Search
ଓଡିଆ ରଚନା ଉତ୍କଳ ଦିବସ
ଉନବିଂଶ ଶତକର ଓଡିଶା
ଯୁଗ ଯୁଗ ଧରି ଓଡିଶାବାସୀଙ୍କୁ ସହ୍ୟ କରିବାକୁ ପଡୁଛି ମୋଗଲମାନଙ୍କର ଅତ୍ୟାଚାର, ବର୍ଗୀମାନଙ୍କର ଲୁଣ୍ଠନ, ମରହଟ୍ଟାମାନଙ୍କର ବର୍ବର, ଅମାନୁଷିକ କାର୍ଯ୍ୟକଳାପ ା ଏତିକିରେ ମଧ୍ୟ ଓଡିଶାର ଦୁଃଖ ସରିଯାଇନାହିଁ ା ୧୮୦୩ ମସିହାରେ ମରହଟ୍ଟାମାନଙ୍କୁ ପରାସ୍ତ କରି ଓଡିଶା ମାଟିକୁ ଅଧିକାର କରନ୍ତି ଇଂରେଜମାନେ ା ବାଣିଜ୍ୟ ବ୍ୟବସାୟ କରୁ କରୁ ଧିରେ ଧିରେ ସମଗ୍ର ରାଜ୍ୟ ତାଙ୍କ ଅଧିନକୁ ଚାଲିଯାଏ ା ସେ ସମୟରେ ଓଡିଶା ରାଜ୍ୟ ଏକ ସ୍ଵତନ୍ତ୍ର ପ୍ରଦେଶ ନଥିଲା ା ବଙ୍ଗ, ବିହାର, ଆସାମକୁ ନେଇ ଯେଉଁ ବେଙ୍ଗଲ ପ୍ରେସିଡେନସି ଗଠନ କରାଯାଇଥିଲା ତନ୍ମଧ୍ୟରେ ଓଡ଼ିଶ ଥିଲା ଏକ ଡିଭିଜନ୍ ା ଭାରତବର୍ଷର ଅନ୍ୟାନ୍ୟ ପ୍ରାଦେଶିକ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିଲା ା
ଇଂରେଜମାନଙ୍କର ଓଡିଶା ଅଧିକାର
ଇଂରେଜମାନଙ୍କ ପୂର୍ବରୁ ଓଡିଶା ମରହଟ୍ଟା ଶାସକମାନଙ୍କଦ୍ଵାରା ଶାସିତ ହେଉଥିଲା ା ମରହଟ୍ଟାମାନଙ୍କର ଅତ୍ୟାଚାରରେ ସମଗ୍ର ଓଡ଼ିଶାବାସୀ ଅତିଷ୍ଠ ହୋଇପଡିଥିଲେ ା ଏହାର ସୁଯୋଗ ନେଇଥିଲେ ହରକୋଟ୍ ସାହେବ ା ଏହି ପରିପ୍ରେକ୍ଷୀରେ ହରକୋଟ ସାହେବ ପୁରୀର ମହନ୍ତଙ୍କ ପାଖକୁ ସଂମ୍ପୂର୍ଣ୍ଣ ନିରାପଦ ଯୋଗାଇଦେବା ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ ା ଏହା ପରେ ଖୋର୍ଦ୍ଧାରାଜାଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଇ ସୈନିକମାନଙ୍କର ଯାତାୟତର ସୁବିଧା କରାଇ ଦେଇଥିଲେ ା ମରହଟ୍ଟା ଓ ଇଂରେଜମାନଙ୍କ ମଧ୍ୟରେ ସଂଘର୍ଷ ପରେ ପୁରୀ ଇଂରେଜମାନଙ୍କ ଅଧିନକୁ ଚାଲିଯାଇଥିଲା ା ପୁରୀର ସୁରକ୍ଷା ଦାୟିତ୍ଵ ନେଇଥିଲେ ମେଜର ଫ୍ଲେଚର୍ ା ଧିରେ ଧିରେ ମରହଟ୍ଟା ଶକ୍ତି ଇଂରେଜ ସାମର୍ଥ୍ୟ ପାଖରେ ହାର ମାନୁଥାଏ ା ଇଂରେଜ ସୈନ୍ୟବାହିନୀ କଟକକୁ ଅକ୍ତିଆର କରିବାକୁ ଅଗ୍ରସର ହେଉଥାନ୍ତି ା ଏହି ସମୟରେ ଅହମଦପୁର ଓ ମୁକୁନ୍ଦପୁରଠାରେ ମରହଟ୍ଟା ସୈନ୍ୟର ପ୍ରତିରୋଧର ସମ୍ମୁଖିନ ହୁଅନ୍ତି ଇଂରେଜ ସୈନ୍ୟ ମାତ୍ର ଇଂରେଜମାନଙ୍କର ସାମର୍ଥ୍ୟ ମରହଟ୍ଟା ଶକ୍ତିକୁ ଅତି ସହଜରେ ପରାସ୍ତ କଲେ ା ଅକ୍ଟୋବର ମାସ ୧୪ ତାରିଖରେ ଇଂରେଜମାନେ ବାରବାଟୀ ଦୁର୍ଗ ଅଧିକାର କରନ୍ତି ା ଏହାପରେ କଟକର ପରିଚାଳନା ପାଇଁ ଏକ କମିଶନ ଗଠନ କରାଯାଏ, ଯେଉଁଥିରେ ହରକୋଟ୍, ଟି.ଏଚ୍.ଆର୍ଣ୍ମେଷ୍ଟ ଓ ମାଲଭିଲେ ସଦସ୍ୟ ରୁହନ୍ତି ା ଓଡ଼ିଶାର ରାଜା, ଜମିଦାରମାନେ ବ୍ରିଟିଶ ଶାସକମାନଙ୍କୁ କର ଦେବାକୁ ସମ୍ମତି ପ୍ରଦାନ କରନ୍ତି ା ଧିରେ ଧିରେ ବାଲେଶ୍ଵର ଓ ସମ୍ଵଲପୁର ମଧ୍ୟ ଇଂରେଜମାନଙ୍କ ଅଧିନକୁ ଚାଲିଯାଏ ା ସଂପୂର୍ଣ୍ମ ଓଡିଶା ଦଖଲ ପରେ ୧୮୦୩ ଡିସେମ୍ଵର ମାସରେ କମିଶନରଙ୍କ କାର୍ଯ୍ୟନିର୍ବାହକ କଲେକ୍ଟର ଜେମସ ହତାରଙ୍କୁ ଭୂ-ରାଜସ୍ଵ ନୀତି ପାଇଁ ନିର୍ଦ୍ଦେଶ ଦିଅନ୍ତି ା ଧିରେ ଧିରେ ଓଡିଶା ସମ୍ପୂର୍ଣ୍ଣଭାବରେ ଇଂରେଜମାନଙ୍କ ଅଧିନକୁ ଚାଲିଯାଏ ା ଅର୍ଥନୀତି, ସମାଜନୀତି ସବୁକିଛିର ନିର୍ଦ୍ଧାରକ ସାଜନ୍ତି ଇଂରେଜମାନେ ା ସାମାଜିକ ବିଧି ବ୍ୟବସ୍ଥାର ନବୀକରଣ ନାମରେ ଓଡ଼ିଆ ଜାତି ନିଜର ନିଜସ୍ଵ ସଂସ୍କୃତି ଓ ପରମ୍ପରା ହରାଇ ଦିଏ ା ନୂତନ ଚିନ୍ତା ଚେତନାର ଆଗମନ ନାମରେ ନିଜସ୍ଵ ଫାଇଦା ଉଠାଇବା ପାଇଁ ଚାହିଁଲେ ଇଂରେଜ ସରକାର ା ତେଣୁ ଉନବିଂଶ ଶତାଦ୍ଦୀ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ସର୍ବୋପରି ଜାତୀୟ ଜୀବନ ପାଇଁ ଥିଲା ଏକ ପରୀକ୍ଷାର ସମୟ ା
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉଦ୍ୟମ
