Search
Odia essay adarsha chhatrajibana, ଓଡ଼ିଆ ରଚନା ଆଦର୍ଶ ଛାତ୍ରଜୀବନ, Odia rachana adarsha chhatrajibana
ଆଦର୍ଶ ଛାତ୍ରଜୀବନ
ଉନ୍ନତ ସାମାଜିକ ପରିବେଶ ମଧ୍ୟରେ ଚଳପ୍ରଚଳ ହେବା ନିମିତ୍ତ ଏବଂ ଯୋଗ୍ୟ ନାଗରିକ ଭାବରେ ବିବେଚିତ ହେବା ନିମିତ୍ତ ତଥା ଆମୋନ୍ନତି ଏବଂ ଉତ୍କୃଷ୍ଟ ଜୀବନମାର୍ଗ ଅବଲମ୍ବନ କରିବା ନିମିତ୍ତ ପ୍ରତ୍ୟେକ ମନୁଷ୍ୟ କେତେଗୁଡ଼ିଏ ସଦ୍ଗୁଣରେ ଅଭ୍ୟସ୍ତ ଥିବା ଆବଶ୍ୟକ। ଏହି ଅଭ୍ୟାସକୁ ଫଳପ୍ରଦ ଭାବରେ ଆରମ୍ଭ କରିବାର ଉପଯୁକ୍ତ ସମୟ ହେଉଛି ଶୈଶବ ଓ ବାଲ୍ୟକାଳ ଏବଂ ଉପଯୁକ୍ତ ସ୍ଥାନ ହେଉଛି ଗୃହ ଓ ବିଦ୍ୟାଳୟ। ଭାରତୀୟ ପରିବାରଗୁଡ଼ିକ ଅଶିକ୍ଷା, ଅନୀତି ଓ କୁସଂସ୍କାରରୂପକ ଅନ୍ଧକାରରେ ଆତ୍ମନ ଥିବାରୁ ସେଠାରେ ଆଲୋକ ଅଭାବରେ ଜୀବନ-ପୁଷ୍ପ ବିକଶିତ ହୋଇପାରୁ ନାହିଁ; ତେଣୁ ଶୈଶବ କାଳରେ ଦୁଆ ଅପଚୟ ଘଟୁଛି। ଭାରତୀୟଶିଶୁ ସୁଗୁଣ ପରିବର୍ତ୍ତେ ଦୁର୍ଗୁଣର ଆବର୍ଜନା ଘେନି ବିଦ୍ୟାଳୟକୁ ଆସେ; ତେଣୁ ବିଦ୍ୟାଳୟରେ ହିଁ ଛାତ୍ରକୁ ତା’ର ଭବିଷ୍ୟତ ଉନ୍ନତ ଜୀବନମାର୍ଗ ଲାଗି ପ୍ରସ୍ତୁତ ହେବାର ସୁଯୋଗ ମିଳେ। ସେଥିପାଇଁ ଛାତ୍ରଜୀବନ ହେଲା ଭାରତୀୟ ଛାତ୍ରର ଗଠନ ସମୟ। ଛାତ୍ରଜୀବନରେ ଯେଉଁ ବ୍ୟକ୍ତି ନିଜକୁ ଯେପରି ଭାବରେ ଗଠନ କରିଥୁବେ, ଭବିଷ୍ୟତ ଜୀବନରେ ସେ ସେହିପରି ମନୁଷ୍ୟରୂପେ ସଂସାର-କ୍ଷେତ୍ରରେ ଅବତୀର୍ଣ୍ଣ ହେବେ; ତେଣୁ ପ୍ରତ୍ୟେକ ଛାତ୍ରର ଆଦର୍ଶ ଛାତ୍ରଜୀବନ ଯାପନ କରିବା ଉଚିତ। ଆଦର୍ଶ ଛାତ୍ରଜୀବନ ପାଇଁ ଯେଉଁ ଯେଉଁ ସୁଗୁଣଗୁଡ଼ିକ ଏକାନ୍ତ ଆବଶ୍ୟକ, ତାହା ନିମ୍ନରେ ଆଲୋଚନା କରାଯାଇଛି।
ଉଚ୍ଚ ଆକାଙ୍କ୍ଷା :-
