Search
ଓଡିଆ ରଚନା ଗୁରୁ ଦିବସ
ପ୍ରାଚିନ ସମୟର ଗୁରୁ ପରମ୍ପରା
ପ୍ରାଚିନ କାଳରେ ଆମ ଦେଶ ଭାରତବର୍ଷରେ ଗୁରୁ ପରମ୍ପରାର ଏକ ସୁଦୃଢ ଭିତ୍ତିଭୂମି ରହିଥିଲା ା ବୈଦିକ କାଳରେ ଆର୍ଯ୍ୟମାନଙ୍କର ଏକ ଧାରଣା ଥିଲା ଯେ ବିନା ଗୁରୁରେ ବିଦ୍ୟା ଶିକ୍ଷା ଅସମ୍ଭବ ା ଗୁରୁ ଏବଂ ଶିଷ୍ୟ ଉଭୟଙ୍କର ସହଯୋଗରେ ବିଦ୍ୟା ଅର୍ଜନ କରାଯାଇଥାଏ ା ସେ ସମୟରେ ଗୁରୁ ଶିଷ୍ୟର ଛାତି ସ୍ପର୍ଶ କରି କହନ୍ତି- "ଆଜିଠାରୁ ଆମ ଦୁହିଁଙ୍କ ମଧ୍ୟରେ ଚିରନ୍ତନ ସ୍ନେହ ଓ ବିଶ୍ଵାସ ବିରାଜମାନ କରୁ" ା 'ଉପନୟନ' କର୍ମରେ 'ଅଶ୍ଚାରୋହଣ' ନାମକ ଏକ କର୍ମ ରହିଛି ା ଏହି କର୍ମରେ ଶିଷ୍ୟକୁ ଗୋଟିଏ ଶିଳ ଉପରେ ଚଢିବାକୁ ହୁଏ ା ଏହାର ଅର୍ଥ ହେଉଛି ଗୁରୁ ସେତେବେଳେ ଶିଷ୍ୟକୁ ପଥର ଭଳି ମନକୁ ସୁଦୃଢ କରିବା ପାଇଁ ଉପଦେଶ ପ୍ରଦାନ କରନ୍ତି ା ବ୍ରହ୍ମଚର୍ଯ୍ୟାଶ୍ରମ ପରେ ଗୁରୁଙ୍କ ଆଶ୍ରମରେ ଶେଷ ସ୍ନାନ କରି ଶିଷ୍ୟ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ା ବ୍ରହ୍ମଚର୍ଯ୍ୟା ବ୍ରତ ପାଳନ ସମୟରେ ଶିଷ୍ୟ ମୁଣ୍ଡରେ ତେଲ ଲଗାଏ ନାହିଁ ା ସ୍ନାନ କରିବା ପରେ ବା ସ୍ନାତକ ହେବା ପରେ ଗୁରୁପତ୍ନୀ ତାଙ୍କୁ ବାସନା ତେଲ ଲଗାଇ ମୁଣ୍ଡ କୁଣ୍ଡାଇ ଭଲ ଲୁଗା ପିନ୍ଧାଇ ଦିଅନ୍ତି ା ଏହାହିଁ ଥିଲା ପ୍ରାଚୀନ କାଳର ଗୁରୁ ପରମ୍ପରା ା
ବର୍ତ୍ତମାନ ସମୟର ଗୁରୁ ପରମ୍ପରା
ପ୍ରାଚିନ କାଳରେ ଏତାଦୃଶ ପରମ୍ପରା କିନ୍ତୁ ବର୍ତ୍ତମାନ ଆଉ ଦେଖିଵାକୁ ମିଳୁନାହିଁ ା ଗୁରୁ-ଶିଷ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଆବଦ୍ଧ ା ଆମ ଦେଶର ପ୍ରତି ଶିକ୍ଷାନୁଷ୍ଠାନରେ ସେପ୍ଟେମ୍ଵର ମାସ ୫ ତାରିଖକୁ 'ଗୁରୁଦିବସ' ଭାବେ ପାଳନ କରାଯାଉଛି ା ଏହିଭଳି ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷିକାମାନଙ୍କୁ ପୂଜା କରି ମହାନ୍ ଐତିହ୍ୟ ଓ ପରମ୍ପରାକୁ ପୁନର୍ଜୀବିତ କରିବାର ପ୍ରୟାସ କରନ୍ତି ା