୧୯୧୨ମସିହାରେ ଇଂରେଜ ସରକାର ଓଡିଶା-ବିହାରକୁ ନେଇ ବିହାର-ଓଡିଶା ପ୍ରଦେଶ ଗଠନ କରନ୍ତି ା ଫଳରେ ବହୁ ଓଡିଆ ଭାଷାଭାଷୀ ଅଞ୍ଚଳ ଓଡିଶା ଡିଭିଜନ ଭିତରେ ନ ରହି ମାନ୍ଦ୍ରାଜ, ମଧ୍ୟ ପ୍ରଦେଶ ଓ ବଙ୍ଗପ୍ରଦେଶ ସହିତ ମିଶି ରହିଥିଲା ା ତେଣୁ ଏ ସମସ୍ତ ବିଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ପ୍ରରମ୍ଭିକ ପ୍ରସ୍ତୁତି ଆରମ୍ଭ ହେଲା ା ଓଡିଶାକୁ ଇଂରେଜ ଆଗମନର ଠିକ ଶହେ ବର୍ଷ ପରେ ଅର୍ଥାତ୍ ୧୯୦୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ଗଠନ କଲେ ା ଏଥିରେ ତାଙ୍କୁ ସହଯୋଗ କରିଥିଲେ ଗୋପବନ୍ଧୁ ଓ ପାରଳାର ଗଜପତି ମହରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେବ ା ,ସେମାନଙ୍କ ଉଦ୍ୟମରେ ୧୯୬୩ ମସିହା ଅପ୍ରେଲ ମାସ ୧ ତାରିଖରେ ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଘୋଷଣ କରାଗଲା ା ବିହାରରେ ମିଶିଥିବା ଓଡ଼ିଶା ଡିଭିଜନରୁ (କଟକ, ପୁରୀ, ବାଲେଶ୍ଵର, ଅନୁଗୁଳ) ସମ୍ଵଲପୁର ଜିଲ୍ଲା ଓ ସେତେବେଳର ମାନ୍ଦ୍ରାଜରୁ କେତେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ଵତନ୍ତ୍ର ପ୍ରଦେଶ ଗଠନ କରାଗଲା ା ସେହିଦିନଠାରୁ ପ୍ରତିବର୍ଷ ଅପ୍ରଲ ପହିଲାକୁ ଉତ୍କଳ ଦିବସ ଭାବରେ ପାଳନ କରାଗଲା ା
ପାଳନ ବିଧି
ସର ଅଉତ୍କଳ ଦିବନୁଚିନ୍ତା
ଉପସଂହର
Related Posts:-
☝ ଓଡିଆ ରଚନା ସାଧାରଣତନ୍ତ୍ର ଦିବସ
ଓଡିଆ ରଚନା ସାଧାରଣତନ୍ତ୍ର ଦିବସ
ପବିତ୍ର ଜନରାଜ୍ୟ ଦିବସ
୧୯୪୭ ମସିହାରୁ ଅଗଷ୍ଟ ମାସ ୧୫ ତାରିଖକୁ ଯେପରି ସ୍ଵାଧିନତା ଦିବସ ଭାବେ ପାଳନ କରାଯାଉଛି ସେହିପରି ୧୯୫୦ ମସିହାଠାରୁ ଜାନୁଆରୀ ୨୬ ତାରିଖକୁ ସାଧାରଣତନ୍ତ୍ର ଦିବସ ବା ଜନରାଜ୍ୟ ଦିବସ ଭାବେ ପାଳନ କରାଯାଇଆସୁଅଛି ା ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଆମ ଦେଶ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ଵାଧିନତା ପ୍ରାପ୍ତ ହୋଇଥିଲା ସତ; ମାତ୍ର ଦେଶ ଶାସନ ପାଇଁ କୌଣସି ନୀତି ନିୟମ ପ୍ରଣୟନ ହୋଇନଥିଲା କି ସମ୍ଵିଧାନ ନଥିଲା ା ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରେ ଆମ ଦେଶ ଭାରତବର୍ଷ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ପରିଚିତ ହେଲା ା
ପାଳନ ବିଧି
ଏହି ମହାନ ରାଷ୍ଟ୍ରୀୟ ପର୍ବକୁ ବହୁ ଆଡମ୍ଵର ସହକାରେ ପାଳନ କରାଯାଏ ା ରାଜଧାନୀ ଦିଲ୍ଲୀର ଇଣ୍ଡିଆଗେଟଠାରେ ମହାସମାରୋହରେ ଏହା ଅନୁଷ୍ଠିତ ହୁଏ ା ଏହି ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅଭିବାଦନ ପ୍ରଦାନ କରାଯାଏ ା ଜଳ, ସ୍ଥଳ ଓ ବାୟୁସେନା ମୁଖ୍ୟଙ୍କ ଠାରୁ ରାଷ୍ଟ୍ରପତିଙ୍କୁ ଉଚ୍ଛ୍ଵସିତ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଏ ା ଏହି ଉତ୍ସବକୁ ମନଭରି ଉପଭୋଗ କରିବା ପାଇଁ ଦିଲ୍ଲୀ ତଥା ଭାରତର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଜନତା ଆସି ଇଣ୍ଡିଆଗେଟଠାରେ ସମବେତ ହୁଅନ୍ତି ା ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବଟିକୁ ପାଳନ କରାଯାଇଥାଏ ା
ପ୍ରାୟ ସକାଳେ ନିର୍ଦ୍ଧାରିତ ସମୟରେ ରାଷ୍ଟ୍ରପତି ଏକ ସୁସଜ୍ଜିତ ଗାଡିରେ ଆସି ମଞ୍ଚ ନିକଟରେ ଉପସ୍ଥିତ ହୁଅନ୍ତି ା ଅଶ୍ଵାରୋହୀ ଦେହରକ୍ଷୀମାନେ ତାଙ୍କର ଉଭୟ ପାର୍ଶ୍ଵରେ ଥାଆନ୍ତି ା ଅଭିବାହନ ମଞ୍ଚର ପାର୍ଶ୍ଵରେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ଆମ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଉଚ୍ଚପଦାଧିକାରୀମାନେ ଉପସ୍ଥିତ ଥାଆନ୍ତି ା ରାଷ୍ଟ୍ରପତିଙ୍କୁ ପ୍ରଥମେ ପ୍ରଧାନମନ୍ତ୍ରୀ ସ୍ଵାଗତ ଜଣାଇ ମଞ୍ଚ ନିକଟକୁ ନିଅନ୍ତି ା ଠିକ୍ ସେହି ସମୟରେ ୨୧ ଥର ତୋପ ସଲାମି ଦିଆଯାଏ ା ସୈନିକମାନେ ବାଦ୍ୟଧ୍ଵନି ପରିବେଷଣ କରନ୍ତି ା ଏହାପରେ ରାଷ୍ଟ୍ରପତି ରାଷ୍ଟ୍ରବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରନ୍ତି ା ତତ୍ପରେ ଦେଶପାଇଁ ବିଭିନ୍ନ ସମୟରେ ପ୍ରାଣବଳୀ ଦେଇଥିବା ସୈନିକମାନଙ୍କୁ ଏଠାରେ ଉପାଧି ଓ ଫଳକ ପ୍ରଦାନ କରନ୍ତି ା ଜଳ, ସ୍ଥଳ ଓ ଆକାଶବାହିନୀର ସୈନିକମାନଙ୍କ ତରଫରୁ ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରଦର୍ଶନ କରାଯାଇଥାଏ ା ସୈନିକମାନେ ଘୋଡା, ହାତୀ, ଓଟ ଉପରେ ରଙ୍ଗ ବେରଙ୍ଗର ପୋଷାକ ପରିଧାନ କରି ରାଷ୍ଟ୍ରପତିଙ୍କୁ ଅଭିବାଦନ ପ୍ରଦାନ କରନ୍ତି ା ଏହାପରେ ଇଣ୍ଡିଆଗେଟଠାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଦୀର୍ଘ ବାର କିଲୋମିଟର ପଥରେ ବିଭିନ୍ନ ରାଜ୍ୟରୁ ଆସିଥିବା ନର୍ତ୍ତକ ନର୍ତ୍ତକୀମାନଙ୍କ ଦ୍ଵାରା ଲୋକନୃତ୍ୟ ପ୍ରଦର୍ଶନ କରାଯାଏ ା ଖୋଲା ମଟରଗାଡିରା ନର୍ତ୍ତକ ନର୍ତ୍ତକୀମାନେ ସେମାନଙ୍କ ରାଜ୍ୟର ପାରମ୍ପାରିକ କଳାକୃତି ପ୍ରଦର୍ଶନ କରନ୍ତି ା ଶେଷରେ ବାୟୁସେନାର ସୈନିକମାନେ ସ୍ଵତନ୍ତ୍ର ହେଲିକେପ୍ଟରରେ ଆକାଶମାର୍ଗରୁ ତଳକୁ ଆସି ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇବା ପରେ ଉତ୍ସବ ସମାପନ ହୁଏ ା
ରାଜଧାନୀ ଦିଲ୍ଲୀ ବ୍ୟତୀତ ଆମ ଦେଶର ବିଭିନ୍ନ ରାଜ୍ୟର ରାଜଧାନୀମାନଙ୍କରେ, ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟମାନଙ୍କରେ ଏହି ଦିବସ ଯଥାବିଧି ପାଳନ କରାଯାଏ ା ଆମ ଦେଶ ବାହାରେ ରହୁଥିବା ଭାରତୀୟମାନେ ମଧ୍ୟ ଏହି ଦିବସଟିକୁ ଆତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳନ କରିଥାନ୍ତି ା ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପ୍ରଥମେ ପ୍ରଭାତଫେରୀ କରନ୍ତି ା ତତ୍ପରେ ଜାତୀୟ ପତାକା ସମ୍ମୁଖରେ ବୃତ୍ତାକାରରେ ଦଣ୍ଡାୟମାନ ହୋଇ ପତାକା ଉତ୍ତୋଳନ କରନ୍ତି ା ତତ୍ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମିଠାଇ ବିତରଣ କରାଯାଏ ଓ ତତ୍ପରେ ଉତ୍ସବ ପାଳନ ସମାପନ କରାଯାଏ ା
ଆମରାଜ୍ୟର ରାଜଧାନୀ ଭୁବନେଶ୍ଵରରେ ଏହି ଉତ୍ସବ ମହାସମାରୋହରେ ପାଳନ କରାଯାଏ ା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ଓଡିଶାର ପାରମ୍ପାରିକ ଲୋକନୃତ୍ୟ ପରିବେଷଣ କରିବା ସହିତ ପାଲା, ଦାସକାଠିଆ, ସୁଆଙ୍ଗ ଓ ଶାସ୍ତ୍ରୀୟ ନୃତ୍ୟ ଭାବରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥାଏ ା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟସ୍ ଓ ଗାଇଡ ପ୍ରତିନିଧି, ଏନସିସିର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରନ୍ତି ା
ସଂକଳ୍ପବଦ୍ଧର ଦିବସ
ସାଧାରଣତନ୍ତ୍ର ଦିବସ ପାଳନ ମନରେ ଯେତିକି ଗର୍ବ ଆଣେ ସେତିକି ମଧ୍ୟ ଦୁଃଖ ଆଣେ ା ଆମ ଦେଶ ଭାରତବର୍ଷ ଏହା ମଧ୍ୟରେ ଯଥା ସମ୍ଭବ ଉନ୍ନତି କରିଛି; ମାତ୍ର ଭାରତବର୍ଷର ସୁଖଶାନ୍ତି ଅପହଞ୍ଚ ପାଲଟି ଯାଇଛି ା ହିଂସାକାଣ୍ଡ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ପ୍ରଧାନ ଅନ୍ତରାୟ ହୋଇ ଦଣ୍ଡାୟମାନ ହୋଇଛି ା କେବଳ ସାତିକି ନୁହେଁ ଦାରିଦ୍ର୍ୟ, ଦୁର୍ନୀତି, ଅସ୍ପୃଶ୍ୟତା, ଅଶିକ୍ଷା, ଅଜ୍ଞାନତାର ଚେର ମାଡିମାଡି ଚାଲିଛି ା ତେଣୁ ଏଇ ପବିତ୍ର ଦିବସରେ ଏହିସବୁ ସମସ୍ୟାକୁ ଦୂରିଭୂତ କରିବାପାଇଁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଏବଂ ଶାସକବର୍ଗ ସମସ୍ତେ ଶପଥ ନେବା ଉଚିତ ା ଆମେ ଯଦି ଆମର ତ୍ରୁଟି ବିଚ୍ୟୁତିକୁ ଦୂର କରିବାକୁ ଚେଷ୍ଟା ନ କରିବା, ତାହାହେଲେ ଆମେ ବାହ୍ୟ ବିପଦରୁ ସହଜରେ ମୁକୁଳି ପାରିବା ନାହିଁ ା
ଉପସଂହାର
