Essay, Letter, Application, Grammar and Job

Search

ଓଡିଆ ରଚନା ଉତ୍କଳ ଦିବସ

No comments


 

ଉନବିଂଶ ଶତକର ଓଡିଶା

ଯୁଗ ଯୁଗ ଧରି ଓଡିଶାବାସୀଙ୍କୁ ସହ୍ୟ କରିବାକୁ ପଡୁଛି ମୋଗଲମାନଙ୍କର ଅତ୍ୟାଚାର, ବର୍ଗୀମାନଙ୍କର ଲୁଣ୍ଠନ, ମରହଟ୍ଟାମାନଙ୍କର ବର୍ବର, ଅମାନୁଷିକ କାର୍ଯ୍ୟକଳାପ ା ଏତିକିରେ ମଧ୍ୟ ଓଡିଶାର ଦୁଃଖ ସରିଯାଇନାହିଁ ା ୧୮୦୩ ମସିହାରେ ମରହଟ୍ଟାମାନଙ୍କୁ ପରାସ୍ତ କରି ଓଡିଶା ମାଟିକୁ ଅଧିକାର କରନ୍ତି ଇଂରେଜମାନେ ା ବାଣିଜ୍ୟ ବ୍ୟବସାୟ କରୁ କରୁ ଧିରେ ଧିରେ ସମଗ୍ର ରାଜ୍ୟ ତାଙ୍କ ଅଧିନକୁ ଚାଲିଯାଏ ା ସେ ସମୟରେ ଓଡିଶା ରାଜ୍ୟ ଏକ ସ୍ଵତନ୍ତ୍ର ପ୍ରଦେଶ ନଥିଲା ା ବଙ୍ଗ, ବିହାର, ଆସାମକୁ ନେଇ ଯେଉଁ ବେଙ୍ଗଲ ପ୍ରେସିଡେନସି ଗଠନ କରାଯାଇଥିଲା ତନ୍ମଧ୍ୟରେ ଓଡ଼ିଶ ଥିଲା ଏକ ଡିଭିଜନ୍ ା ଭାରତବର୍ଷର ଅନ୍ୟାନ୍ୟ ପ୍ରାଦେଶିକ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିଲା ା