ଇଂରାଜୀରେ ଏକ ଉପଦେଶ ଅଛି, “Pitch your hope high’’। ଛାତ୍ରଜୀବନରୁ ହିଁ ପ୍ରତ୍ୟେକ ବ୍ୟକ୍ତିର ଭବିଷ୍ୟତ ଲାଗି ଉଚ୍ଚ ଆକାଙ୍କ୍ଷା ପୋଷଣ କରିବା ଆବଶ୍ୟକ। ଏହି ଆକାଙ୍କ୍ଷା ଛାତ୍ରର ବିକାଶୋନ୍ମୁଖୀ ବ୍ୟକ୍ତିଗତ ଅନ୍ତର୍ନିହିତ ଶକ୍ତି, ମାନସିକ ପ୍ରବୃତି ଏବଂ ପାରିବାରିକ ପରିବେଶର ପୃଷ୍ଠଭୂମି ଉପରେ ଦଣ୍ଡାୟମାନ ହେବା ଉଚିତ। ଏହି ବିଚାରରେ କେହି ନେତା, କେହି କବି ବା ସାହିତ୍ୟିକ, କେହି ଚିକିତ୍ସକ, କେହି ଯନ୍ତ୍ରବିତ୍, କେହି ଶିକ୍ଷକ, କେହି ବା ସେବକ ହେବାର ଭବିଷ୍ୟତ ଆକାଙ୍କ୍ଷା ରଖି ଛାତ୍ରଜୀବନରୁ ନିଜକୁ ସେହି ଦିଗରେ ପ୍ରସ୍ତୁତ କରିବା ଉଚିତ। ସେଥୁନିମିତ୍ତ କେହି ଗାନ୍ଧିଜୀ, କେହି ରବୀନ୍ଦ୍ରନାଥ, କେହି ଜଣେ ବିଶିଷ୍ଟ ଡାକ୍ତର କିମ୍ବା ଜଣେ ବଡ଼ ଇଞ୍ଜିନିୟର ବା ଅନ୍ୟ କାହାକୁ ନିଜ ଉଚ୍ଚାକାଙ୍କ୍ଷାର ପରିପୋଷକ ରିଭିରେ ଆଦର୍ଶରୂପେ ଗ୍ରହଣ କରିବା ଆବଶ୍ୟକ।
ଜ୍ଞାନପିପାସା :-
ପିପାସା ଅର୍ଥ ତୃଷା। ତୃଷାର୍ତ୍ତ ବ୍ୟକ୍ତି ଯେପରି ବ୍ୟାକୁଳ ଭାବରେ ଜଳ ଅନ୍ଵେଷଣ କରିବାରେ ଲାଗିପଡ଼େ, ଛାତ୍ର ସେହିପରି ଜ୍ଞାନ ସଂଗ୍ରହ କରିବା ପାଇଁ ବ୍ୟାକୁଳ ହେବା ଉଚିତ। ସେଥିପାଇଁ ନିଜର ପାଠ୍ୟପୁସ୍ତକ, ପାଠାଗାରସ୍ଥ ଗ୍ରନ୍ଥରାଜି, ବିଭିନ୍ନ ପତ୍ରପତ୍ରିକା ଏବଂ ସମ୍ବାଦପତ୍ର ପାଠ କରିବାରେ ବହୁ ସମୟ ବ୍ୟୟ କରିବା ଆବଶ୍ୟକ। ଶିକ୍ଷକମାନଙ୍କ ଶିକ୍ଷାଦାନ, ବକ୍ତାମାନଙ୍କର ଅଭିଭାଷଣ ଏବଂ ପଣ୍ଡିତ ଓ ତାର୍କିକମାନଙ୍କର ଆଲୋଚନାସବୁ ମନୋଯୋଗପୂର୍ବକ ଶ୍ରବଣ କରିବା ଆବଶ୍ୟକ।
ଅଧ୍ୟୟନ :—
‘‘ଛାତ୍ରାଣ ଅଧ୍ୟୟନଂ ତପଃ”” — ବିଦ୍ୟାଧ୍ୟୟନ ଛାତ୍ରମାନଙ୍କର ତପସ୍ୟା ଅଟେ। ଗ୍ରନ୍ଥସବୁ ପାଠକରି ଛାତ୍ରର ସେଗୁଡ଼ିକୁ ବାରମ୍ବାର ଅଭ୍ୟାସ କରିବା ଉଚିତ। ପଠନ, ଶ୍ରବଣ, ମନନ, ଚିନ୍ତନ ଓ ଲିଖନଦ୍ଵାରା ବିଦ୍ୟାଭ୍ୟାସ କରାଯାଏ। ବିଦ୍ୟାଳୟର ସମସ୍ତ ପାଠ୍ୟରେ ସୁଦକ୍ଷ ହେବା ପାଇଁ ପ୍ରତ୍ୟେକ ଛାତ୍ରର ସଚେଷ୍ଟ ହେବା ଆବଶ୍ୟକ ।
ବୁଦ୍ଧିର ବିକାଶ :-
ସଂସ୍କୃତରେ ଏକ ଆପ୍ତବାକ୍ୟ ଅଛି, ‘ବିଦ୍ୟାୟା କିଂ କାର୍ଯ୍ୟ ଯଦି ନାସ୍ତି ବୁଦ୍ଧି’’- ତେଣୁ ପ୍ରତ୍ୟେକ ଛାତ୍ର ଜ୍ଞାନପିପାସା ଓ ବିଦ୍ୟାଧ୍ୟୟନ ସଙ୍ଗେ ସଙ୍ଗେ ବୁଦ୍ଧିର ବିକାଶ ସାଧନ କରିବାକୁ ସଚେଷ୍ଟ ହେବା ଆବଶ୍ୟକ ; କାରଣ ବୁଦ୍ଧି ବିକଶିତ ନ ହେଲେ କାର୍ଯ୍ୟକ୍ଷେତ୍ରରେ ବିଦ୍ୟାର ପ୍ରୟୋଗ କରିବା ଅସମ୍ଭବ ହୋଇପଡ଼େ। ପୁଣି ବୁଦ୍ଧି ସର୍ବଦା ବିବେକପରିଚାଳିତ ହେବା ଉଚିତ। ତତ୍ତ୍ଵାରା ବହୁ ଅନ୍ୟାୟ ଓ ଅପକର୍ମରୁ ରକ୍ଷା ମିଳେ।
ସ୍ଵାସ୍ଥ୍ୟରକ୍ଷା :-
ସକଳ ପ୍ରକାରର ପ୍ରଚେଷ୍ଟା ଓ ସାଧନ ଲାଗି ସ୍ଵାସ୍ଥ୍ୟ ଏକାନ୍ତ ଆବଶ୍ୟକ ; ତେଣୁ ପ୍ରତ୍ୟେକ ଛାତ୍ର ନିଜର ସ୍ଵାସ୍ଥ୍ୟରକ୍ଷା ପାଇଁ ବିହିତ ବ୍ୟବସ୍ଥା କରିବା ଉଚିତ। ଏଥିପାଇଁ ଆବଶ୍ୟକ ପରିଷ୍କାର ପରିଚ୍ଛନ୍ନତା, ନିୟମିତ ବ୍ୟାୟାମ, ନିର୍ମଳ ବାୟୁ ଓ ଆଲୋକ, ସୁଷମ ନିରାମିଷ ଖାଦ୍ୟ, ଆଳସ୍ୟବର୍ଜନ, କର୍ମଠତା, ମିତାଚାର, ବିଶ୍ରାମ ଓ ନିଦ୍ରା ।
ବ୍ୟବହାରବିଧି ପାଳନ :-
ପ୍ରତ୍ୟେକ ଛାତ୍ରର ଉପଯୁକ୍ତ ବ୍ୟବହାର ଶିକ୍ଷା କରିବା ଉଚିତ। ସେଥିପାଇଁ ପିତୃଭକ୍ତି, ମାତୃଭଲି, ଗୁରୁଭକ୍ତି, ବୟସ୍କମାନଙ୍କ ପ୍ରତି ସମ୍ମାନ, ବିନୟଭାବ, ବନ୍ଧୁମାନଙ୍କ ପ୍ରତି ସୌଜନ୍ୟ, ମିଷ୍ଟାଳାପ ଏବଂ କନିଷ୍ଠମାନଙ୍କ ପ୍ରତି ଶ୍ରଦ୍ଧା ଆଦି ସୁଗୁଣଗୁଡ଼ିକୁ ପ୍ରତ୍ୟେକ ଛାତ୍ର ନିଜ ମଧ୍ୟରେ ସ୍ଥାନ ଦେବା ଉଚିତ।
ସ୍ଵଦେଶବତ୍ସଳତା :-