ଆମ ଦେଶ ଭାରତବର୍ଷ ଏକ ଉନ୍ନତ ପରମ୍ପରା ଓ ଐତିହ୍ୟବୋଧ ଉପରେ ପ୍ରତିଷ୍ଠିତ ା ଆମର ପରମ୍ପରା ମହାଭାରତଠାରୁ ଆରମ୍ଭ କରି ଇଂରେଜ ଶାସନ ପର୍ଯ୍ୟନ୍ତ ଭାରତୀୟମାନଙ୍କୁ ଏକତ୍ଵର ମହାମନ୍ତ୍ରରେ ବାନ୍ଧି ରଖି ପାରିଛି ା ଏତଦ୍ ବ୍ୟତିତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାଠି ବଞ୍ଚି ରହିବା ମନୋବୃତ୍ତି ରହିଛି ା ଭାରତବର୍ଷରେ ଯେତେ ବିଭେଦ ଥିଲେ ମଧ୍ୟ ଏହାର ଏକ ଜାତୀୟ ପରମ୍ପରା ରହିଛି ା ଏକତ୍ର ବାସ କରିବାର ମନୋବୃତ୍ତି ରହିଛି ା ଗୋଟିଏ ଜାତି ହୋଇ ବଞ୍ଚି ରହିବାର ଆଦର୍ଶ ମଧ୍ୟ ଆମ ଭିତରେ ଅଛି ା ତେଣୁ ଜନସାଧାରଣଙ୍କ ହୃଦୟରେ ଏହି ଜାତୀୟବୋଧକୁ ଉଦ୍ରେକ କରିବା ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅନୁଚିନ୍ତା ହେବା ଦରକାର ା
*****
Related Posts:-
ଓଡିଆ ରଚନା ଗୁରୁ ଦିବସ
ଓଡିଆ ରଚନା ଗୁରୁ ଦିବସ
ପ୍ରାଚିନ ସମୟର ଗୁରୁ ପରମ୍ପରା
ପ୍ରାଚିନ କାଳରେ ଆମ ଦେଶ ଭାରତବର୍ଷରେ ଗୁରୁ ପରମ୍ପରାର ଏକ ସୁଦୃଢ ଭିତ୍ତିଭୂମି ରହିଥିଲା ା ବୈଦିକ କାଳରେ ଆର୍ଯ୍ୟମାନଙ୍କର ଏକ ଧାରଣା ଥିଲା ଯେ ବିନା ଗୁରୁରେ ବିଦ୍ୟା ଶିକ୍ଷା ଅସମ୍ଭବ ା ଗୁରୁ ଏବଂ ଶିଷ୍ୟ ଉଭୟଙ୍କର ସହଯୋଗରେ ବିଦ୍ୟା ଅର୍ଜନ କରାଯାଇଥାଏ ା ସେ ସମୟରେ ଗୁରୁ ଶିଷ୍ୟର ଛାତି ସ୍ପର୍ଶ କରି କହନ୍ତି- "ଆଜିଠାରୁ ଆମ ଦୁହିଁଙ୍କ ମଧ୍ୟରେ ଚିରନ୍ତନ ସ୍ନେହ ଓ ବିଶ୍ଵାସ ବିରାଜମାନ କରୁ" ା 'ଉପନୟନ' କର୍ମରେ 'ଅଶ୍ଚାରୋହଣ' ନାମକ ଏକ କର୍ମ ରହିଛି ା ଏହି କର୍ମରେ ଶିଷ୍ୟକୁ ଗୋଟିଏ ଶିଳ ଉପରେ ଚଢିବାକୁ ହୁଏ ା ଏହାର ଅର୍ଥ ହେଉଛି ଗୁରୁ ସେତେବେଳେ ଶିଷ୍ୟକୁ ପଥର ଭଳି ମନକୁ ସୁଦୃଢ କରିବା ପାଇଁ ଉପଦେଶ ପ୍ରଦାନ କରନ୍ତି ା ବ୍ରହ୍ମଚର୍ଯ୍ୟାଶ୍ରମ ପରେ ଗୁରୁଙ୍କ ଆଶ୍ରମରେ ଶେଷ ସ୍ନାନ କରି ଶିଷ୍ୟ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ା ବ୍ରହ୍ମଚର୍ଯ୍ୟା ବ୍ରତ ପାଳନ ସମୟରେ ଶିଷ୍ୟ ମୁଣ୍ଡରେ ତେଲ ଲଗାଏ ନାହିଁ ା ସ୍ନାନ କରିବା ପରେ ବା ସ୍ନାତକ ହେବା ପରେ ଗୁରୁପତ୍ନୀ ତାଙ୍କୁ ବାସନା ତେଲ ଲଗାଇ ମୁଣ୍ଡ କୁଣ୍ଡାଇ ଭଲ ଲୁଗା ପିନ୍ଧାଇ ଦିଅନ୍ତି ା ଏହାହିଁ ଥିଲା ପ୍ରାଚୀନ କାଳର ଗୁରୁ ପରମ୍ପରା ା
ବର୍ତ୍ତମାନ ସମୟର ଗୁରୁ ପରମ୍ପରା
ପ୍ରାଚିନ କାଳରେ ଏତାଦୃଶ ପରମ୍ପରା କିନ୍ତୁ ବର୍ତ୍ତମାନ ଆଉ ଦେଖିଵାକୁ ମିଳୁନାହିଁ ା ଗୁରୁ-ଶିଷ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଆବଦ୍ଧ ା ଆମ ଦେଶର ପ୍ରତି ଶିକ୍ଷାନୁଷ୍ଠାନରେ ସେପ୍ଟେମ୍ଵର ମାସ ୫ ତାରିଖକୁ 'ଗୁରୁଦିବସ' ଭାବେ ପାଳନ କରାଯାଉଛି ା ଏହିଭଳି ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷିକାମାନଙ୍କୁ ପୂଜା କରି ମହାନ୍ ଐତିହ୍ୟ ଓ ପରମ୍ପରାକୁ ପୁନର୍ଜୀବିତ କରିବାର ପ୍ରୟାସ କରନ୍ତି ା ଏହି ଦିନ ପ୍ରାଚୀନ ସମୟର ଗୁରୁ-ଶିଷ୍ୟ ପରମ୍ପରା, ଶିଷ୍ୟମାନଙ୍କର ଗୁରୁ ସହ ସମ୍ପର୍କ, ପ୍ରାଚୀନ ଶିକ୍ଷା ପ୍ରଣାଳୀ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଏ ା ଭାରତୀୟ ଗୁରୁ ପରମ୍ପରାର ସ୍ମାରକୀ ସ୍ଵରୂପ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଏହି ଦିବସକୁ ପାଳନ କରିଥାନ୍ତି ା ସେପ୍ଟେମ୍ଵର ମାସ ୫ ତାରିଖ ହେଉଛି ଆମ ଦେଶର ପୂର୍ବତନ ରାଷ୍ଟ୍ରପତି, ପ୍ରଖ୍ୟାତ ଦାର୍ଶନୀକ ସାର୍ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ା ରାଧାକ୍ରିଷ୍ଣନ ଜଣେ ଆଦର୍ଶ ଶିକ୍ଷକ ଥିଲେ ା ଶିକ୍ଷା ଶିକ୍ଷକ ପଦ ସହିତ ଜଡ଼ିତ ବ୍ୟକ୍ତି ଭାରତର ସର୍ବଶ୍ରେଷ୍ଠ ପଦବୀ ମଣ୍ଡନ କରି ପାରିଥିଲେ ା ତେଣୁ ଶିକ୍ଷକମାନଙ୍କର ସମ୍ମାନ ପାଇଁ ତାଙ୍କର ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ ା ତେଣୁ ପ୍ରତିବର୍ଷ ତାଙ୍କର ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରାଯାଇ ତାଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରାଯିବା ସହିତ ଗୁରୁ ପରମ୍ପରାର ମହାନତାକୁ ମଧ୍ୟ ସ୍ମରଣ କରାଯାଉଛି ା
ରାଧାକ୍ରିଷ୍ଣନଙ୍କ ଜୀବନାଲେଖ୍ୟ