 ଇଂରେଜମାନଙ୍କର ଓଡିଶା ଅଧିକାର

        ଇଂରେଜମାନଙ୍କ ପୂର୍ବରୁ  ଓଡିଶା ମରହଟ୍ଟା ଶାସକମାନଙ୍କଦ୍ଵାରା  ଶାସିତ ହେଉଥିଲା ା  ମରହଟ୍ଟାମାନଙ୍କର ଅତ୍ୟାଚାରରେ ସମଗ୍ର ଓଡ଼ିଶାବାସୀ ଅତିଷ୍ଠ ହୋଇପଡିଥିଲେ ା ଏହାର ସୁଯୋଗ ନେଇଥିଲେ ହରକୋଟ୍ ସାହେବ ା ଏହି ପରିପ୍ରେକ୍ଷୀରେ ହରକୋଟ ସାହେବ ପୁରୀର ମହନ୍ତଙ୍କ ପାଖକୁ ସଂମ୍ପୂର୍ଣ୍ଣ ନିରାପଦ ଯୋଗାଇଦେବା ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ ା  ଏହା ପରେ ଖୋର୍ଦ୍ଧାରାଜାଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଇ ସୈନିକମାନଙ୍କର ଯାତାୟତର ସୁବିଧା କରାଇ ଦେଇଥିଲେ ା ମରହଟ୍ଟା ଓ ଇଂରେଜମାନଙ୍କ ମଧ୍ୟରେ ସଂଘର୍ଷ ପରେ ପୁରୀ ଇଂରେଜମାନଙ୍କ ଅଧିନକୁ ଚାଲିଯାଇଥିଲା ା   ପୁରୀର ସୁରକ୍ଷା ଦାୟିତ୍ଵ ନେଇଥିଲେ ମେଜର ଫ୍ଲେଚର୍ ା   ଧିରେ ଧିରେ ମରହଟ୍ଟା ଶକ୍ତି ଇଂରେଜ ସାମର୍ଥ୍ୟ ପାଖରେ ହାର ମାନୁଥାଏ  ା ଇଂରେଜ ସୈନ୍ୟବାହିନୀ କଟକକୁ ଅକ୍ତିଆର କରିବାକୁ ଅଗ୍ରସର ହେଉଥାନ୍ତି  ା ଏହି ସମୟରେ ଅହମଦପୁର ଓ ମୁକୁନ୍ଦପୁରଠାରେ ମରହଟ୍ଟା ସୈନ୍ୟର ପ୍ରତିରୋଧର ସମ୍ମୁଖିନ ହୁଅନ୍ତି ଇଂରେଜ ସୈନ୍ୟ ମାତ୍ର ଇଂରେଜମାନଙ୍କର ସାମର୍ଥ୍ୟ ମରହଟ୍ଟା ଶକ୍ତିକୁ ଅତି ସହଜରେ ପରାସ୍ତ କଲେ ା ଅକ୍ଟୋବର ମାସ ୧୪ ତାରିଖରେ ଇଂରେଜମାନେ ବାରବାଟୀ ଦୁର୍ଗ ଅଧିକାର କରନ୍ତି ା ଏହାପରେ କଟକର ପରିଚାଳନା ପାଇଁ ଏକ କମିଶନ ଗଠନ କରାଯାଏ, ଯେଉଁଥିରେ ହରକୋଟ୍, ଟି.ଏଚ୍.ଆର୍ଣ୍ମେଷ୍ଟ ଓ ମାଲଭିଲେ ସଦସ୍ୟ ରୁହନ୍ତି ା ଓଡ଼ିଶାର ରାଜା, ଜମିଦାରମାନେ ବ୍ରିଟିଶ ଶାସକମାନଙ୍କୁ କର ଦେବାକୁ ସମ୍ମତି ପ୍ରଦାନ କରନ୍ତି ା ଧିରେ ଧିରେ ବାଲେଶ୍ଵର ଓ ସମ୍ଵଲପୁର ମଧ୍ୟ ଇଂରେଜମାନଙ୍କ ଅଧିନକୁ ଚାଲିଯାଏ ା ସଂପୂର୍ଣ୍ମ ଓଡିଶା ଦଖଲ ପରେ ୧୮୦୩ ଡିସେମ୍ଵର ମାସରେ କମିଶନରଙ୍କ କାର୍ଯ୍ୟନିର୍ବାହକ କଲେକ୍ଟର ଜେମସ ହତାରଙ୍କୁ ଭୂ-ରାଜସ୍ଵ ନୀତି ପାଇଁ ନିର୍ଦ୍ଦେଶ ଦିଅନ୍ତି ା ଧିରେ ଧିରେ ଓଡିଶା ସମ୍ପୂର୍ଣ୍ଣଭାବରେ ଇଂରେଜମାନଙ୍କ ଅଧିନକୁ ଚାଲିଯାଏ ା ଅର୍ଥନୀତି, ସମାଜନୀତି  ସବୁକିଛିର ନିର୍ଦ୍ଧାରକ ସାଜନ୍ତି ଇଂରେଜମାନେ ା ସାମାଜିକ ବିଧି ବ୍ୟବସ୍ଥାର ନବୀକରଣ ନାମରେ ଓଡ଼ିଆ ଜାତି ନିଜର ନିଜସ୍ଵ ସଂସ୍କୃତି ଓ ପରମ୍ପରା ହରାଇ ଦିଏ ା ନୂତନ ଚିନ୍ତା ଚେତନାର ଆଗମନ ନାମରେ ନିଜସ୍ଵ ଫାଇଦା ଉଠାଇବା ପାଇଁ ଚାହିଁଲେ ଇଂରେଜ ସରକାର ା ତେଣୁ ଉନବିଂଶ ଶତାଦ୍ଦୀ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ସର୍ବୋପରି ଜାତୀୟ ଜୀବନ ପାଇଁ ଥିଲା ଏକ ପରୀକ୍ଷାର ସମୟ ା