ପ୍ରତ୍ୟେକ ଛାତ୍ର ନିଜ ଦେଶ ଓ ଜାତିକୁ ସ୍ନେହକରି ଶିଖିବା ଉଚିତ। ପ୍ରତ୍ୟହ କିଛି ସମୟ ତା’ର ନିଜ ଦେଶ ସମ୍ବନ୍ଧରେ ଚିନ୍ତା କରିବା ଆବଶ୍ୟକ, ଯେହେତୁ ‘ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ’।
ଈଶ୍ବରଭକ୍ତି :-
ପ୍ରତ୍ୟେକ ଛାତ୍ର ଆବାଲ୍ୟରୁ ଈଶ୍ବରଙ୍କୁ ଭକ୍ତି କରିବା ଉଚିତ। ଈଶ୍ବରଭକ୍ତି ହିଁ ସମସ୍ତ ଉନ୍ନତିର ମୂଳମନ୍ତ୍ର। ସମସ୍ତ ଦୁଃଖକଷ୍ଟରୁ ମୁକ୍ତିଲାଭ ନିମିତ୍ତ ଈଶ୍ଵରଭକ୍ତି ହିଁ ପ୍ରଧାନ ଅବଲମ୍ବନ ; କାରଣ ଈଶ୍ବରଙ୍କୁ ଭକ୍ତି କରିବାଦ୍ଵାରା ହୃଦୟ ନିର୍ମଳ ହୁଏ ଏବଂ ମନୋବଳ ବୃଦ୍ଧିଲାଭ କରେ।
ସେବାଭାବ :-
ସଂସ୍କୃତରେ ଏକ ଆୟୁବାକ୍ୟ ଅଛି, ‘ପରୋପକାରାୟ ସ୍ଵର୍ଗାୟ’। ସେବା ହେଉଛି ଶ୍ରେଷ୍ଠ ଉପକାର ; ତେଣୁ ପ୍ରତ୍ୟେକ ଛାତ୍ର ନିଜକୁ ସେବାପରାୟଣ କରିବା ଉଚିତ। ଈଶ୍ବରସେବା, ପିତୃସେବା, ମାତୃସେବା, ଗୁରୁସେବା, ଗୃହପାଳିତ ଜନ୍ତୁମାନଙ୍କର ସେବା, ଜନସେବା, ଦେଶସେବା ଓ ସମାଜସେବାରେ ମନ-ଧ୍ୟାନ ଦେବା ଆବଶ୍ୟକ । ଏଥିପାଇଁ ଦୟା, କ୍ଷମା, ନିଃସ୍ୱାର୍ଥପରତା, ପରାର୍ଥପରତା ପ୍ରଭୃତି ସୁଗୁଣଗୁଡ଼ିକୁ ନିଜସ୍ଵ କରିବା ଉଚିତ ।
ମିତବ୍ୟୟ ଓ ମିତସଞ୍ଚୟ :-
ଅମିତବ୍ୟୟିତା ଏକ ମନ୍ଦ ଗୁଣ ଅଟେ; ତେଣୁ ଛାତ୍ରମାନଙ୍କର ଧନବ୍ୟୟରେ ସାବଧାନତା ଅବଲମ୍ବନ କରିବା ଉଚିତ । ମିତବ୍ୟୟ କରିବା ସଙ୍ଗେ ସଙ୍ଗେ କିଛି କିଛି ଧନ ସୟ କରିବା ବିଧେୟ; କିନ୍ତୁ ଧନ ସଞ୍ଚୟ କରିବାକୁ ଯାଇ କୃପଣ ହେବା ଅନୁଚିତ; ତେଣୁ ମିତବ୍ୟୟ ସଙ୍ଗେ ସଙ୍ଗେ ମିତସଞ୍ଚୟ ମଧ୍ଯ ଆବଶ୍ୟକ ।
ସମୟାନୁବର୍ଷିତା :-
ଛାତ୍ର ସର୍ବଦା ସମୟାନୁବର୍ତ୍ତୀ ହେବା ଉଚିତ; କାରଣ ସ୍ୱାସ୍ଥ୍ୟରକ୍ଷା ଓ କର୍ତ୍ତବ୍ୟନିଷ୍ଠା ଲାଗି ସମୟାନୁବର୍ଷିତା ଏକାନ୍ତ ଆବଶ୍ୟକ ।