ରାଧାକ୍ରିଷ୍ଣନ ୧୮୮୮ ମସିହା ସେପ୍ଟେମ୍ଵର ମାସ ୫ ତାରିଖ ଦିନ ମାଡ୍ରାସର ଚିରୁତ୍ତାଣିଠାରେ ଜନ୍ମ ଗ୍ରହଣ କରିଥିଲେ ା ଭେଲୋରର ବୁରହଦ କଲେଜରୁ ଏଣ୍ଟ୍ରାନ୍ ଓ ଏଫ୍. ଏ. ପାସ୍ କରିଥିଲେ ା ତତ୍ପରେ ମଡ୍ରାସର ଖ୍ରୀଷ୍ଟିଆନ କଲେଜରୁ ଦର୍ଶନରେ ପ୍ରଥମ ହୋଇ ସ୍ନାତକ ଶ୍ରେଣୀ ଇତ୍ତୀର୍ଣ୍ଣ ହୋଇଥିଲେ ା ଏହା ପରେ ବିଶ୍ଵବିଦ୍ୟାଳୟରେ ଦର୍ଶନଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିଲେ ା ୧୯୦୯ ମସହାରେ ମାଡ୍ରାସର ପ୍ରେସିଡେନ୍ସି କଲାଜରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ ା ଏହା ପରେ ମହୀଶୂର ବିଶ୍ଵବିଦ୍ୟାଳୟରେ ଦର୍ଶନ ବିଭାଗର ମୁଖ୍ୟ ଓ ୧୦୨୧ ମସହାରେ କଲିକତା ବିଶ୍ଵବିଦ୍ୟାଳୟରେ ଦର୍ଶନ ବିଭାଗର ମୁଖ୍ୟ ଭାବେ ଯୋଗ ଦେଇଥିଲେ ା ୧୯୨୬ ମସିହାରେ ହାର୍ଭାଡ ଠାରେ ଅନୁଷ୍ଠିତ ଅନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ଭରତର ପ୍ରତିନିଧିତ୍ଵ କରି ଭାରତୀୟ ଦର୍ଶନତତ୍ତ୍ଵର ବ୍ୟାଖ୍ୟା କରିଥିଲେ ା ଆନ୍ଧ୍ର ବିଶ୍ଵବିଦ୍ୟାଳୟର କୁଳପତି ଭାବରେ ୧୯୩୧ ମସିହାରେ ଯୋଗଦେଇ ଥିଲେ ା ୧୯୩୯ ମସିହାରେ ବନାରସି ହିନ୍ଦୁ ବିଶ୍ଵବିଦ୍ୟାଳୟରେ କୁଳପତି ରୂପେ ମନୋନୀତ ହୋଇଥିଲେ ା ୧୯୪୯ ମସିହାରେ ତାଙ୍କୁ ରୁଷିଆର ରାଷ୍ଟଦୂତ ଭାବେ ନିଯୁକ୍ତି କରାଯାଇଥିଲା ା ଏଥିପାଇଁ ତାଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଅନୁରୋଧ କରିଥିଲେ ା ୧୯୬୨ ମସିହାରେ ସେ ହେଲେ ଭାରତବର୍ଷର ଦ୍ଵିତୀୟ ରାଷ୍ଟପତି ା ୧୯୬୩ ମସିହାରେ ତାଙ୍କୁ ଇଂଲଣ୍ଡର ସର୍ବୋଚ ଉପାଧି 'order of merit' ପ୍ରଦାନ କରାଯାଇଥିଲା ା ୧୯୬୭ ମସିହାରେ ରାଷ୍ଟ୍ରପତି ପଦବୀରୁ ବିଦାୟ ନେଲେ ା ତାଙ୍କର କର୍ମମୟ ଜୀବନ, ଆଦର୍ଶ ଓ ନିଷ୍ଠା ଛାତ୍ର ସମାଜ ପାଇଁ ପ୍ରେରଣାର ଉତ୍ସ ା ତେଣୁ ତାଙ୍କର ପୁଣ୍ୟ ଜନ୍ମତିଥି ଗୁରୁ ଦିବସ ଭାବେ ପାଳିତ ହୋଇଥାଏ ା
ଉପସଂହାର
ଛାତ୍ରର ଭବିଷ୍ୟତ ଗଠନର ଗୁରୁଦାୟିତ୍ଵ ଗୁରୁମାନଙ୍କର ହସ୍ତରେ ନ୍ୟସ୍ତ ା ଶତପଥ ବ୍ରହ୍ମାଣ୍ଡରେ ଜଣେ ଛାତ୍ର ଜ୍ଞାନୀ ହେବାକୁ ହେଲେ ଭଲ ବାପା, ଭଲ ମା, ଭଲ ଆଚାର୍ଯ ମିଳିବା ଆବଶ୍ୟକ ବୋଲି କୁହାଯଇଛି ା ଆଚାର୍ଯମାନେ ଶିଷ୍ୟକୁ କହିଥାନ୍ତି ଆମ୍ଭେମାନେ (ବାପା, ମା ଓ ଆଚାର୍ଯ) ଯେଉଁ ଯେଉଁ ସୁକାର୍ଯ କରୁଛୁ ତୁମେ ସେଗୁଡିକୁ ଅନୁସରଣ କର ା ତେଣୁ ଗୁରୁଙ୍କର ଆଶୀର୍ବାଦ ଶିଷ୍ୟକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇଥାଏ ା ଗୁରୁକ଼ୃପା ଲାଭକରି ଶିଷ୍ୟ ଯଶସ୍ଵୀ ହୁଏ ା
*****
Related Posts:-
ଓଡିଆ ରଚନା ଶିଶୁ ଦିଵସ
ଓଡିଆ ରଚନା ଶିଶୁ ଦିଵସ
ଭଵିଷ୍ୟତର ଦାୟାଦ- ‘ଶିଶୁ’
“ଆଜିର ଶିଶୁ କାଲିର ଭଵିଷ୍ୟତ” ା ଭଵିଷ୍ୟତର ସ୍ଵପ୍ନ, ଆଶା ଓ ଭରସା ା ଦେଶ ଓ ଜାତିର ମେରୁଦଣ୍ଡ ା ତା’ର ମନ ସରଳ ଓ ଅନାଵିଳ ା ଛନ୍ଦ, କପଟ, ହିଂସାଠାରୁ ସେ ଦୂରରେ ା ସେଥିପାଇଁ ଶିଶୁ ଇଶ୍ଵରଙ୍କ ସହ ତୁଳନୀୟ ା ଆଗାମୀ ସମାଜର ଭଵିଷ୍ୟତକୁ ଉପଯୁକ୍ତ ଭାଵରେ ଗଢି ତୋଳିଵାର ଦାୟିତ୍ଵ ଆମ୍ଭ ସଭିଙ୍କର ା ତେଣୁ ସ୍ଵାଧୀନତା ଦିଵସ, ସାଧାରଣତନ୍ତ୍ର ଦିଵସ, ଗୁରୁ ଦିଵସ ପରି ଶିଶୁମାନଙ୍କ ପାଇଁ 'ଶିଶୁ ଦିଵସ’ ପାଳନ କରାଯାଉଛି ା ଆମ ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜଵାହରଲାଲ୍ ନେହେରୁ ଶିଶୁମାନଙ୍କୁ ଵେଶୀ ଭଲ ପାଉଥ଼ଲେ ା ତେଣୁ ତାଙ୍କର ପୁଣ୍ୟ ଜନ୍ମତିଥିରେ ନଭେମ୍ଵର ମାସ ୧୪ ତାରିଖକୁ ଶିଶୁ ଦିଵସ ଭାଵରେ ପାଳନ କରାଯାଇଥାଏ ା ପଣ୍ଡିତ ଜଵାହରଲାଲ୍ ନେହେରୁ ଶିଶୁମାନଙ୍କ ପ୍ରତି କୌଣସି ପ୍ରକାର ଅଵହେଳାକୁ ଵରଦାସ୍ତ କରୁନଥ଼ଲେ ା ତାଙ୍କ ଦୃଷ୍ଟିରେ ଏହା ଥିଲା ଅକ୍ଷମଣୀୟ ଅପରାଧ ା ଶିଶୁଟି ଯଦି ଭଵିଷ୍ୟତରେ ଆଦର୍ଶ ନାଗରିକ ହୋଇ ପାରିଵ, ତା’ହେଲେ ଦେଶର ସର୍ଵାଙ୍ଗୀନ ଉନ୍ନତି ହୋଇପାରିଵ ା ତେଣୁ ପିତା, ମାତା, ଶିକ୍ଷକମାନେ ଶିଶୁର ପ୍ରତିଟି କାର୍ଯ୍ୟ ପ୍ରତି ସଚେତନ ହେଵା ସହିତ ଶିଶୁର ଶାରୀରିକ ଓ ମାନସିକ ଵିକାଶ ପାଇଁ ଯଥାସାଧ୍ୟ ଉଦ୍ୟମ କରିଵା ଉଚିତ ା
