେ ସେକ୍ସପିୟରଙ୍କୁ କାଳିଦାଙ୍କ ଠାରୁ ଶ୍ରେଷ୍ଠ ନାଟ୍ୟକାର ବୋଲି ପ୍ରତିପାଦନ କରିଛନ୍ତି । ଏତଦ୍‌ବ୍ୟତୀତ ଭବଭୂତି ଓ ସେକସପିଅର, କୁମାରସମ୍ଭବ ଓ ପାରାଡାଇଜ ଲଷ୍ଟ, ବିଦ୍ୟାପତି ଓ ଜୟଦେବଙ୍କ ମଧ୍ୟରେ ତୁଳନାତ୍ମକ ଆଲୋଚନା କରିଥିଲେ ।

ପାଶ୍ଚାତ୍ୟ ବିଦ୍ୱାନଙ୍କଦ୍ୱାରା ଭାରତୀୟ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ :

ଇଉରୋପୀୟ ବିଦ୍ଵାନମାନେ ଭାରତବର୍ଷରେ ପ୍ରଥମେ ତୁଳନାତ୍ମକ ଅଧ୍ୟୟନର ଭିଭି ସ୍ଥାପନ କରିଥିଲେ । ଏମାନଙ୍କ ମଧ୍ୟରେ ଚାର୍ଲ ଉଇଲକିନସ – ଭଗବତ୍ ଗୀତା ।

ଆଲବର୍ଟ ୱେଲବରଙ୍କ

-

“The History of Indian literature' (1852) (ସଂସ୍କୃତ ନାଟକ ଉପରେ

ୟୁନାନୀର ପ୍ରଭାବ ସହିତ ସଂସ୍କୃତ ଧାର୍ମିକ ଶ୍ଳୋକକୁ ଇସଲାମ ଧର୍ମ ସଂଗୀତ ସହ ତୁଳନା କରାଯାଇଛି ।)

ଏ.ବି.କୀଥ୍ – “The Sanskrit Drama”

-

ଚାର୍ଲସ ଇ ଗ୍ଲୋବର – “The Folk Songs of Souther India”. (1871)

ଭାରତୀୟ ସାହିତ୍ୟିକଙ୍କ ତୁଳନାତ୍ମକ ଅଧ୍ୟୟନ :

ରବୀନ୍ଦ୍ର ନାଥ ଠାକୁର – “ ବିଶ୍ଵ ସାହିତ୍ୟ” (୧୯୦୭)

ପ୍ରିୟରଞ୍ଜନ ସେନ୍ – Influence of wester literature in the development of Bengali Novel.” ମଧୁସୂଦନ ରାଓ – ‘ରାମାୟଣ' (ପ୍ରବନ୍ଧ) (ଓଡ଼ିଆ ସାହିତ୍ୟର ପ୍ରଥମ ତୁଳନାତ୍ମକ) (ରାମାୟଣର ବିଷୟ ବସ୍ତୁ ଓ ଚରିତ୍ର ସହିତ ଇଲିୟାଡର ବିଷୟ ବସ୍ତୁ ଓ ଚରିତ୍ରର ତୁଳନା)

ଗୋପୀନାଥ ନନ୍ଦ “ ଶ୍ରୀ ଭାରତ ଦର୍ପଣ” (ସଂସ୍କୃତ ମହାଭାରତ ସହିତ ସାରାଳଦାସଙ୍କ ମହାଭାରତର କଥାବସ୍ତୁ, ଚରିତ୍ର ଓ ଶୈଳୀ ଦୃଷ୍ଟିରୁ ତୁଳନାତ୍ମକ ବିଚାର କରାଯାଇଛି ।)

ଡ. କ୍ଷେତ୍ରବାସୀ ନାୟକ -- “ ଆଧୁନିକ ଓଡ଼ିଆ କବିତାରେ ପାଶ୍ଚାତ୍ୟ ପ୍ରଭାବ”

ଡ. ଦାଶରଥ ଦାସ – “ ଚିତ୍ରକଳ୍ପ : କାବ୍ୟ ଜିଜ୍ଞାସା”

ଡ. ନଗେନ୍ଦ୍ର ନାଥ ପ୍ରଧାନ – “ ନିର୍ଗୁଣ ସାହିତ୍ୟ” (ଭାରତୀୟ ସନ୍ଥଙ୍କ ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନ ଗ୍ରନ୍ଥ) ଚିତ୍ତରଞ୍ଜନ ଦାସ – ଓଡ଼ିଆ ସନ୍ଥ (ଭକ୍ତି)

ଡ. ପ୍ରସନ୍ନ କୁମାର ମିଶ୍ର – ପୂର୍ବ ଭାରତର ହିନ୍ଦୁ ଲୋକ ମିଥ୍ : ଓଡ଼ିଆ

ତୁଳନାତ୍ମକ ସାହିତ୍ୟ ସଂପର୍କରେ :

(୧) ‘ ତୁଳନାତ୍ମକ ସାହିତ୍ୟ’ ଇଂରାଜୀ ‘Comparative Literature’ ର ଓଡ଼ିଆ ଅନୁବାଦ ।

(୨) ମାଥ୍ୟ ଆର୍କୋଲଡ (Martthew Arnold) ପ୍ରଥମ ଥର ପାଇଁ ୧୮୪୮ ମସିହାରେ Ampere ଙ୍କ ବ୍ୟବହୃତ “Bistoire Comparative’ କୁ ଇଂରାଜୀରେ ‘Comparative Literature’ ଗ୍ରହଣ କରିଥିଲେ ।

(୩) ୧୮୮୬ ମସିହାରେ ପ୍ରଥମେ ‘Comparative literature' ଶୀର୍ଷକରେ ଏଚ୍.ଏମ୍.ପାସନେଟ୍ ଏକ ଗ୍ରନ୍ଥ ପ୍ରକାଶ କରାଇ ଏହାକୁ ଗୋଟିଏ ‘ବିଦ୍ୟାଶାଖା’ ଭାବରେ ପ୍ରତିଷ୍ଠା ଦେବାରେ ପ୍ରଯତ୍ନ କରିଥିଲେ ।