ଏହି ଦିନ ପ୍ରାଚୀନ ସମୟର ଗୁରୁ-ଶିଷ୍ୟ ପରମ୍ପରା, ଶିଷ୍ୟମାନଙ୍କର ଗୁରୁ ସହ ସମ୍ପର୍କ, ପ୍ରାଚୀନ ଶିକ୍ଷା ପ୍ରଣାଳୀ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଏ ା ଭାରତୀୟ ଗୁରୁ ପରମ୍ପରାର ସ୍ମାରକୀ ସ୍ଵରୂପ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଏହି ଦିବସକୁ ପାଳନ କରିଥାନ୍ତି ା ସେପ୍ଟେମ୍ଵର ମାସ ୫ ତାରିଖ ହେଉଛି ଆମ ଦେଶର ପୂର୍ବତନ ରାଷ୍ଟ୍ରପତି, ପ୍ରଖ୍ୟାତ ଦାର୍ଶନୀକ ସାର୍ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ା ରାଧାକ୍ରିଷ୍ଣନ ଜଣେ ଆଦର୍ଶ ଶିକ୍ଷକ ଥିଲେ ା ଶିକ୍ଷା ଶିକ୍ଷକ ପଦ ସହିତ ଜଡ଼ିତ ବ୍ୟକ୍ତି ଭାରତର ସର୍ବଶ୍ରେଷ୍ଠ ପଦବୀ ମଣ୍ଡନ କରି ପାରିଥିଲେ ା ତେଣୁ ଶିକ୍ଷକମାନଙ୍କର ସମ୍ମାନ ପାଇଁ ତାଙ୍କର ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ ା ତେଣୁ ପ୍ରତିବର୍ଷ ତାଙ୍କର ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରାଯାଇ ତାଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରାଯିବା ସହିତ ଗୁରୁ ପରମ୍ପରାର ମହାନତାକୁ ମଧ୍ୟ ସ୍ମରଣ କରାଯାଉଛି ା
ରାଧାକ୍ରିଷ୍ଣନଙ୍କ ଜୀବନାଲେଖ୍ୟ
ରାଧାକ୍ରିଷ୍ଣନ ୧୮୮୮ ମସିହା ସେପ୍ଟେମ୍ଵର ମାସ ୫ ତାରିଖ ଦିନ ମାଡ୍ରାସର ଚିରୁତ୍ତାଣିଠାରେ ଜନ୍ମ ଗ୍ରହଣ କରିଥିଲେ ା ଭେଲୋରର ବୁରହଦ କଲେଜରୁ ଏଣ୍ଟ୍ରାନ୍ ଓ ଏଫ୍. ଏ. ପାସ୍ କରିଥିଲେ ା ତତ୍ପରେ ମଡ୍ରାସର ଖ୍ରୀଷ୍ଟିଆନ କଲେଜରୁ ଦର୍ଶନରେ ପ୍ରଥମ ହୋଇ ସ୍ନାତକ ଶ୍ରେଣୀ ଇତ୍ତୀର୍ଣ୍ଣ ହୋଇଥିଲେ ା ଏହା ପରେ ବିଶ୍ଵବିଦ୍ୟାଳୟରେ ଦର୍ଶନଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିଲେ ା ୧୯୦୯ ମସହାରେ ମାଡ୍ରାସର ପ୍ରେସିଡେନ୍ସି କଲାଜରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ ା ଏହା ପରେ ମହୀଶୂର ବିଶ୍ଵବିଦ୍ୟାଳୟରେ ଦର୍ଶନ ବିଭାଗର ମୁଖ୍ୟ ଓ ୧୦୨୧ ମସହାରେ କଲିକତା ବିଶ୍ଵବିଦ୍ୟାଳୟରେ ଦର୍ଶନ ବିଭାଗର ମୁଖ୍ୟ ଭାବେ ଯୋଗ ଦେଇଥିଲେ ା ୧୯୨୬ ମସିହାରେ ହାର୍ଭାଡ ଠାରେ ଅନୁଷ୍ଠିତ ଅନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ଭରତର ପ୍ରତିନିଧିତ୍ଵ କରି ଭାରତୀୟ ଦର୍ଶନତତ୍ତ୍ଵର ବ୍ୟାଖ୍ୟା କରିଥିଲେ ା ଆନ୍ଧ୍ର ବିଶ୍ଵବିଦ୍ୟାଳୟର କୁଳପତି ଭାବରେ ୧୯୩୧ ମସିହାରେ ଯୋଗଦେଇ ଥିଲେ ା ୧୯୩୯ ମସିହାରେ ବନାରସି ହିନ୍ଦୁ ବିଶ୍ଵବିଦ୍ୟାଳୟରେ କୁଳପତି ରୂପେ ମନୋନୀତ ହୋଇଥିଲେ ା ୧୯୪୯ ମସିହାରେ ତାଙ୍କୁ ରୁଷିଆର ରାଷ୍ଟଦୂତ ଭାବେ ନିଯୁକ୍ତି କରାଯାଇଥିଲା ା ଏଥିପାଇଁ ତାଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଅନୁରୋଧ କରିଥିଲେ ା ୧୯୬୨ ମସିହାରେ ସେ ହେଲେ ଭାରତବର୍ଷର ଦ୍ଵିତୀୟ ରାଷ୍ଟପତି ା ୧୯୬୩ ମସିହାରେ ତାଙ୍କୁ ଇଂଲଣ୍ଡର ସର୍ବୋଚ ଉପାଧି 'order of merit' ପ୍ରଦାନ କରାଯାଇଥିଲା ା ୧୯୬୭ ମସିହାରେ ରାଷ୍ଟ୍ରପତି ପଦବୀରୁ ବିଦାୟ ନେଲେ ା ତାଙ୍କର କର୍ମମୟ ଜୀବନ, ଆଦର୍ଶ ଓ ନିଷ୍ଠା ଛାତ୍ର ସମାଜ ପାଇଁ ପ୍ରେରଣାର ଉତ୍ସ ା ତେଣୁ ତାଙ୍କର ପୁଣ୍ୟ ଜନ୍ମତିଥି ଗୁରୁ ଦିବସ ଭାବେ ପାଳିତ ହୋଇଥାଏ ା
ଉପସଂହାର
ଛାତ୍ରର ଭବିଷ୍ୟତ ଗଠନର ଗୁରୁଦାୟିତ୍ଵ ଗୁରୁମାନଙ୍କର ହସ୍ତରେ ନ୍ୟସ୍ତ ା ଶତପଥ ବ୍ରହ୍ମାଣ୍ଡରେ ଜଣେ ଛାତ୍ର ଜ୍ଞାନୀ ହେବାକୁ ହେଲେ ଭଲ ବାପା, ଭଲ ମା, ଭଲ ଆଚାର୍ଯ ମିଳିବା ଆବଶ୍ୟକ ବୋଲି କୁହାଯଇଛି ା ଆଚାର୍ଯମାନେ ଶିଷ୍ୟକୁ କହିଥାନ୍ତି ଆମ୍ଭେମାନେ (ବାପା, ମା ଓ ଆଚାର୍ଯ) ଯେଉଁ ଯେଉଁ ସୁକାର୍ଯ କରୁଛୁ ତୁମେ ସେଗୁଡିକୁ ଅନୁସରଣ କର ା ତେଣୁ ଗୁରୁଙ୍କର ଆଶୀର୍ବାଦ ଶିଷ୍ୟକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇଥାଏ ା ଗୁରୁକ଼ୃପା ଲାଭକରି ଶିଷ୍ୟ ଯଶସ୍ଵୀ ହୁଏ ା
*****
write complete
ReplyDeleteThank you!
Delete