ଶିଶୁ ଦିଵସ ପାଳନ
ପ୍ରତିଵର୍ଷ ନଭେମ୍ଵର ମାସ ୧୪ ତାରିଖ ଦିନ ଵିଦ୍ୟାଳୟମାନଙ୍କରେ ଶିଶୁ ଦିଵସ ପାଳନ କରାଯାଏ ା ଏଥିନିମନ୍ତେ ଵିଶେଷ ପ୍ରକାରର ଉତ୍ସଵର ଆୟୋଜନ କରାଯାଏ ା ଏହି ଉତ୍ସଵରେ ଶିଶୁମାନେ ଯୋଗ ଦେଇ ଵିଶେଷ ଆନନ୍ଦ ଅନୁଭଵ କରନ୍ତି ା ଶିଶୁ ଦିଵସ ଦିନ ଵିଦ୍ୟାଳୟମାନଙ୍କରେ ପାଠପଢା ବନ୍ଦ ରହେ ା ସକାଳୁ ସକାଳୁ ପିଲାମାନେ ଯାଇ ଵିଦ୍ୟାଳୟରେ ପହଞ୍ଚନ୍ତି ା ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ା ପିଲାମାନେ ସହର ପରିକ୍ରମା କରନ୍ତି ା ଵିଦ୍ୟାଳୟରେ ଜଵାହରଲାଲ୍ ନେହେରୁଙ୍କର ଫଟୋ ପାଖରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଏ ା ଏହା ପରେ ସଭାକାର୍ଯ୍ୟ ଆରମ୍ଭ ହୁଏ ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ଏଥିରେ ଯୋଗ ଦିଅନ୍ତି ା ନେହେରୁଙ୍କ ଜୀବନୀ, ତାଙ୍କର ନିଷ୍ଠା, କର୍ତ୍ତବ୍ୟପରାୟଣତା ସମ୍ପର୍କରେ ଆଲୋଚନା କରାଯାଏ ା
ନେହେରୁଙ୍କ ଜୀବନୀ
ଜଵାହରଲାଲ୍ ୧୮୮୯ ମସିହା ନଭେମ୍ଵର ମାସ ୧୪ ତାରିଖରେ ଆହ୍ଲାବାଦର ଆନନ୍ଦ ଭବନରେ ଜନ୍ମଗ୍ରହଣ କରିଥିଲେ ା ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ବେଶ୍ ଗୁରୁତପୂର୍ଣ୍ଣ ଥିଲା ା ଜନସେବା ଥିଲା ତାଙ୍କ ଜୀଵନର ପ୍ରମୁଖ ଲକ୍ଷ୍ୟ ା ସେ ଥିଲେ ନବ ଭାରତର ନିର୍ମାତା ା ଭାରତୀୟ ଜନଜୀଵନ, ଭାରତୀୟ ମୁକ୍ତିସଂଗ୍ରାମ, ଅର୍ଥନୀତି, ରାଜନୀତି, ବିଶ୍ଵଶନ୍ତି, ପଞ୍ଚବାର୍ଷିକ ଯୋଜନା, ପଞ୍ଚଶୀଳ ନୀତି ଇତ୍ୟାଦି ଦିଗରେ ତାଙ୍କର ନେତୃତ୍ଵ ଅବିସ୍ମରଣୀୟ ା ମହାତ୍ମାଗାନ୍ଧୀଙ୍କର ସ୍ଵପ୍ନର ଭାରତବର୍ଷକୁ ସାକାର ରୂପ ଦେବାକୁ ସେ ପ୍ରଚେଷ୍ଟା କରିଥିଲେ ା ସେ ଥିଲେ ମହାନ୍ ବ୍ୟକ୍ତିତ୍ଵର ଅଧିକାରୀ ା ସେ ଥିଲେ ସ୍ଵଦେଶପ୍ରେମୀ ା ସାଧୁତା ଓ ନିଷ୍କପଟତା ତାଙ୍କ ଜୀବନର ବ୍ରତ ଥିଲା ା ପ୍ରଧାନମନ୍ତ୍ରୀ ହେଵା ପରେ ସେ ଭାରତର ଉନ୍ନତିକଳ୍ପେ ବହୁ ଯୋଜନା ପ୍ରଣୟନ କରିଥିଲେ ା ଶିଳ୍ପ, ବାଣଜ୍ୟ, ବୈଦେଶିକ ନୀତି, ଅର୍ଥନୀତିକୁ ସୁଦୃଢ କରିଵା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ା ସମଗ୍ର ମାନବ ସମାଜକୁ ଭଲପାଇବା ଥିଲା ତାଙ୍କ ଚରିତ୍ଵର ଵୈଶଷ୍ଠ୍ୟ ା ସେ ଯେ ଜଣେ ଉଦାର ମାନବଵାଦୀ ତାହା ତାଙ୍କର ଉନ୍ନତ ବିଚାରଧାରାକୁ ପ୍ରତିଭାତ ହୋଇଥାଏ ା
ଗୋଷ୍ଠୀ ନିରପେକ୍ଷ ଚେତନା ତାଙ୍କ ଦୂରଦୃଷ୍ଟିର ପରିଚୟ ପ୍ରଦାନ କରିଥାଏ ା ବିଶ୍ଵରେ ଶାନ୍ତି, ମୈତ୍ରୀ, ସଦ୍-ଭାଵର ବାତାବରଣ ଆନୟନ ପାଇଁ ଏହା ଉଦିଷ୍ଟ ଥିଲା ା ସଂକୀର୍ଣ୍ଣ ମାନସିକତା, ବ୍ୟକ୍ତିଗତ ସ୍ଵାର୍ଥ, ସଂକୀର୍ଣ୍ଣ ଜାତୀୟତାଵୋଧକୁ ସେ ଘୃଣା କରୁଥିଲେ ା ମାନବ ହୃଦୟରେ ଜାତୀୟତାଵୋଧ ଜାଗ୍ରତ କରିବା ପାଇଁ ସେ ସଦାସର୍ବଦା ଆହ୍ଵାନ ଦେଉଥିଲେ ା ଶାନ୍ତି, ସଦ୍-ଭାଵ ପ୍ରତିଷ୍ଠାର ଅର୍ଥ ଏକ ଶାନ୍ତ ସୁନ୍ଦର ସମାଜର ପ୍ରତିଷ୍ଠା ବୋଲି ସେ ଧରି ନେଇଥିଲେ ା ନେହେରୁ ମଧ୍ୟ ଜଣେ ଭଲ ଲେଖକ ଥିଲେ ା ତାଙ୍କ ରଚିତ "Letters from a father to his daughter" Autobiography, Discovery of India 'Glimpses of 'World history' ଅନ୍ୟତମ ା ନେହେରୁ ତାଙ୍କ କନ୍ୟା ଇନ୍ଦିରାଙ୍କ ପାଖକୁ ପଠାଇଥିବା ଉପଦେଶାତ୍ମକ ପତ୍ରାବଳୀ ସମୂହ ପାଠକରି ଛାତ୍ରଛାତ୍ରୀମାନେ ପ୍ରେରଣା ଲାଭ କରିଵା ଉଚିତ ା ନେହେରୁଙ୍କ ଜୀବନୀ ସମ୍ଵନ୍ଧୀୟ ଶିକ୍ଷଣୀୟ କଥାମାନ ଛାତ୍ରଛାତ୍ରୀମାନଙ୍କ ପ୍ରେରଣା ଉଦ୍ଦେଶ୍ୟରେ ପ୍ରଦାନ କରାଯିବା ପରେ ଦେଶାତ୍ମଵୋଧକ ସଂଗୀତ ପରିଵେଷଣ କରାଯାଏ ା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମିଷ୍ଟାନ୍ନ ଵଣ୍ଟାଯାଇ ଶିଶୁ ଦିଵସ ଉପଲକ୍ଷେ ଆୟୋଜନ କରାଯାଉଥିଵା ସଭା ସମାପ୍ତ ହୁଏ ା ସନ୍ଧ୍ୟା ସମୟରେ ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶିତ ହୁଏ ା ଆକାଶଵାଣୀ ଓ ଦୂରଦର୍ଶନରେ ଶିଶୁମାନଙ୍କ ଉପଲକ୍ଷେ ଵିଭିନ୍ନ କାର୍ଯ୍ୟକ୍ରମମାନ ପ୍ରସାରିତ ହୁଏ ା ଵିଭିନ୍ନ ଅଞ୍ଚଳରେ ଶିଶୁମାନଙ୍କୁ ନେଇ ଉତ୍ସଵର ଆୟୋଜନ କରାଯାଇଥାଏ ା ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଦେଶ ବିଦେଶର ବିଶିଷ୍ଟ ଵ୍ୟକ୍ତିମାନେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରନ୍ତି ା
ଉପସଂହାର
ଵାସ୍ତଵିକ ଶିଶୁ ଦିଵସ ପାଳନ ପଛରେ ରହିଛି ମହତ ଉଦ୍ଦେଶ୍ୟ ା ଆଦର୍ଶ ଓ କର୍ତ୍ତଵ୍ୟନିଷ୍ଠାକୁ ପାଥେୟ କରି ଶିଶୁମାନେ ସୁନାଗରିକ ହୋଇ ଦେଶ ଓ ଜାତିର ଉନ୍ନତି ପାଇଁ ଵଦ୍ଧପରିକର ହେଵା ଉଚିତ ା ଦୂରଦୃଷ୍ଟିସମ୍ପନ୍ନ ହେବା ସହିତ ନିଜର ଅନ୍ତର୍ନିହିତ ଶକ୍ତି ଓ ସାମର୍ଥ୍ୟ ପ୍ରତି ପ୍ରତ୍ୟେକ ଶିଶୁ ସଚେତନ ହେବା ଉଚିତ ା ଶିଶୁମାନେ ଶିକ୍ଷାଦୀକ୍ଷା ଲାଭ କରି ଉତ୍ତମ ଚରିତ୍ର ସମ୍ପନ୍ନ କିପରି ହୋଇପାରିବେ ଏଥିପ୍ରତି ପିତାମାତାଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ସମାଜ ମଧ୍ୟ ଯତ୍ନବାନ ହେବା ଉଚିତ ା
*****
Related Posts:-
ଓଡିଆ ରଚନା ଗୁରୁ ଦିବସ
ESSAY ON MY MOTHER
Mother is a divine gift to man. She
is an embodiment of affection. I have also a mother. She lives at home in our
family.
Her education-
My mother has education. She is educated
lady. She can read and write.
Her work-
My mother lives inside the home. She
cooks food for us. She sweeps the courtyard and the floors. She smears them
with dung and water. She keeps the house neat and clean. She keeps everything
in order. All the household things are in charge of her. She prepares jelly,
jam and condiments. She makes the condiment of the green mango, lemon and
tamarind. She preserves them in the earthen vessels. She churns the cream and
makes curd and ghee. She makes different kinds of cake for us. She cleans the
cowshed and takes care of the cow. She
steams the paddy, dries it and husks it. She prepares betel for my father and
for herself.
Her love and care-
My mother loves me very much. She never
gets angry with me. She always speaks very kindly and softly. If I fall ill,
she sheds tear. She prays to god for my quick relief. She sits by me on my
sick-bed and moves her palm gently on my body.
Conclusion-
My mother leads a life of service and
sacrifice. She has been serving me since the time of my birth. Hence, I owe a
great deal to her a mother’s debt is unrepayable.
ENGLISH ESSAY MY STUDY
Introduction- For
all the time, except the school-hours, I study at home and prepare my lesson. I
prepare the tasks given by the teachers. I read and write many other things for
my self-improvement so, my father has set apart a room for my study. It is my
study room.
Situation-