(୪) ଗୁଇୟାରର୍ଦ ନିଜର ‘La Literature Comparee’ ପୁସ୍ତକର ଭୂମିକାରେ ତୁଳନାତ୍ମକ ସାହିତ୍ୟ, ଇତିହାସର ଗୋଟିଏ ଅଂଶବୋଲି ଉଲ୍ଲେଖ କରିଛନ୍ତି ।

(୫) ଜର୍ମାନ ଭାଷାରେ ତୁଳନାତ୍ମକ ସାହିତ୍ୟ ପାଇଁ ‘Literature Wissenchaft’ ଶବ୍ଦର ପ୍ରୟୋଗ ହୋଇଥାଏ । (୬) ତୁଳନାତ୍ମକ ସାହିତ୍ୟର ପ୍ରାରମ୍ଭିକ ଅଧୟନ ୧୮୦୦ ମସିହାରେ Mme de Stael ଙ୍କ ଦ୍ଵାରା ଆରମ୍ଭ ହୋଇଥିଲା । (୭) ପାଶ୍ଚାତ୍ୟ ସାହତ୍ୟିକ ଏମ.ଏଫ୍.ଗୋୟାଡ ତୁଳନାତ୍ମକ ସାହିତ୍ୟକୁ ଆନ୍ତର୍ଜାତିକ ସଂପର୍କରେ ଏକ ଇତିହାସ ବୋଲି

କହିଛନ୍ତି ।

(୮) ୧୮୨୭ ମସିହା ଜାନୁୟାରୀ ମାସ ୧୩ ତାରିଖରେ ଜର୍ମାନର କବି ଗୋୟେଥେ ପ୍ରଥମେ ‘World literature’ କଥାକୁ ଉଠାଇଥିଲେ ।

(୯) ଭାରତରେ ପ୍ରଥମ ଥର ପାଇଁ ବିଶ୍ୱକବି ରବୀନ୍ଦ୍ରନାଥ ତାଙ୍କର ‘ସାହିତ୍ୟ’ (୧୯୦୭) ଗ୍ରନ୍ଥର ‘ବିଶ୍ଵସାହିତ୍ୟ’ ପ୍ରବନ୍ଧରେ ତୁଳନାତ୍ମକ କଥାଟିକୁ ପ୍ରକାଶ କରିଥିଲେ ।

(୧୦) ଇଂରାଜୀ ଭାଷାରେ ‘ତୁଳନାତ୍ମକ’ ଶବ୍ଦଟି ୧୮୯୮ ମସିହାରେ ପ୍ରୟୋଗ ହୋଇଥିଲା ।

(୧୧) ଜର୍ମାନରେ ବିଂଶ ଶତାବ୍ଦୀର ଆରମ୍ଭରେ ତୁଳନାତ୍ମକ ସାହିତ୍ୟ ସମ୍ବନ୍ଧରେ ଏକ ନୂତନ ପଦ ପ୍ରବର୍ତ୍ତିତ ହୋଇଥିଲା । ତାହା ହେଉଛି ‘Vergeichenden Literatur Wissenchaft’, ଏହାର ଅର୍ଥ ହେଉଛି ‘ ସାହିତ୍ୟର ତୁଳନାତ୍ମକ

ବିଜ୍ଞାନ’ ।

(୧୨) ୧୯୦୩ ମସିହାରେ ବେନେଡେଟୋ କ୍ରୋଚେ ତୁଳନାତ୍ମକ ସାହିତ୍ୟକୁ ଏକ ଅବିଷୟ (Non-subject) ବୋଲି କହିଥିଲେ ।

(୧୩) ୧୯୦୪ ମସିହାରୁ ଚୀନ୍‌ରେ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ସୃଷ୍ଟି ହୋଇଛି ।

(୧୪) ପଶ୍ଚିମବଙ୍ଗର ଯାଦବପୁର ବିଶ୍ଵଦ୍ୟାଳୟରେ ଏକ ପୂର୍ଣ୍ଣ ତୁଳନାତ୍ମକ ଅଧ୍ୟୟନ ବିଭାଗ ୧୯୫୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।

(୧୫) ସ୍ଵପନ ମଜୁମଦାର ଆଫ୍ରିକୀୟ ଓ ଲାଟିନ୍ ଆମେରିକୀୟ ସାହିତ୍ୟ ପରି ଭାରତୀୟ ସାହିତ୍ୟକୁ ଉପଜାତୀୟ ସାହିତ୍ୟ

ବୋଲି କହିଛନ୍ତି ।

(୧୬) ବଙ୍ଗଳା ସାହିତ୍ୟର ପ୍ରସିଦ୍ଧ କବି ମାଇକେଲ ମଧୁସୂଦନ ଦତ୍ତ ସର୍ବପ୍ରଥମେ ଭାରତବର୍ଷରେ ବଙ୍ଗଳା ଭାଷାରେ ‘ମେଘନାଥ ବଧ’ ନାମକ ଏକ ମହାକାବ୍ୟ ରଚନା କରି ଇଉରୋପ ଓ ଭାରତ କବିମାନଙ୍କୁ ଗୋଟିଏ ମଞ୍ଚରେ ଅବତୀର୍ଣ୍ଣ

କରାଇଥିଲେ ।

(୧୭) ଇଉରୋପୀୟ ବିଦ୍ଵାନମାନେ ଭାରତବର୍ଷରେ ପ୍ରଥମେ ତୁଳନାତ୍ମକ ଅଧ୍ୟୟନର ଭିଭି ସ୍ଥାପନ କରିଥିଲେ । ଚାର୍ଲ ଉଇଲ୍‌କିନସଙ୍କ ଅନୁଦିତ ‘ ଭଗବତ୍ ଗୀତା’ ଏହାର ଉଦାହରଣ ।