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ  ଉଦ୍ୟମ

        ୧୯୧୨ମସିହାରେ ଇଂରେଜ ସରକାର ଓଡିଶା-ବିହାରକୁ ନେଇ ବିହାର-ଓଡିଶା ପ୍ରଦେଶ ଗଠନ କରନ୍ତି ା ଫଳରେ ବହୁ ଓଡିଆ ଭାଷାଭାଷୀ ଅଞ୍ଚଳ ଓଡିଶା ଡିଭିଜନ ଭିତରେ ନ ରହି ମାନ୍ଦ୍ରାଜ, ମଧ୍ୟ ପ୍ରଦେଶ ଓ  ବଙ୍ଗପ୍ରଦେଶ ସହିତ ମିଶି ରହିଥିଲା ା ତେଣୁ ଏ ସମସ୍ତ ବିଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ପ୍ରରମ୍ଭିକ ପ୍ରସ୍ତୁତି ଆରମ୍ଭ ହେଲା ା ଓଡିଶାକୁ  ଇଂରେଜ ଆଗମନର ଠିକ ଶହେ ବର୍ଷ ପରେ ଅର୍ଥାତ୍ ୧୯୦୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ଗଠନ କଲେ ା ଏଥିରେ ତାଙ୍କୁ ସହଯୋଗ କରିଥିଲେ ଗୋପବନ୍ଧୁ ଓ ପାରଳାର ଗଜପତି ମହରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେବ ା ,ସେମାନଙ୍କ ଉଦ୍ୟମରେ ୧୯୬୩ ମସିହା ଅପ୍ରେଲ ମାସ ୧ ତାରିଖରେ ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଘୋଷଣ କରାଗଲା ା ବିହାରରେ ମିଶିଥିବା ଓଡ଼ିଶା ଡିଭିଜନରୁ (କଟକ, ପୁରୀ, ବାଲେଶ୍ଵର, ଅନୁଗୁଳ) ସମ୍ଵଲପୁର ଜିଲ୍ଲା ଓ ସେତେବେଳର ମାନ୍ଦ୍ରାଜରୁ କେତେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ  ସ୍ଵତନ୍ତ୍ର ପ୍ରଦେଶ ଗଠନ କରାଗଲା ା ସେହିଦିନଠାରୁ ପ୍ରତିବର୍ଷ ଅପ୍ରଲ ପହିଲାକୁ ଉତ୍କଳ ଦିବସ ଭାବରେ ପାଳନ କରାଗଲା ା

ପାଳନ ବିଧି

ଉତ୍କଳ ଦିବସକୁ ସମ୍ମାନ ଦେଇ ଓଡ଼ିଶା ସରକାର ଅପ୍ରେଲ ପହିଲାକୁ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି ମାତ୍ର ଏହି ଦିନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ କାର୍ଯ୍ୟାଳୟମାନଙ୍କରେ ଉତ୍କଳ ଦିବସ ପାଳନ କରାଯାଏ ା ସଭା ସମିତିର ଆୟୋଜନ କରାଯାଏ ା ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରନ୍ତି ା ବକ୍ତାମାନେ ଓଡିଶାର ଉନ୍ନତି ପାଇଁ ଆହ୍ଵାନ ଦିଅନ୍ତି ା ମଧୁବାବୁ ଓ ପରଳା ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଏ ା ଛାତ୍ରଛାତ୍ରୀମାନେ ଉତ୍କଳ ଦିବସ ଉପଲକ୍ଷେ ଶୋଭାଯାତ୍ରାମାନ ବାହାର କରନ୍ତି ା ଉତ୍କଳ ଜନନୀର ଜୟ, ମଧୁବାବୁଙ୍କର ଜୟ, ପାରଳା ମହାରାଜାଙ୍କର ଜୟ ଇତ୍ୟାଦି ସ୍ଳୋଗାନ ଦିଅନ୍ତି ା ସମ୍ଵାଦପତ୍ରଗୁଡିକ ମଧ୍ୟ ଜ୍ଞାନୀଗୁଣୀ ବ୍ୟକ୍ତିମାନଙ୍କର ଉତ୍କଳ ଜନନୀ ଉଦ୍ଦେଶ୍ୟରେ ସାରଗର୍ଭକ ଆଲୋଚନାମାନ ପ୍ରକାଶିତ କରିଥାନ୍ତି ା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତାମାନ ପଠାଇଥାନ୍ତି ା 

