Essay, Letter, Application, Grammar and Job

Search

ଓଡିଆ ରଚନା ଶିଶୁ ଦିଵସ

2 comments


ଭଵିଷ୍ୟତର ଦାୟାଦ- ‘ଶିଶୁ’

ଆଜିର ଶିଶୁ କାଲିର ଭଵିଷ୍ୟତ ା ଭଵିଷ୍ୟତର ସ୍ଵପ୍ନ, ଆଶା ଓ ଭରସା ା ଦେଶ ଓ ଜାତିର ମେରୁଦଣ୍ଡ ା ତାର ମନ ସରଳ ଓ ଅନାଵିଳ ା ଛନ୍ଦ, କପଟ, ହିଂସାଠାରୁ ସେ ଦୂରରେ ା ସେଥିପାଇଁ ଶିଶୁ ଇଶ୍ଵରଙ୍କ ସହ ତୁଳନୀୟ ା ଆଗାମୀ ସମାଜର ଭଵିଷ୍ୟତକୁ ଉପଯୁକ୍ତ ଭାଵରେ ଗଢି ତୋଳିଵାର ଦାୟିତ୍ଵ ଆମ୍ଭ ସଭିଙ୍କର ା ତେଣୁ ସ୍ଵାଧୀନତା ଦିଵସ, ସାଧାରଣତନ୍ତ୍ର ଦିଵସ, ଗୁରୁ ଦିଵସ ପରି ଶିଶୁମାନଙ୍କ ପାଇଁ 'ଶିଶୁ ଦିଵସ ପାଳନ କରାଯାଉଛି ା ଆମ ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜଵାହରଲାଲ୍ ନେହେରୁ ଶିଶୁମାନଙ୍କୁ ଵେଶୀ ଭଲ ପାଉଥ଼ଲେ ା ତେଣୁ ତାଙ୍କର ପୁଣ୍ୟ ଜନ୍ମତିଥିରେ ନଭେମ୍ଵର ମାସ ୧୪ ତାରିଖକୁ ଶିଶୁ ଦିଵସ ଭାଵରେ ପାଳନ କରାଯାଇଥାଏ ା ପଣ୍ଡିତ ଜଵାହରଲାଲ୍ ନେହେରୁ ଶିଶୁମାନଙ୍କ ପ୍ରତି କୌଣସି ପ୍ରକାର ଅଵହେଳାକୁ ଵରଦାସ୍ତ କରୁନଥ଼ଲେ ା ତାଙ୍କ ଦୃଷ୍ଟିରେ ଏହା ଥିଲା ଅକ୍ଷମଣୀୟ ଅପରାଧ ା ଶିଶୁଟି ଯଦି ଭଵିଷ୍ୟତରେ ଆଦର୍ଶ ନାଗରିକ ହୋଇ ପାରିଵ, ତାହେଲେ ଦେଶର ସର୍ଵାଙ୍ଗୀନ ଉନ୍ନତି ହୋଇପାରିଵ ା ତେଣୁ ପିତା, ମାତା, ଶିକ୍ଷକମାନେ ଶିଶୁର ପ୍ରତିଟି କାର୍ଯ୍ୟ ପ୍ରତି ସଚେତନ ହେଵା ସହିତ ଶିଶୁର ଶାରୀରିକ ଓ ମାନସିକ ଵିକାଶ ପାଇଁ ଯଥାସାଧ୍ୟ ଉଦ୍ୟମ କରିଵା ଉଚିତ ା

ଶିଶୁ ଦିଵସ ପାଳନ

ପ୍ରତିଵର୍ଷ ନଭେମ୍ଵର ମାସ ୧୪ ତାରିଖ ଦିନ ଵିଦ୍ୟାଳୟମାନଙ୍କରେ ଶିଶୁ ଦିଵସ ପାଳନ କରାଯାଏ ା ଏଥିନିମନ୍ତେ ଵିଶେଷ ପ୍ରକାରର ଉତ୍ସଵର ଆୟୋଜନ କରାଯାଏ ା  ଏହି ଉତ୍ସଵରେ  ଶିଶୁମାନେ ଯୋଗ ଦେଇ ଵିଶେଷ ଆନନ୍ଦ ଅନୁଭଵ କରନ୍ତି ା ଶିଶୁ ଦିଵସ ଦିନ ଵିଦ୍ୟାଳୟମାନଙ୍କରେ ପାଠପଢା ବନ୍ଦ ରହେ ା ସକାଳୁ ସକାଳୁ ପିଲାମାନେ ଯାଇ ଵିଦ୍ୟାଳୟରେ ପହଞ୍ଚନ୍ତି ା ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ା ପିଲାମାନେ ସହର ପରିକ୍ରମା କରନ୍ତି ା ଵିଦ୍ୟାଳୟରେ ଜଵାହରଲାଲ୍ ନେହେରୁଙ୍କର ଫଟୋ ପାଖରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଏ ା ଏହା ପରେ ସଭାକାର୍ଯ୍ୟ ଆରମ୍ଭ ହୁଏ ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ଏଥିରେ ଯୋଗ ଦିଅନ୍ତି ା ନେହେରୁଙ୍କ ଜୀବନୀ, ତାଙ୍କର ନିଷ୍ଠା, କର୍ତ୍ତବ୍ୟପରାୟଣତା ସମ୍ପର୍କରେ ଆଲୋଚନା କରାଯାଏ ା