(୧୮) ୧୯୩୬ ମସିହାରେ ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର ‘ ଆଧୁନିକ’ରେ ଭଗବତୀଚରଣ ପାଣିଗ୍ରାହୀ ପ୍ରଥମ କରି ତୁଳନାତ୍ମକ ସାହିତ୍ୟ ବିଷୟରେ ଚର୍ଚ୍ଚା କରିଥିଲେ ।

(୧୯) ଓଡ଼ିଆ ସାହିତ୍ୟରେ ଡ. ମାୟାଧର ମାନସିଂଙ୍କ ‘ସେକ୍‌ସପିର ଆଣ୍ଡ କାଳିଦାସ’ ଗ୍ରନ୍ଥଟି ପ୍ରଥମ ତୁଳନାତ୍ମକ ସାହିତ୍ୟ ରୂପେ ବିଚାର କରାଯାଇଥାଏ ।

(୨୦) ୧୭୯୮ ମସିହାରେ କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳ’ ନାଟକଟିକୁ ଇଂରାଜୀ ଭାଷାରେ ଅନୁବାଦ କରାଯାଇଥିଲା । ଜର୍ମାନ କବି ଗୋଥେ ‘ୱାଲଡ ଲିତେରାତୁ’ କାଳିଦାସଙ୍କ କବିତ୍ଵ କଳନା ଭିଭିରେ ଅନୁଭବ କରି ଉପସ୍ଥାପନ କରିଥିଲେ ।--

(୨୧) ତୁଳ୍ + ଅନ୍ + ଆ = ‘ତୁଳନା’ ଯାହାର ବ୍ୟୁପତ୍ତିଗତ ଅର୍ଥ ହେଉଛି ଓଜନ ଯୋଗ୍ୟ । କିନ୍ତୁ ପାରିଭାଷିକ ଭାବାର୍ଥ ହେଉଛି ଉପମାଯୋଗ୍ୟ ବିଷୟର ସାଦୃଶ୍ଯ ନିରୂପଣ ।

(୨୨) ଲୋକସାହିତ୍ୟର ତୁଳନାତ୍ମକ ଚର୍ଚ୍ଚା କ୍ଷେତ୍ରରେ ‘ମୋଟିଫ୍ ତତ୍ତ୍ଵ’ ଗୁରୁତ୍ଵ ବହନ କରିଥାଏ ।


ଆଦର୍ଶ ପ୍ରଶ୍ନବଳୀ

(କ) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ତୁଳନାତ୍ମକ ଶବ୍ଦର ଇଂରାଜୀ ପ୍ରତିଶବ୍ଦଟି ଲେଖ ।

୨। ତୁଳନାତ୍ମକ ସାହିତ୍ୟ ଶବ୍ଦଟି କିଏ ପ୍ରଥମ ବ୍ୟବହାର କରିଥିଲେ ?

୩ । ତୁଳନାତ୍ମକ ସାହିତ୍ୟ ଶବ୍ଦଟି ଇଂରାଜୀ କବି ମାଥ୍ୟ ଆନଲଡ କେବେ ପ୍ରଥମେ ବ୍ୟବହାର କରିଥିଲେ ? ୪। ଇଂରାଜୀ ଭାଷାରେ ତୁଳନାତ୍ମକ ଶବ୍ଦଟି କେବେ ପ୍ରୟୋଗ ହୋଇଥିଲା ?

୫। ଏଚ୍. ଏମ୍. ପାଁସନେଟ୍ କେବେ ‘କମ୍ପାରେଟିଭ୍ ଲିଟରେଚର” ପୁସ୍ତକ ଲେଖୁଥିଲେ ?

୬। ‘ ସାହିତ୍ୟର ତୁଳନାତ୍ମକ ବିଜ୍ଞାନ’ (Vergleichenden Literaturwissenchaft’ ନାମକ ଏକ ନୂତନ ପଦ କେଉଁ ସାହିତ୍ୟରେ ପ୍ରବର୍ତ୍ତିତ ହୋଇଥିଲା ?

୭। କେଉଁ ସମାଲୋଚକ ତୁଳନାତ୍ମକତା ସାଂଶ୍ଳେଷିକ ମାନସିକ ଦୃଷ୍ଟି ବୋଲି କହିଥିଲେ ?

୮। ତୁଳନାତ୍ମକ ସାହିତ୍ୟକୁ କିଏ ଏକ ଅ-ବିଷୟ (Non-Subject) ଭାବରେ ଯୁକ୍ତି ରଖୁଥିଲେ ?

୯। ତୁଳନାତ୍ମକ ସାହିତ୍ୟ ଶୈକ୍ଷିକଜ୍ଞାନଠାରୁ ଅଧିକ ଗୁରୁତ୍ଵ ପୂର୍ଣ ବୋଲି କିଏ କହିଥିଲେ ?

୧୦ । ପ୍ରଥମେ ପ୍ରଥମେ ପୃଥ‌ିବୀର ବିଦ୍ଵାନମାନେ କେଉଁ ସଂପର୍କରେ ତୁଳନାତ୍ମକ ଅଧ୍ୟୟନ ଆରମ୍ଭ କରିଥିଲେ ? ୧୧ । ଭାରତରେ ମୁଖ୍ୟତଃ କେତୋଟି ମାତୃଭାଷା ପ୍ରଚଳିତ ?

୧୨ । ଫ୍ରାନ୍‌ସିସ୍ ମେୟରସ୍‌ଙ୍କ ଦ୍ଵାରା ରଚିତ ତୁଳନାତ୍ମକ ପୁସ୍ତକଟିର ନାମ ଲେଖ ।

୧୩ । ‘କମ୍ପାରେଟିଭ୍ ଲିଟରେଚର୍’ ପୁସ୍ତକର ରଚୟିତାଙ୍କ ନାମ ଉଲ୍ଲେଖ କର । ୧୪। ଫ୍ରାନସ୍‌ରେ ତୁଳନା ସାହିତ୍ୟର ଅର୍ଥକୁ କେଉଁ ଅର୍ଥରେ ବ୍ୟବହାର କରିଥାନ୍ତି ? ୧୫। ଇଟାଲିରେ ତୁଳନାତ୍ମକ ସାହିତ୍ୟର ଉଦ୍ଦେଶ୍ୟକୁ କିପରି ବିଚାର କରିଥାନ୍ତି ? ୧୬ । ତୁଳନାତ୍ମକ ସାହିତ୍ୟ ପ୍ରଥମେ କେଉଁ ସାହିତ୍ୟକୁ ନେଇ ଆରମ୍ଭ ହୋଇଥିଲା ? - ୧୭ । ‘ ସାହିତ୍ୟ ଇତିହାସର ଏକ ଶାଖା’ – ଏହା କିଏ କହିଥିଲେ ?