 ସର ଅଉତ୍କଳ ଦିବନୁଚିନ୍ତା

        ଓଡ଼ିଶା ଜାତିର ସ୍ଵାଭିମାନର ପ୍ରତିକ ହେଉଛି ଉତ୍କଳ ଦିବସ ା ଗୋପବନ୍ଧୁ, ମଧୁସୂଦନ, ପାରଳା ମହାରାଜା ଗଜପତିଙ୍କର ଅକ୍ଲାନ୍ତ ଉଦ୍ୟମରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଜନ୍ମ, ମାତ୍ର ସେମାନେ ନିଜେ ତାହା ଦେଖିପାରି ନଥିଲେ ା ସେମାନଙ୍କର ସ୍ଵପ୍ନ ସାକାର ରୂପ ନେଲା ା ବିଗତ ଦିନର ୬ଟି ଜିଲ୍ଲାରୁ ଏବେ ୩୦ଟି ଜିଲ୍ଲାରେ ଓଡ଼ିଶା ପରିଣତ ା ଖଣିଜ ସମ୍ପଦର ପ୍ରଚୁର ଭଣ୍ଡାର ଗଚ୍ଛିତ ା ଜଳସମ୍ପଦ, ଜଙ୍ଗଲ ସମ୍ପଦ କେଉଁଥିରେ ଆମ ରାଜ୍ୟ ଉଣା ନୁହେଁ ା ତଥାପି ଏବେ ମଧ୍ୟ ଆମ ରାଜ୍ୟର ଅର୍ଦ୍ଧେକ ଲୋକ  ଦାରିଦ୍ର୍ୟର ସୀମାରେଖା ତଳେ କାଳ କାଟୁଛନ୍ତି ା ନିରକ୍ଷରତାର ଯନ୍ତ୍ରଣା ଭୋଗ କରୁଛନ୍ତି ା ରାଜନୈତିକ ନେତୃଵୃୃନ୍ଦମାନେ ନିଜ ସ୍ଵାର୍ଥକୁ ଚରିତାର୍ଥ କରୁଛନ୍ତି ା ଉତ୍କଳ ଦିଵସ ଦିନ ପୂର୍ଵ ସ୍ମୃତିକୁ ସ୍ମରଣ କରି ଉଦଭାଷଣ ଦେଇଦେଲେ କର୍ତ୍ତଵ୍ୟର ପରିସମାପ୍ତି ହେଲା ଵୋଲି ସେମାନେ ଗ୍ରହଣ କରନ୍ତି ା ତେଣୁ ଏହି ଦିଵସରେ ଆମେ ସମସ୍ତେ ଆମ ରାଜ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଗଭୀର ଚିନ୍ତା କରିଵା ଉଚିତ ା

ଉପସଂହର

        ଆମ ଜାତି ଆମ ଦେଶ କିପରି ସୁସଂଗଠିତ ହୋଇ ନିଜର ପ୍ରକୃତ ପରିଚୟ ପ୍ରାପ୍ତ ହୋଇ ପାରିଲା ସେ ସମ୍ପର୍କରେ ଆମ ଉତ୍ତର ପିଢି ଅବଗତ ହେବା ଉଚିତ ା ସେମାନଙ୍କୁ ଐକ୍ୟ ଓ ସଂହତିର ଗୁଣଗାନ ପାଇଁ ପ୍ରେରଣା ପ୍ରଦାନ କରିବା ଉଚିତ ା ଜୀବନ ଯନ୍ତ୍ରଣାରେ ଜର୍ଜରିତ ହୋଇ ଦେଶ ଓ ଜାତିର ଏକତା ଓ ପ୍ରଗତି ତଥା ଯେଉଁମାନେ ଚିନ୍ତା କରୁଥିଲେ ସେଇ ଗୋପବନ୍ଧୁ ଓ ମଧୁବାବୁଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ବ୍ୟକ୍ତିକ୍ଵର ବିକାଶ ସାଧନା କରିବା ଆବଶ୍ୟକ ା ସେମାନଙ୍କ ପ୍ରଦର୍ଶିତ ସଂଗ୍ରାମର ପଥରେ ଗତିକରି ନିଜର ତଥା ଜାତିର ଉନ୍ନତ ବିଧାନ କରିପାରିଲେ ସବୁଠାରୁ ବଡ଼ ଦେଶପ୍ରେମ କର୍ତ୍ତବ୍ୟ ସମ୍ପାଦନ ହୋଇପାରିବ ଏଥିରେ ସନ୍ଦେହର ଅବକାଶ ନାହିଁ ା

*****

Related Posts:- 

☝ ଓଡିଆ ରଚନା ସାଧାରଣତନ୍ତ୍ର ଦିବସ

No comments :

Post a Comment

Thanks for commenting