ନେହେରୁଙ୍କ ଜୀବନୀ

ଜଵାହରଲାଲ୍ ୧୮୮୯ ମସିହା ନଭେମ୍ଵର ମାସ ୧୪ ତାରିଖରେ ଆହ୍ଲାବାଦର ଆନନ୍ଦ ଭବନରେ ଜନ୍ମଗ୍ରହଣ କରିଥିଲେ ା ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ବେଶ୍ ଗୁରୁତପୂର୍ଣ୍ଣ ଥିଲା ା ଜନସେବା ଥିଲା ତାଙ୍କ ଜୀଵନର ପ୍ରମୁଖ ଲକ୍ଷ୍ୟ ା ସେ ଥିଲେ ନବ ଭାରତର ନିର୍ମାତା ା ଭାରତୀୟ ଜନଜୀଵନ, ଭାରତୀୟ ମୁକ୍ତିସଂଗ୍ରାମ, ଅର୍ଥନୀତି, ରାଜନୀତି, ବିଶ୍ଵଶନ୍ତି, ପଞ୍ଚବାର୍ଷିକ ଯୋଜନା, ପଞ୍ଚଶୀଳ ନୀତି ଇତ୍ୟାଦି ଦିଗରେ ତାଙ୍କର ନେତୃତ୍ଵ ଅବିସ୍ମରଣୀୟ ା ମହାତ୍ମାଗାନ୍ଧୀଙ୍କର ସ୍ଵପ୍ନର ଭାରତବର୍ଷକୁ ସାକାର ରୂପ ଦେବାକୁ ସେ ପ୍ରଚେଷ୍ଟା କରିଥିଲେ ା ସେ ଥିଲେ ମହାନ୍ ବ୍ୟକ୍ତିତ୍ଵର ଅଧିକାରୀ ା ସେ ଥିଲେ ସ୍ଵଦେଶପ୍ରେମୀ ା ସାଧୁତା ଓ ନିଷ୍କପଟତା ତାଙ୍କ ଜୀବନର ବ୍ରତ ଥିଲା ା ପ୍ରଧାନମନ୍ତ୍ରୀ  ହେଵା ପରେ ସେ ଭାରତର ଉନ୍ନତିକଳ୍ପେ ବହୁ ଯୋଜନା ପ୍ରଣୟନ କରିଥିଲେ ା ଶିଳ୍ପ, ବାଣଜ୍ୟ, ବୈଦେଶିକ ନୀତି, ଅର୍ଥନୀତିକୁ ସୁଦୃଢ କରିଵା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ା ସମଗ୍ର ମାନବ ସମାଜକୁ ଭଲପାଇବା ଥିଲା ତାଙ୍କ ଚରିତ୍ଵର ଵୈଶଷ୍ଠ୍ୟ ା ସେ ଯେ ଜଣେ ଉଦାର ମାନବଵାଦୀ ତାହା ତାଙ୍କର ଉନ୍ନତ ବିଚାରଧାରାକୁ ପ୍ରତିଭାତ ହୋଇଥାଏ ା