୧୮। ଜର୍ମାନରେ ତୁଳନାତ୍ମକ ସାହିତ୍ୟ ପାଇଁ କେଉଁ ଶବ୍ଦଟି ବ୍ୟବହୃତ ?

୧୯। ଋଷିଆରେ କେଉଁ ସାହିତ୍ୟିକଙ୍କ ସମୟରୁ ତୁଳନାତ୍ମକ ଅଧ୍ୟୟନ ଉପରେ ଗୁରୁତ୍ଵ ଦିଆଗଲା ?

୨୦ । ପଶ୍ଚିମ ବଙ୍ଗର ଯାଦବପୁର ବିଶ୍ଵବିଦ୍ୟାଳୟରେ କେବେ ତୁଳନାତ୍ମକ ଅଧ୍ୟୟନ ବିଭାଗ ପ୍ରତିଷ୍ଠା କରାଯାଇଥିଲା ?

୨୧ । କେଉଁ ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗର ନାମ ‘ଇଂରାଜୀ ଓ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ’ ବିଭାଗ ରଖାଯାଇଛି ? ୨୨ | ବିଶ୍ବଭାରତୀ ଶାନ୍ତିନିକେତନର ଓଡ଼ିଆ ବିଭାଗରେ କେବେ ‘ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ’ ଏକ ସ୍ଵତନ୍ତ୍ର ପତ୍ର ରୂପେ ପାଠ୍ୟ ଅନ୍ତର୍ଭୁକ୍ତ କରାଗଲା ?

୨୩ । କିଏ ଭାରତୀୟ ସାହିତ୍ୟକୁ ‘ଉପଜାତୀୟ ସାହିତ୍ୟ’ ବୋଲି କହିଛନ୍ତି ?

୨୪। ମାଇକେଲ୍ ମଧୁସୂଦନ ଦତ୍ତଙ୍କ ରଚିତ କେଉଁ ମହାକାବ୍ୟରେ ଇଉରୋପ ଓ ଭାରତୀୟ କବିଙ୍କୁ ଗୋଟିଏ ମଞ୍ଚ ଦେଖିବାକୁ ମିଳିଥାଏ ?

୨୫ । ‘ଶକୁନ୍ତଳା, ମିରିଣ୍ଡା ଓ ଡେସଡୋମନା’ ପ୍ରବନ୍ଧଟିର ସ୍ରଷ୍ଟା କିଏ ?

୨୬ । କେଉଁ ବିଦ୍ଵାନମାନେ ଭାରତବର୍ଷରେ ପ୍ରଥମେ ତୁଳନାତ୍ମକ ଅଧ୍ୟୟନର ଭିଭି ସ୍ଥାପନ କରିଥିଲେ ? ୨୭। ‘The History of Indian Literature’ କାହାର ରଚନା ?

୨୮। ‘The Sankrit Dram’ କାହାର ରଚନା ?

୨୯। “The Folk Songs of Southern India’ କେଉଁ ବିଶିଷ୍ଟ ଲେଖକଙ୍କ ରଚନା ?

୩୦ । ଓଡ଼ିଆ ସାହିତ୍ୟର ପ୍ରଥମ ତୁଳନାତ୍ମକ ସୃଷ୍ଟିର ନାମ ଲେଖ ।

୩୧। ‘ଶ୍ରୀ ଭାରତ ଦର୍ପଣ’ ଗ୍ରନ୍ଥର ରଚୟିତାଙ୍କ ନାମ ଲେଖ ।

୩୨ । ‘ଆଧୁନିକ ଓଡ଼ିଆ କବିତାରେ ପାଶ୍ଚାତ୍ୟ ପ୍ରଭାବ’ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ଗ୍ରନ୍ଥଟିର ରଚୟିତାଙ୍କ ନାମ ଲେଖ ୩୩ । ଓଡ଼ିଆ ଜଗମୋହନ ରାମାୟଣ ସହିତ ବାଲ୍ମୀକି ରାମାୟଣର ତୁଳନାତ୍ମକ ରଚନା କାହାର ସୃଷ୍ଟି ?

୩୪ । ‘ନିର୍ଗୁଣ ସାହିତ୍ୟ’ ଗ୍ରନ୍ଥର ରଚୟିତାଙ୍କ ନାମ ଲେଖ ।

୩୫ । ରବୀନ୍ଦ୍ରନାଥ ଠାକୁର କେଉଁ ମସିହାରେ ତୁଳନାତ୍ମକ ସାହିତ୍ୟ ପାଇଁ ‘ବିଶ୍ବ ସାହିତ୍ୟ’ ଶବ୍ଦ ପ୍ରୟୋଗ କରିଥିଲେ ? ୩୬ । ଗେଟେ କେଉଁ ଗ୍ରନ୍ଥମାନଙ୍କୁ ବିଶ୍ବ ସାହିତ୍ୟର ଆଖ୍ୟା ଦେଇଛନ୍ତି ?

୩୭ । ଫରାସୀ ସାହିତ୍ୟରେ କେଉଁ ସାହିତ୍ୟିକ “Literature Compaire” ଶବ୍ଦର ପ୍ରୟୋଗ କରିଥିଲେ ? ୩୮ । ‘ ଅନୁବାଦ ନାରୀ ପରି ଓ ମୂଳଲେଖା ସ୍ଵାମୀ ବା ପିତା କିମ୍ବା ଲେଖକଙ୍କ ପରି” – ଏହା କିଏ କହିଥିଲେ ? ୩୯ । ଓଡ଼ିଆ ଭାଷାର କେଉଁ ପତ୍ରିକାରେ ପ୍ରଥମ ଥର ପାଇଁ ତୁଳନାତ୍ମକ ସାହିତ୍ୟ ବିଷୟରେ ଚର୍ଚ୍ଚା ହୋଇଥିଲା ? ୪୦ । ‘ସେକ୍‌ସପିଅର ଆଣ୍ଡ୍ କାଳିଦାସ’ – ପୁସ୍ତକଟି କିଏ ଲେଖୁଥିଲେ ?

୪୧। “ ତୁଳନାତ୍ମକ ସାହିତ୍ୟ” ଗ୍ରନ୍ଥଟି କାହାର ରଚନା ?

୪୨ । “ ଡେଥ୍ ଅଫ ଅଥର୍” କାହାର ସୃଷ୍ଟି ?

୪୩ । “କଂପାରେଟିଭ୍ ପୋଏଟିକସ୍’ର ରଚୟିତାଙ୍କ ନାମ ଲେଖ ।

୪୪ । କାଳିଦାସଙ୍କ ‘ ଅଭିଜ୍ଞାନ ଶାକୁନ୍ତଳ’ କେବେ ଇଂରାଜୀରେ ଅନୁଦିତ ହୋଇଥିଲା ?

୪୫ । ଲୋକ ସାହିତ୍ୟର ତୁଳନାତ୍ମକ ଚର୍ଚ୍ଚା କ୍ଷେତ୍ରରେ କେଉଁ ତତ୍ତ୍ଵଟି ଗୁରୁତ୍ଵ ବହନ କରେ ?

୪୬ । “ ମିଥ୍ ଅଫ୍ ଦ ହିନ୍ଦୁସ୍ ଆଣ୍ଡ ବୁଦ୍ଧିଷ୍ଟିସ୍” ଗ୍ରନ୍ଥର ରଚୟିତା କିଏ ?

୪୭ । ‘ଫୋକ୍ ଲିଟେର୍‌ଚର୍ ଅଫ୍ ବେଙ୍ଗଲ’ର ରଚୟିତାଙ୍କ ନାମ ଲେଖ ।

୪୮ । ' ଓଡ଼ିଆ ଲୋକଗୀତ ଓ କାହାଣୀ’ କେଉଁ ଲେଖକଙ୍କ ଏକ ସାର୍ଥକ ସୃଷ୍ଟି ?

୪୯ । ‘ ହିନ୍ଦୁ ଲୋକ ମିଥ୍: ଓଡ଼ିଶା’ ତୁଳନାତ୍ମକ ସୃଷ୍ଟିର ରଚୟିତାଙ୍କ ନାମ ଲେଖ ।

୫୦ । ଭାରତରେ କେବେ ପ୍ରଥମେ ତୁଳନାତ୍ମକ ସାହିତ୍ୟ ବିଭାଗ ବା ଏସିଆର ପ୍ରଥମ ତୁଳନାତ୍ମକ ସାହିତ୍ୟ ବିଭାଗ ପ୍ରତିଷ୍ଠା

ହୋଇଥୁଲା ?

୫୧। ‘ ତୁଳନା’ ଶବ୍ଦଟିର ବ୍ୟୁତ୍ପତ୍ତି ଦର୍ଶାଅ |

୫୨ । ଓଡ଼ିଆ ସାହିତ୍ୟରେ କେଉଁ ଗ୍ରନ୍ଥଟି ପ୍ରଥମ ତୁଳନାତ୍ମକ ସାହିତ୍ୟ ରୂପେ ପରିଚିତ ?

୫୩। ‘ଆଧୁନିକ’ ପତ୍ରିକାରେ କେଉଁ ସାହିତ୍ୟକ ପ୍ରଥମେ ତୁଳନାତ୍ମକ ସାହିତ୍ୟ ବିଷୟରେ ଚର୍ଚ୍ଚା କରିଥିଲେ ?

୫୪। କେଉଁ ପାଶ୍ଚାତ୍ୟ ସମାଲୋଚକ ତୁଳନାତ୍ମକ ସାହିତ୍ୟକୁ ସାହିତ୍ୟ ଇତିହାସର ଗୋଟିଏ ଅଂଶ ବୋଲି ଉଲ୍ଲେଖ କରିଛନ୍ତି ? ୫୫ । କେଉଁ ପାଶ୍ଚାତ୍ୟ ସାହିତ୍ୟିକ ତୁଳନାତ୍ମକ ସାହିତ୍ୟକୁ ‘ ବିଦ୍ୟାଶାଖା’ ଭାବରେ ପ୍ରତିଷ୍ଠା ଦେବାରେ ପ୍ରଯତ୍ନ କରିଥିଲେ ?

୫୬ । କେଉଁ ମସିହାରୁ ଚୀନ୍‌ରେ ତୁଳନାତ୍ମକ ସାହିତ୍ୟର ଅଧ୍ୟୟନ ଆରମ୍ଭ ହୋଇଥିଲା ?

୫୭ । ରବୀନ୍ଦ୍ରନାଥ ଠାକୁରଙ୍କ କେଉଁ ଗ୍ରନ୍ଥରେ ‘ବିଶ୍ବ ସାହିତ୍ୟ’ ପ୍ରବନ୍ଧଟି ପ୍ରକାଶ ଲାଭ କରିଥିଲା ?

୫୮ । କେଉଁ ପାଶ୍ଚାତ୍ୟ ସାହିତ୍ୟିକ ‘ଭଗବତ୍ ଗୀତା’ର ଅନୁବାଦ କରିଥିଲେ ?

୫୯ । କାଳିଦାସଙ୍କ ‘ ଅଭିଜ୍ଞାନ ଶାକୁନ୍ତଳଂ’ ନାଟକଟି କେବେ ଇଂରାଜୀ ଭାଷାରେ ଅନୁବାଦ ହୋଇଥିଲା ?