ନିୟମାନୁବର୍ତ୍ତିତା :-
ଛାତ୍ର ତା’ର ସମସ୍ତ କର୍ତ୍ତବ୍ୟକୁ ଯଥାନିୟମରେ ସାଧନ କରିବା ଉଚିତ । ନିୟମଦ୍ଭଙ୍ଗ କରିବା ଛାତ୍ର ପକ୍ଷରେ ଏକାନ୍ତ ଅନ୍ୟାୟ ଏବଂ ଅପରାଧ ମଧ୍ଯ ।
ଶୃଙ୍ଖଳାଜ୍ଞାନ :-
ପ୍ରତ୍ୟେକ ଛାତ୍ରର ଶୃଙ୍ଖଳାଜ୍ଞାନ ଏବଂ ଶୃଙ୍ଖଳାବୋଧ ରହିଥୁବା ଉଚିତ । ଶୃଙ୍ଖଳା ୱାନ ନ ଥିଲେ ଛାତ୍ରର ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ବାଧାପ୍ରାପ୍ତ ହୁଏ । ସେ ଯୋଗ୍ୟ ନାଗରିକ ଭାବରେ ଗଢ଼ି ହୋଇପାରେ ନାହିଁ, ତେଣୁ ବିଦ୍ୟାଳୟ, ଶ୍ରେଣୀଗୃହ, କ୍ରୀଡ଼ାମଞ୍ଚ, କାର୍ଯ୍ୟାଳୟ, ରାଜପଥ ଓ ବିପଣି-ବିଥ୍ ସବୁ ସ୍ଥାନରେ ତା’ର ଶୃଙ୍ଖଳାପୂର୍ଣ ଭାବରେ କାର୍ଯ୍ୟ କରିବା ଉଚିତ । ଆଚରଣରେ ଶୃଙ୍ଖଳା ଓ ଚିନ୍ତାରେ ମଧ୍ୟ ଶୃଙ୍ଖଳା ରହିବା ଆବଶ୍ୟକ ।
ସଂଯମ :-
କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାସ୍କର୍ଯ୍ୟ- ଏହି ଷଡ଼ରିପୁ ମନୁଷ୍ୟକୁ ସର୍ବଦା ପତନର ଅଚଳ ଗହ୍ବରକୁ ଆକର୍ଷଣ କରନ୍ତି; ତେଣୁ ସଂଯମସାଧନଦ୍ୱାରା ଏମାନଙ୍କୁ ଶୃଙ୍ଖଳିତ କରିବା ଆବଶ୍ୟକ । ସଚିନ୍ତା, ସାତ୍ତ୍ଵିକ ଆହାର ଏବଂ ଦୃଢ଼ ମନୋବଳଦ୍ଵାରା ରିପ୍ଳୁମାନଙ୍କୁ ସଂଯମ କରାଯାଏ ।
ଉପସଂହାର :--
ଛାତ୍ରଜୀବନ ବାସ୍ତବିକ୍ ଆତ୍ମଗଠନର ଉପଯୁକ୍ତ ସମୟ । ଏ ସମୟରେ ଅବହେଳା କଲେ ଛାତ୍ରର ସୁଦୀର୍ଘ ଭବିଷ୍ୟତ ବ୍ୟର୍ଥ ହୋଇଯାଇପାରେ; ତେଣୁ ହୃଦୟରେ ଆଶାବାଦ ଓ ଦୃଢ଼ବିଶ୍ଵାସ ପୋଷଣ କରି ପ୍ରତ୍ୟେକ ଛାତ୍ରର ଉପର୍ୟ୍ୟନ୍ତ ଗୁଣାବଳୀ ଅହରହ ଅଭ୍ୟାସ କରିବା ଆବଶ୍ୟକ ।
***
No comments :
Post a Comment
Thanks for commenting