ଗୋଷ୍ଠୀ ନିରପେକ୍ଷ ଚେତନା ତାଙ୍କ ଦୂରଦୃଷ୍ଟିର ପରିଚୟ ପ୍ରଦାନ କରିଥାଏ ା ବିଶ୍ଵରେ ଶାନ୍ତି, ମୈତ୍ରୀ, ସଦ୍-ଭାଵର ବାତାବରଣ ଆନୟନ ପାଇଁ ଏହା ଉଦିଷ୍ଟ ଥିଲା ା ସଂକୀର୍ଣ୍ଣ ମାନସିକତା, ବ୍ୟକ୍ତିଗତ ସ୍ଵାର୍ଥ, ସଂକୀର୍ଣ୍ଣ ଜାତୀୟତାଵୋଧକୁ ସେ ଘୃଣା କରୁଥିଲେ ା ମାନବ ହୃଦୟରେ ଜାତୀୟତାଵୋଧ ଜାଗ୍ରତ କରିବା ପାଇଁ ସେ ସଦାସର୍ବଦା ଆହ୍ଵାନ ଦେଉଥିଲେ ା ଶାନ୍ତି, ସଦ୍-ଭାଵ ପ୍ରତିଷ୍ଠାର ଅର୍ଥ ଏକ ଶାନ୍ତ ସୁନ୍ଦର ସମାଜର ପ୍ରତିଷ୍ଠା ବୋଲି ସେ ଧରି ନେଇଥିଲେ ା ନେହେରୁ ମଧ୍ୟ ଜଣେ ଭଲ ଲେଖକ ଥିଲେ ା ତାଙ୍କ ରଚିତ "Letters from a father to his daughter" Autobiography, Discovery of India 'Glimpses of 'World history' ଅନ୍ୟତମ ା ନେହେରୁ ତାଙ୍କ କନ୍ୟା ଇନ୍ଦିରାଙ୍କ ପାଖକୁ ପଠାଇଥିବା ଉପଦେଶାତ୍ମକ ପତ୍ରାବଳୀ ସମୂହ ପାଠକରି ଛାତ୍ରଛାତ୍ରୀମାନେ ପ୍ରେରଣା ଲାଭ କରିଵା ଉଚିତ ା ନେହେରୁଙ୍କ ଜୀବନୀ ସମ୍ଵନ୍ଧୀୟ ଶିକ୍ଷଣୀୟ କଥାମାନ ଛାତ୍ରଛାତ୍ରୀମାନଙ୍କ ପ୍ରେରଣା ଉଦ୍ଦେଶ୍ୟରେ ପ୍ରଦାନ କରାଯିବା ପରେ ଦେଶାତ୍ମଵୋଧକ ସଂଗୀତ ପରିଵେଷଣ କରାଯାଏ ା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମିଷ୍ଟାନ୍ନ ଵଣ୍ଟାଯାଇ ଶିଶୁ ଦିଵସ ଉପଲକ୍ଷେ ଆୟୋଜନ କରାଯାଉଥିଵା ସଭା ସମାପ୍ତ ହୁଏ ା ସନ୍ଧ୍ୟା ସମୟରେ ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶିତ ହୁଏ ା ଆକାଶଵାଣୀ ଓ ଦୂରଦର୍ଶନରେ ଶିଶୁମାନଙ୍କ ଉପଲକ୍ଷେ ଵିଭିନ୍ନ କାର୍ଯ୍ୟକ୍ରମମାନ ପ୍ରସାରିତ ହୁଏ ା ଵିଭିନ୍ନ ଅଞ୍ଚଳରେ ଶିଶୁମାନଙ୍କୁ ନେଇ ଉତ୍ସଵର ଆୟୋଜନ କରାଯାଇଥାଏ ା ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଦେଶ ବିଦେଶର ବିଶିଷ୍ଟ ଵ୍ୟକ୍ତିମାନେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରନ୍ତି ା

ଉପସଂହାର

ଵାସ୍ତଵିକ ଶିଶୁ ଦିଵସ ପାଳନ ପଛରେ ରହିଛି ମହତ ଉଦ୍ଦେଶ୍ୟ ା ଆଦର୍ଶ ଓ କର୍ତ୍ତଵ୍ୟନିଷ୍ଠାକୁ ପାଥେୟ କରି ଶିଶୁମାନେ ସୁନାଗରିକ ହୋଇ ଦେଶ ଓ ଜାତିର ଉନ୍ନତି ପାଇଁ ଵଦ୍ଧପରିକର ହେଵା ଉଚିତ ା ଦୂରଦୃଷ୍ଟିସମ୍ପନ୍ନ ହେବା ସହିତ ନିଜର ଅନ୍ତର୍ନିହିତ ଶକ୍ତି ଓ ସାମର୍ଥ୍ୟ ପ୍ରତି ପ୍ରତ୍ୟେକ ଶିଶୁ ସଚେତନ ହେବା ଉଚିତ ା ଶିଶୁମାନେ ଶିକ୍ଷାଦୀକ୍ଷା ଲାଭ କରି ଉତ୍ତମ ଚରିତ୍ର ସମ୍ପନ୍ନ କିପରି ହୋଇପାରିବେ ଏଥିପ୍ରତି ପିତାମାତାଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ସମାଜ ମଧ୍ୟ ଯତ୍ନବାନ ହେବା ଉଚିତ ା

*****


Related Posts:-

ଓଡିଆ ରଚନା ଗୁରୁ ଦିବସ


2 comments :

Thanks for commenting