୬୦ । ଓଡ଼ିଆ ସାହିତ୍ୟର କେଉଁ ଗ୍ରନ୍ଥଟି ଭାରତୀୟ ସନ୍ଥମାନଙ୍କର ଏକ ତୁଳନାତ୍ମକ ଅଧ୍ୟୟନ ଗ୍ରନ୍ଥ ?

୬୧ । ଓଡ଼ିଆ ସାହିତ୍ୟର କେଉଁ ଗ୍ରନ୍ଥରେ ବ୍ୟାସଦେବଙ୍କ ମହାଭାରତ ଏବଂ ସାରଳା ମହାଭାରତର ତୁଳନା କରାଯାଇଛି ?

୬୨ । ଇଂରାଜୀ ଭାଷାରେ ‘ତୁଳନାତ୍ମକ’ ଶବ୍ଦଟି କେବେ ପ୍ରୟୋଗ ହୋଇଥିଲା ।

୬୩ । ତୁଳନାତ୍ମକ ସାହିତ୍ୟର ଅଧ୍ୟୟନକୁ କେତେ ଭାଗରେ ବିଭକ୍ତ କରାଯାଇଛି ?

୬୪ । କିଏ କହିଥିଲେ, “ ଅନୁବାଦ ହେଉଛି ପୁନଃ ଲିଖନ” ?

୬୫ । ‘ ସାହିତ୍ୟର ତୁଳନାତ୍ମକ ବିଜ୍ଞାନ” – ଏହାର ଇଂରାଜୀ ପ୍ରତିଶବ୍ଦଟି କ’ଣ ?

୬୬ । ‘କମ୍ପେୟାର’ ଶବ୍ଦଟି କେଉଁ ମୂଳ ଶବ୍ଦରୁ ଆସିଅଛି ?

୬୭ । ‘ତୁଳନା’ର ବ୍ୟୁତ୍ପଭିଗତ ଅର୍ଥଟି ଲେଖ ।

୬୮ । ‘ ତୁଳନା’ର ପାରିଭାଷିକ ଭାବାର୍ଥଟି ଲେଖ ।

୬୯ । ତୁଳନାତ୍ମକ ଅଧ୍ୟୟନ ପଦ୍ଧତି ସର୍ବଦା କାହାକୁ ଗୋଟିଏ ସୂତ୍ରରେ ଯୋଡ଼ିବାକୁ ପ୍ରୟାସ କରିଥାଏ ?


(ଖ) ଦୁଇଟି ଲେଖାଏଁ ବାକ୍ୟରେ ଉତ୍ତର ଦିଅ ।

। ତୁଳନାତ୍ମକ ଶବ୍ଦଟି ପ୍ରଥମେ କିଏ କେଉଁ ମସିହାରେ ବ୍ୟବହାର କରିଥିଲେ ?

୨। ଇଂରଜୀ ଭାଷାରେ ତୁଳନାତ୍ମକ ଶବ୍ଦଟି ପ୍ରଥମେ କେବେ ବ୍ୟବହାର ହୋଇଥିଲା ? ଏହାର ଏକ ଉଦାହରଣ ଦିଅ ।

୩। ତୁଳନାତ୍ମକ ଅଧ୍ୟୟନକୁ କେତେ ଭାଗରେ ବିଭକ୍ତ କରାଯାଇଛି ? ଏଗୁଡ଼ିକର ନାମ ଲେଖ ।

୪। ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ଆହରଣକୁ କାହିଁକି ବିଚାରକୁ ନିଆଯାଇଥାଏ ?

୫। ଦୁଇଜଣ ଉଦାରବାଦୀ ତୁଳନାତ୍ମକ ଆଲୋଚକଙ୍କ ନାମ ଲେଖ ।

୬। ତୁଳନାତ୍ମକ ସାହିତ୍ୟ ଅଧ୍ୟୟନରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ତିନୋଟି କାରଣ ଉଲ୍ଲେଖ କର ।

୭ | “The Flok Songs of Southern India” ଗ୍ରନ୍ଥ କେବେ ପ୍ରକାଶ ପାଇଥିଲା ? ଏହା କାହାର ରଚନା ?

୮। “The Flok Songs of Southern India” ଗ୍ରନ୍ଥରେ କେଉଁ ଭାଷାର ଲୋକକବିତାକୁ ଗୋଟିଏ ବର୍ଗର କବିତା ବୋଲି କୁହାଯାଇଛି ?

୯। “A History of Ancient Sanskrit Literature’ – ଗ୍ରନ୍ଥଟି କେବେ ପ୍ରକାଶ ପାଇଥିଲା ? ଏହା କାହାର ରଚନା ?

୧୦। “The History of Indian literature” ପୁସ୍ତକଟି କେବେ ପ୍ରକାଶ ଲାଭ କରିଥିଲା ? ଏହା କାହାର ରଚନା ?

୧୧। ‘The History of Indian literature’ ପୁସ୍ତକରେ କେଉଁ ନାଟକ ଉପରେ କାହାର ପ୍ରଭାବ ସଂପର୍କରେ

ତୁଳନା ଦିଆଯାଇଛି ?

୧୨ । ଜର୍ମାନ କବି ଗୋଥେ କେଉଁ କବିଙ୍କ କବିତ୍ର କଳନା ଭିଭିରେ କେଉଁ ଶବ୍ଦଟିକୁ ପ୍ରୟୋଗ କରିଥିଲେ ?

୧୩ । କେଉଁ ପାଶ୍ଚାତ୍ୟ ସାହିତ୍ୟିକ କେଉଁ ଗ୍ରନ୍ଥରେ ତୁଳନାତ୍ମକ ସାହିତ୍ୟକୁ ସାହିତ୍ୟ ଇତିହାସର ଏକ ଅଂଶ ବୋଲି କହିଥିଲେ ? ୧୪। ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ କେବେ କାହାଦ୍ଵାରା ଆରମ୍ଭ ହୋଇଥିଲା ?