My study is at a little distance from the dwelling of our family. It stands
very close to our garden of flowers. Two of the windows overlook the many-co-loured
sights of this beautiful garden.
Nature of
building- The length of my study is fourteen feet. It is ten feet broad. It is
made of brick and mortar. The roof of it is made of bamboo and straw. The walls
are white-washed. The floor is cemented. There is a door. There are a couple of
windows. Wooden railings have been set to them. The railing and the blanks are
blue and varnished. Hence, it is a small-sized beautiful room.
Arrangements- The arrangements in my study are neat and tidy. There are a table and a chair in it. The surface of the table is wrapped with a table cloth. On it I have placed my books reference, such as a dictionary and a book of general knowledge. There is a book –self in my study room. There I have kept my books and khatas in order. I have a single bed cot in my study. Sometime I lie on it and read the light readers. I have got a kerosene lamp. The glass of it is blue and nice. Beside, I have arranged all the tools and sundries which are necessary for my works as a student.
Description- My study is properly decorated. I have decked my walls with the photos of natural sceens. The front wall is painted green and blue. The photos of Mahatma Gandhi, Jawaharlal Nehru, Subash Chandra Bose, Rabindra Nath Tagore and Lal Bahadur Sastri have been hung on the walls. There are many mottoes too. My study is specially decorated on the day of special occasion. I keep my study neat and clean. I sweep its floor twice a day. I wash its floor twice a month. So, it looks ever new. My room is clean and beautiful.
Conclusion- My study is the best friend of me. Whenever I feel troubled in my mind, I come to my study and seek solace from it. Through its windows I look at the distant sky. I see the play of seasons. I see changes of weather, I see the rainbow and the changing colours of clouds. I see the little beautiful birds flying in the sky. I see the son sining, the moon beaming and the numberless stars twinkling in the dark. Here I visualize the rosy picture of my future. I like my study. To me it is a source of joy and inspiration.
*****
National language for india
Nation Language for India
National language for india |
world Peace essay
World Peace
Introduction:-world Peace essay |
AEROPLANE ACCIDENT ESSAY
Aeroplane Accident
Introduction:-AEROPLANE ACCIDENT |
How the cause is detected:-
Conclusion:-