୧୫ । ଭାରତରେ ପ୍ରଥମ ଥରପାଇଁ କିଏ କେଉଁ ଗ୍ରନ୍ଥରେ ତୁଳନାତ୍ମକ ସାହିତ୍ୟ କଥାଟିକୁ ପ୍ରକାଶ କରିଥିଲେ ?

୧୬ । କେଉଁ ଗ୍ରନ୍ଥରେ କିଏ ତୁଳନାତ୍ମକ ସାହିତ୍ୟକୁ ‘ଅ-ବିଷୟ’ ବୋଲି କହିଥିଲେ ?

୧୭ । ସ୍ଵପନ୍ ମଜୁମ୍ଦାର କେଉଁ ଦୁଇଟି ଭାଷାର ସାହିତ୍ୟ ପରି ଭାରତୀୟ ସାହିତ୍ୟକୁ ଉପଜାତୀୟ ସାହିତ୍ୟ ବୋଲି କହିଛନ୍ତି ? ୧୮। ଆଲବର୍ଟ ୱେବରଙ୍କ “The History of Indian Literature” ଗ୍ରନ୍ଥରେ କେଉଁ ସଂପର୍କରେ ତୁଳନା ଦିଆଯାଇଛି ?

୧୯। କିଏ, କେଉଁ ଗ୍ରନ୍ଥରେ କାଳିଦାସଙ୍କୁ ସେକ୍‌ସପିଅରଙ୍କଠାରୁ ଶ୍ରେଷ୍ଠ ନାଟ୍ୟକାର ବୋଲି ଉଲ୍ଲେଖ କରିଛନ୍ତି ?

୨୦। ରାମାୟଣ ସହିତ ଇଲିୟାଡର ତୁଳନା କେଉଁ ସାହତ୍ୟିକ କେଉଁ ପ୍ରବନ୍ଧରେ କରିଛନ୍ତି ?

୨୧। ‘ତୁଳନା’ ଶବ୍ଦର ବ୍ୟୁତ୍ପଭିଗତ ଏବଂ ପାରିଭାଷିକ ଭାବାର୍ଥ ଲେଖ ।

୨୨। ତୁଳନାତ୍ମକ ସାହିତ୍ୟକୁ କେତେ ଭାଗରେ ବିଭକ୍ତ କରାଯାଇଛି ଏବଂ ସେଗୁଡ଼ିକର ନାମ ଲେଖ ।

୨୩। ତୁଳନାତ୍ମକ ସାହିତ୍ୟର ଉପଯୋଗିତା ସଂପର୍କରେ ସଂକ୍ଷେପରେ ଲେଖ ।

୨୪। “The Flok Songs of Southern India” ଗ୍ରନ୍ଥର ରଚୟିତା କିଏ ? ଏହା କେବେ ପ୍ରକାଶ ଲାଭ କରିଥିଲା ?

୨୫। ‘ମେଘନାଧ ବଧ’ କାବ୍ୟରେ କେଉଁ କେଉଁ କବିଙ୍କୁ ଗୋଟିଏ ମଞ୍ଚରେ ସ୍ଥାନ ଦିଆଯାଇଛି ?

୨୬। ଓଡ଼ିଆ ସାହିତ୍ୟର ପ୍ରଥମ ତୁଳନାତ୍ମକ ସୃଷ୍ଟିର ନାମ ଲେଖି ? ଏଥିରେ କାହା ସହ କାହାର ତୁଳନା ଦିଆଯାଇଛି ?

୨୭। ‘ଶ୍ରୀ ଭାରତ ଦର୍ପଣ’ ଗ୍ରନ୍ଥରେ କେଉଁ ତୁଳନାତ୍ମକ ବିଚାର କରାଯାଇଛି ?

୨୮। ‘ନିର୍ଗୁଣ ସାହିତ୍ୟ’ ପୁସ୍ତକର ରଚୟିତା କିଏ ? ଏହି ଗ୍ରନ୍ଥରେ କେଉଁ ସଂପର୍କରେ ତୁଳନା ଦିଆଯାଇଛି ?

୨୯। ଫରାସୀ ସାହିତ୍ୟରେ କେଉଁ ସାହିତ୍ୟିକ କେବେ ‘Literature Compaire’ ଶବ୍ଦ ପ୍ରୟୋଗ କରିଥିଲେ ?

୩୦। ଓଡ଼ିଆ ଭାଷାର କେଉଁ ପତ୍ରିକାରେ କିଏ ପ୍ରଥମ ଥର ପାଇଁ ତୁଳନାତ୍ମକ ସାହିତ୍ୟ ବିଷୟରେ ଚର୍ଚ୍ଚା କରିଥିଲେ ?

୩୧। ଓଡ଼ିଆ ଭାଷାରେ ପ୍ରଥମେ କେଉଁ ସ୍ରଷ୍ଟା ତୁଳନାତ୍ମକ ଗ୍ରନ୍ଥ ପ୍ରଣୟନ କରିବା ପାଇଁ ଚେଷ୍ଟା କରିଥିଲେ ? ଏହି ଗ୍ରନ୍ଥଟିର

ନାମ ଲେଖ ।

୩୨। ତୁଳନାତ୍ମକ ସାହିତ୍ୟରେ ଅନୁକରଣ ଭୂମିକା ସଂପର୍କରେ ସଂକ୍ଷେପରେ ଲେଖ ।

୩୩। ‘ରାମାୟଣ’ ପ୍ରବନ୍ଧର ସ୍ରଷ୍ଟାଙ୍କ ନାମ ଲେଖ । ଏଥିରେ କେଉଁ କେଉଁ ଗ୍ରନ୍ଥର ତୁଳନା ଦିଆଯାଇଛି ?

୩୪। ‘ ଚିତ୍ରକଳ୍ପ : କାବ୍ୟ ଜିଜ୍ଞାସା’ ଗ୍ରନ୍ଥର ରଚୟିତାଙ୍କ ନାମ ଲେଖ । ଏହା କେବେ ପ୍ରକାଶ ଲାଭ କରିଥିଲା ?

୩୫। ‘ଶ୍ରୀ ଭାରତ ଦର୍ପଣ’ ଗ୍ରନ୍ଥର ରଚୟିତା କିଏ ? ଏଥୁରେ କେଉଁ କେଉଁ ଗ୍ରନ୍ଥର ତୁଳନାତ୍ମକ ଅଧ୍ୟୟନ କରାଯାଇଛି ? ୩୬ । ‘ତୁଳନାତ୍ମକ ସାହିତ୍ୟ’ର ଦୁଇଟି ସମପର୍ଯ୍ୟାୟବାଚୀ ଶବ୍ଦ ଲେଖ ।


(ଗ) ସଂକ୍ଷେପରେ ଉତ୍ତର ଦିଅ ।

୧। ତୁଳନାତ୍ମକ ଅଧ୍ୟୟନର ବିଶେଷତ୍ଵ ସଂପର୍କରେ ଉଲ୍ଲେଖ କର ।

୨। କେଉଁ କେଉଁ ବିଷୟଗୁଡ଼ିକୁ ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ବିଚାରକୁ ନିଆଯାଏ ?

୩। ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ କ୍ଷେତ୍ରରେ ଅନୁବାଦର ଭୂମିକା ସମ୍ପର୍କରେ ସଂକ୍ଷେପରେ ଲେଖ ।

୪। ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ କ୍ଷେତ୍ରରେ ସାଦୃଶ୍ୟ (Similarty) ର ଭୂମିକା ସଂପର୍କିତ ତଥ୍ୟକୁ ସଂକ୍ଷେପରେ ଲେଖ ।

୫। ତୁଳନାତ୍ମକ ସମାଲୋଚନା ଏବଂ ତୁଳନାତ୍ମକ ଅଧ୍ୟୟନ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ |

୬। ତୁଳନାତ୍ମକ ସାହିତ୍ୟର ପାଞ୍ଚଗୋଟି ବୈଶିଷ୍ଟ୍ୟ ଲେଖ । ୭। ତୁଳନାକାରୀର ଯୋଗ୍ୟତା ସଂପର୍କରେ ଲେଖ ।

୮। ତୁଳନାତ୍ମକ ସାହିତ୍ୟର ଉପଯୋଗିତା ସଂପର୍କରେ ଲେଖ ।

୯। ଗୋଟିଏ ଭାଷା ଅନ୍ତର୍ଗତ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ କିପରି କରାଯାଇଥାଏ ?

୧୦। ତୁଳନାତ୍ମକ ସାହିତ୍ୟରେ ‘ଆନ୍ତଃ ବିଭାଗୀୟ ଅଧ୍ୟୟନ’ କହିଲେ କ’ଣ ବୁଝ ?

୧୧। ତୁଳନାତ୍ମକ ସାହିତ୍ୟରେ ସମାଲୋଚକର ଧର୍ମ ସଂପର୍କରେ ଲେଖ ।

୧୨। ସାଂସ୍କୃତିକ ଅଧ୍ୟୟନ ସଂପର୍କରେ ଲେଖ ।

୧୩। ‘ବିଶ୍ବ ସାହିତ୍ୟ ମଧ୍ୟରେ ଐକ୍ୟ’ – ତୁଳନାତ୍ମକ ସାହିତ୍ୟର ମୂଳ ଲକ୍ଷ୍ୟ । ଆଲୋଚନା କର ।


(ଘ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ।

୧। ତୁଳନାତ୍ମକ ସାହିତ୍ୟର ସଂଜ୍ଞା ଓ ସ୍ଵରୂପ ସଂପର୍କରେ ଆଲୋଚନା କର ।

୨। ତୁଳନାତ୍ମକ ସାହିତ୍ୟର ସ୍ଵରୂପ ଓ ପ୍ରକାରଭେଦ ସଂପର୍କରେ ବିଶଦ ଆଲୋଚନା କର ।

୩। ତୁଳନାତ୍ମକ ସାହିତ୍ୟରେ ଅନୁବାଦର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି, ଆଲୋଚନା କର ।

୪। ତୁଳନାତ୍ମକ ଅଧ୍ୟୟନ ପଦ୍ଧତିର ପ୍ରାୟୋଗିକ ଦିଗ ସଂପର୍କରେ ଆଲୋକପାତ କର ।

୫। ବିଭିନ୍ନ ସାହିତ୍ୟରେ ଏକତା ନିରୂପଣ – ତୁଳନାତ୍ମକ ସାହିତ୍ୟର ମୂଳ ଉଦ୍ଦେଶ୍ୟ,ବିଚାର କର ।

। ମାନବ ମୂଲ୍ୟର ଉଦ୍‌ଘାଟନ ଓ ଅଜ୍ଞାତ ଜ୍ଞାନ ରାଶିର ପ୍ରକାଶ ତୁଳନାତ୍ମକ ଅଧ୍ୟୟନର ସୂକ୍ଷ୍ମରୂପ, ଆଲୋଚନା କର ।

୭। ସାହିତ୍ୟ– ସାହିତ୍ୟ ଭିତରେ ସମନ୍ଵୟ ଓ ସଂଯୋଗ ସ୍ଥାପନ ତୁଳନାତ୍ମକ ସାହିତ୍ୟର ପ୍ରମୁଖ ବୈଶିଷ୍ଟ୍ୟ ଆଲୋଚନା କର।

୮। ସାହିତ୍ୟ ଭିତରୁ ସମଗ୍ର ବିଶ୍ବର ମାନବ ପ୍ରକୃତିକୁ ଗୋଟିଏ ପାତ୍ରରେ ଢାଳିଦେବାର ସମଦର୍ଶୀ ଅଧ୍ୟୟନ ହିଁ ତୁଳନାତ୍ମକ ସାହିତ୍ୟ; ନିଜ ଦୃଷ୍ଟିକୋଣରୁ ବିଚାର କର ।

***** END *****


No comments :

Post a Comment

Thanks for commenting